ବର୍ତମାନ ଭାରତର ପଡୋଶୀ ଦେଶ ପାକିସ୍ତାନ ରେ ରାଜନୀତି ବଡ଼ ହଂଗାମା ଚାଲିଛି, ପାକିସ୍ଥାନ ବିଦେଶ ମନ୍ତ୍ରୀ ଓ ଉପ ପ୍ରଧାନମନ୍ତ୍ରୀ ଇସାକ ଡାର ପ୍ରଥମ ଥର ପାଇଁ ସାର୍ବଜନିକ ଭାବରେ ସ୍ୱୀକାର କରିଛନ୍ତି ଯେ ଆଫଗାନିସ୍ଥାନ କୁ ନେଇ ପାକିସ୍ଥାନ ର ନୀତିରେ ଗମ୍ଭୀର ଭୁଲ ହୋଇଛି, ଯାହାର ମୂଲୟ ପାକିସ୍ଥାନ ଆଜି ରକ୍ତରେ ସୁଝାଉଁଛି l
ଇଷାକ ଡାର ଅପ୍ରତ୍ୟାଶିତ ଭାବରେ ଇମ୍ରାନ ଖାନ ସରକାର ଓ ପୂର୍ବ ISI ମୁଖ୍ୟ ଲେଫ୍ଟନେଣ୍ଟ ଜେନେରାଲ ଫୈଜ ହମିଦ ଙ୍କୁ ଆକ୍ଷେପ କରି କହିଛନ୍ତି ଆଫଗାନ ତାଲିବାନ ଙ୍କ ସହ ନିବିଡ଼ତା ର ଫଳ ପାକିସ୍ତାନ ଭୋଗୁଛି l ଇସାକ କହିଛନ୍ତି ଯେ ପାକିସ୍ତାନ ଏଭଳି ସ୍ଥିତିରେ ପହଂଚିଛି କି ଆମେ ଯେତେବେଳେ ସେଠାକୁ ଗଲୁ କୁହାଗଲା ଯେ ଆମେ ତ ମାତ୍ର ଗୋଟିଏ କପ ଚା ପିଇବାକୁ ଅଶିଚୁ,କିନ୍ତୁ ସେହି ଗୋଟିଏ କପ ଚା ଆମକୁ ବହୁ ଭାରି ପଡିଗଲା, ଏବଂ ସେହି ଗୋଟିଏ କପ ଚା ଆମ ସୀମାକୁ ଖୋଲି ଦେଲା ଓ ଯେଉଁ ୩୫ – ୪୦ ଜଣ ତାଲିବାନୀ ଏଠାରୁ ପଳାଇ ଯାଇଥିଲେ ପୁଣି ଫେରିଆସିଲେ l
ଇସାକ କହିଛନ୍ତି ଯେ ସେତେବେଳ ର ସରକାର ସ୍ୱାତ ରେ ପାକିସ୍ଥାନ ର ପତାକା କୁ ପୋଡି ଥିବା ଏବଂ ଅନେକ ଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ଙ୍କୁ ରିହା କରିଦେଲା l ଏହି ନିଷ୍ପତି ଦେଶର ସୁରକ୍ଷା ପାଇଁ ସବୁଠୁ ବଡ଼ ଭୁଲ ନିଷ୍ପତି ଥିଲା, ଏବଂ ପାକିସ୍ଥାନ ନିଜର ସୀମାକୁ ଦୁର୍ବଳ କଲା ଓ ଶତ୍ରୁ କୁ ଶକ୍ତିଶାଳୀ ହେବାର କ୍ଷମତା ଦେଲା l ବର୍ତମାନ ସମୟ ଆସି ଯାଇଛି ପାକିସ୍ତାନ ନିଜର ଅନ୍ତରୀଣ ଶକ୍ତି କୁ ସୁଦୃଢ଼ କରି ଆଗକୁ ବଢିବ l
