Odisha news

ଉପଜିଲ୍ଳାପାଳଙ୍କ କାର୍ଯ୍ୟଳୟ ଘେରିଲେ ଖଣି କ୍ଷତିଗ୍ରସ୍ତ ଗ୍ରାମବାସୀ

0

ତାଳଚେର,୧୧/୦୪ ଖଣି କ୍ଷତିଗ୍ରସ୍ତ ଅଂଚଳବାସୀଙ୍କୁ ପୁନଃ ଥଇଥାନ ଉଚିତ କ୍ଷତିପୂରଣ ଓ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉନଥିବା ଦାବିରେ ଏକଡ଼ାଳ ଗ୍ରାମର କୁଟୁରୀଆ ବସ୍ତିର ୨୭ଟି ପରିବାରକୁ ଏମସିଏଲ ବାରମ୍ବାର ଅଣଦେଖା କରିଥିବାକୁ ଓ ନିକଟରେ ଅନନ୍ତ ପୋଖରୀଆ ଖଣିର ସଂପ୍ରସାରଣ କାର୍ଯ୍ୟରେ ନିୟୋଜିତ ଏକ ଡ଼ୋଜର ଜମି ଅଧିଗ୍ରହଣ ନକରି ସମତଳ କରୁଥଲା । ଏହାକୁ ବିରୋଧ କରି ପଦ୍ମାବତୀପୁର ଗ୍ରାମର କୁନି ସାମଲ ବାଇକଟିକୁ ରଖି ଅପରେଟର୍‌କୁ ପଚାରିବା ପାଇଁ ଯାଉଥିବା ବେଳେ ସମ୍ପୃକ୍ତ ଡ଼ୋଜର ବାଇକ ଉପରେ ଚଢ଼ାଇ ଦେଇଥିଲା ।

ଫଳରେ ବାଇକଟି ସମ୍ପୂର୍ଣ୍ଣଭାବେ ପୋଡ଼ିଜଳି ଯାଇଥିବା ବେଳେ ଡ଼ିକି ଭିତରେ ଥିବା ଗୁରୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଯାଇଥିଲା । ଘଟଣାରୁ ପ୍ରକାଶ, ପଦ୍ମାବତୀପୁର ପଂଚାୟତ ବୃୃନ୍ଦାବନପୁର ଗ୍ରାମର କିଛି ଜମି ଜଗନ୍ନାଥ ଏରିଆ ଅନନ୍ତ କୋଇଲା ଖଣିରେ ଯାଇଥିବା ବେଳେ ଅନ୍ୟ କିଛି ଜମି ଏମସିଏଲ ପକ୍ଷରୁ କ୍ଷତିପୂରଣ ଓ ନିଯୁକ୍ତି ନଦେଇ ଯୋରଜବରଦସ୍ତ ଭାବେ ଡ଼ୋଜର ମାରିବା ସମୟରେ ଉକ୍ତ ଗ୍ରାମର ସାମଲଙ୍କ ପରିବାର ଏହାକୁ ତୀବ୍ର ବିରୋଧ କରିଥିଲେ । ଫଳରେ ଏଭଳି ଏକ ଅପ୍ରାଚିତ ଘଟଣାକୁ ନେଇ ସେଠାରେ ଉତେଜନା ଦେଖାଦେଇଥିଲା । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଘଟଣା ସ୍ଥଳରେ ପଂହଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ଏମସିଏଲ ପକ୍ଷରୁ ତିିଦିନ ମଧ୍ୟରେ ସାମଲଙ୍କ ବାଇକ ସମେତ ନିଯୁକ୍ତି ଓ କ୍ଷତିପୂରଣ ଦେବାପାଇଁ ସହମତି ପ୍ରକାଶ କରିଥିବା ଶ୍ରୀ ସାମଲଙ୍କ ପକ୍ଷରୁ କୁହାଯାଉଛି । ତେବେ ତିନିଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବାଇକ ଓ ନିଯୁକ୍ତି ନମିଳିବା ଓ କୁଟୁରୀଆ ୨୭ଟି ପରିବାର ନ୍ୟାୟ ନପାଇବା ଘଟଣାକୁ କେନ୍ଦ୍ରକରି ସେହି ଅଂଚଳର ସହସହ ସଂଖ୍ୟକ ଗ୍ରାମାବାସୀ ଓ ମହିଳା ସ୍ଥାନୀୟ ଉପଜିଲ୍ଳାପାଳଙ୍କୁ ଘେରିଥିଲେ । ଏହି ସମସ୍ୟା ଗୁଡ଼ିକର ସମାଧାନ କରିବା ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିବାକୁ ନିଷ୍ପତି ନେବାପରେ ସ୍ୱଭାବିକ ଅବସ୍ଥ୍‌ା ଫେରିଥିଲା ।

Nalco
Leave A Reply