Odisha news

ବିହାର ନିର୍ବାଚନ ରେ ସବୁଠୁ ଗରିବ ପାର୍ଥି

0

ବିହାର ବିଧାନସଭା ଇଲେକ୍ସନ ଆଉ ଅଳ୍ପ କେଇଟା ଦିନ ମଧ୍ୟରେ ହେବାକୁ ଯାଉଛି, ଯେଉଁଠି ଗୋଟିଏ ରୁ ଆରେକ ବାହୁବଳୀ ନେତା ନିଜର ନିଜର ଦମ୍ ମୈଦାନ ରେ ଦେଖାଇବାରେ ବ୍ୟସ୍ତ ଥିବା ବେଳେ ସେହି ସ୍ଥାନରେ ଭୋଜପୁର ରୁ ଏଭଳି ଜଣେ ପାର୍ଥି ସାମ୍ନାକୁ ଆସିଛନ୍ତି , ଯାହାଙ୍କ ପାଖରେ ନା ସମ୍ପତି ଅଛି, ନା ପ୍ରାଚୁର୍ଯ୍ୟ ଅଛି, କିନ୍ତୁ ଜନତା ଙ୍କ ଭରସା ରେ ମୈଦାନ କୁ ଓଲ୍ହାଇଛନ୍ତି l

ସେ ହେଉଛନ୍ତି ଭାରତ କୀ କମ୍ୟୁନିଷ୍ଟ ପାର୍ଟି ରୁ ଇଲେକ୍ସନ ଲଢ଼ୁଥିବା କ୍ୟାମୁଢ଼ି଼ନ ଏନ୍ସାରୀ , ଯିଏକି ଆରା ବିଧାନସଭା ର ପାର୍ଥି ଅଟନ୍ତି, ତାଙ୍କ ନାମାଙ୍କନ ପତ୍ର ଅନୁସାରେ ତାଙ୍କ ନିକଟରେ ୩୭ ହଜାର ଟଙ୍କା କ୍ୟାସ ରହିଛି, ଯେବେକି ସମୁଦାୟ ସମ୍ପତି ର ତାଲିକା ୫ଲକ୍ଷ ୩୦ ହଜାର ଅଟେ, କିନ୍ତୁ ସେ ସମ୍ପୂର୍ଣ ଆତ୍ମା ବିଶ୍ୱାସ ର ସହିତ ମୈଦାନ କୁ ଓଲ୍ହାଇଛନ୍ତି l

ଜାତୀୟ ଗଣମାଧ୍ୟମ ଆଜ ତକ ର ତଥ୍ୟ ଅନୁସାରେ କ୍ୟାମୁଦିନ ଏନ୍ସାରୀ ଗୋଟିଏ ଗରିବ ପରିବାର ରୁ ଆସିଛନ୍ତି, ତାଙ୍କ ମା ବିଡି ପ୍ରସ୍ତୁତ କରି ପରିବାର ପ୍ରତିପୋଷଣ କରନ୍ତି, ଏବଂ ପିତା ଦିନ ମଜୁରିଆ ଅଟନ୍ତି, ଏହା ସହିତ କ୍ୟାମୁଦିଣ ସବୁବେଳେ ସମାଜର ନିଃସହାୟ ଙ୍କ ପାଇଁ ସ୍ୱର ଉଠାଇ ଥାଆନ୍ତି l

;ଲୋକଙ୍କ ର କହିବା କଥା ହେଲା ଏଭଳି ପାର୍ଥି ଙ୍କ ସହିତ ସମସ୍ତେ ଠିଆ ହେବେ, ଯିଏକି ଗରିବ ଙ୍କୁ ସାହାଯ୍ୟ କରିଥାଏ l ସ୍ଥାନୀୟ ଲୋକଙ୍କ ହିସାବରେ କ୍ୟାମୁଦିନ ସାଧାରଣ ଲୋକଙ୍କ ମଧ୍ୟରେ ରହି ସେମାନଙ୍କ ସମସ୍ୟା କୁ ଶୁଣନ୍ତି, ଯେଉଁଠି ପାର୍ଥି ମାନେ ଲୋକଙ୍କୁ ପଇସା ରେ କିଣି ଭୋଟ ପାଆନ୍ତି ସେଠାରେ କ୍ୟାମୁଦିନ ଲୋକଙ୍କ ସମସ୍ୟାର ସମାଧାନ କରନ୍ତି l

ଆର୍ଥିକ ସଂଘର୍ଷ ସତ୍ୱେ କ୍ୟାମୁଦିନ ମାତ୍ର ୩୭ ହଜାର ଟଙ୍କାକୁ ନେଇ ମୈଦାନ କୁ ଓଲ୍ହାଇଛନ୍ତି, କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ବାହୁବଳୀ କୋଟିପତି ଙ୍କ ସହିତ କଣ କ୍ୟାମୁଦିନ ଟକ୍କର ଦେଇ ପାଇବେ ?

Nalco
Leave A Reply