Odisha news

ଅଗସ୍ତି ନୁଆଗାଁ ଗ୍ରାମରେ ଆଇଆରଇଏଲ (ଇଣ୍ଡିଆ) ଲିମିଟେଡ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ଛତ୍ରପୁର ୨୨/୩: ଆଇଆରଇଏଲ (ଇଣ୍ଡିଆ) ଲିମିଟେଡ, ଓସକମ ତରଫରୁ ଗୋଷ୍ଠୀଗତ ସାମାଜିକ ଦାୟିତ୍ଵ ଆନୁକୁଲ୍ୟରେ ଅଗସ୍ତି ନୁଆଗାଁ ଗ୍ରାମର ବାତ୍ୟା ସ୍ଥଳୀ ପରିସରରେ ପଞ୍ଚାୟତବାସୀ ସକାଶେ ଏକ ମାଗଣା ସ୍ଵାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ କୋଭିଡ-୧୯ ନିୟମ ମୁତାବକ ପରିସରକୁ ବିଶୋଧନ କରାଯାଇଥିଲା ଏବଂ ୨୮୦ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ଔଷଧ ପ୍ରଦାନ କରିବା ସହ ମାସ୍କ ଏବଂ ସାନିଟାଇଜ ସାମଗ୍ରୀ ପ୍ରଦାନ କରାଯାଇଥିଲା ଏବଂ ପୃଷ୍ଟି ସାଧନ ନିମନ୍ତେ ପ୍ରତ୍ୟେକଙ୍କୁ ଏକ କିଲୋଗ୍ରାମ ଏପଲ ସହ କ୍ଷୀର ପକେଟ ବଣ୍ଟନ କରାଯାଇଥିଲା ।।

ଏହି ଶିବିର କୁ ପ୍ରଥମେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରିବା ନିମନ୍ତେ ଆସିଥିବା ଲୋକଙ୍କୁ ଉଚିତ ସେବା ଯୋଗାଇବା ନିମନ୍ତେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ. ଧନଞ୍ଜୟ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହି ରୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ଡାକ୍ତର ଅର୍ଦ୍ଧେନ୍ଦୁ ପାଲ, ଡାକ୍ତର ପ୍ରମିଳା ମିଶ୍ରଙ୍କ ତତ୍ଵାବଧାନରେ ଏବଂ ଫର୍ମାସିଷ୍ଟ ଆର.କେ.ପାତ୍ର , ଟି.ଏଚ.ଆଚାର୍ୟ୍ୟ, ଶ୍ରୀ କେ.ସି.ପ୍ରଧାନ ଓ ଠିକା ଷ୍ଟାଫ ନର୍ସ ଗୀତାଞ୍ଜଳି ପହି, ସସ୍ମିତା ନାୟକ ପ୍ରମୁଖ ସହଯୋଗ କରିଥିଲେ । ସମ୍ବଳ ବିଭାଗ, କମାଣ୍ଡର ଆଶିଷ କୁଳଶ୍ରେଷ୍ଠ, ଶ୍ୟାମ ସୁନ୍ଦର ମଲ୍ଲିକ ଏବଂ ପ୍ରଭାତ କୁମାର ରାଉତ ପ୍ରମୁଖ ଯୋଗଦେଇଥିଲେ । ସମ୍ବଳ ବିଭାଗ ତରଫରୁ ଦୀପକ ମିଶ୍ର, ମନୋଜ ନାୟକ, ସୁରେଶ ଚନ୍ଦ୍ର ପାତ୍ର, ସୁଶ୍ରୀ ସୃଜନ ପଣ୍ଡା ଓ ଅଜୟ କୁମାର ବେହେରା ଉକ୍ତ ସ୍ୱାସ୍ଥ୍ୟ ଶିବିରର ପରିଚାଳନାରେ ସହଯୋଗ କରିଥିଲେ ।

Comments are closed.