କୋଣାର୍କ : କୋଣାର୍କ ଭଗବତୀ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ “ଶ୍ରୀକୃଷ୍ଣ ବିଶ୍ଵରାୟ “ଙ୍କ ଆଜି ସନ୍ଧ୍ୟାରେ ବିଦ୍ୟୁତ ଆଘାତ ରେ ୫୮ ବର୍ଷ ବୟସ ରେ ତାଙ୍କ ନିଜସ୍ୱ ବାସଭବନରେ ପରଲୋକ ହୋଇଯାଇଛି।ଆଜକୁ ଦୀର୍ଘ ୩୦ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ସେ କୋଣାର୍କ ଭଗବତୀ ମହାବିଦ୍ୟାଳୟ ରେ ନିଯୁକ୍ତ ଥିବା ବେଳେ ନିଜର କ୍ୟାର୍ଯ୍ୟ ଅବଧି ମଧ୍ୟରେ ଅନେକ ଛାତ୍ରଛାତ୍ରୀ କ୍ରୀଡାବିତ ଙ୍କ ଭବିଷ୍ୟତ କୁ ସେ ଗଢି ତୋଳିଥିଲେ। ଆଉ ମାତ୍ର ୩ ମାସ ମଧ୍ୟରେ ସେ ନିଜର ବୃତ୍ତିଗତ ଜୀବନ ରୁ ବିଦାୟ ନେବାକୁ ଥିବା ବେଳେ ଆଜି ତାଙ୍କର ପରଲୋକ ଘଟିଛି।ସେ ଜଣେ ମିଷ୍ଠଭାଷୀ, ମେଳାପୀ, ପରୋପକାରି ସ୍ଵଭାଵ ର ବ୍ୟକ୍ତି ଥିଲେ।ତାଙ୍କ ଅକାଳ ବିୟୋଗ ରେ ସାରା କୋଣାର୍କ ରେ ଶୋକ ର ଛାୟା ଖେଳିଯାଇଛି। ବିଶେଷ ଭାବେ କୋଣାର୍କ ଭଗବତୀ ମହାବ୍ଜଦ୍ୟାଳୟର ର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଗଭୀର ଶୋକ ପ୍ରକଟ କରିଛନ୍ତି ।ତାଙ୍କ ଶେଷ ଦର୍ଶନ ପାଇଁ ଆଜି ସନ୍ଧ୍ୟାରେ ତାଙ୍କ ଜୁଣେଇ ସ୍ଥିତ ବାସଭବନ ରେ ପ୍ରିୟଜନ ଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।
