Odisha news

ତାଳଚେର : ୱାର୍ଡ଼ର ସର୍ବାଙ୍ଗୀନ ଉନ୍ନତିର ଦ୍ୱାହି ଦେଇ ପ୍ରାର୍ଥିଙ୍କ ଭୋଟ ନିବେଦନ

0

ତାଳଚେର ତା ୧4/୦୩ ତାଳଚେର ପୌରପରିଷଦ ଅଧ୍ୟକ୍ଷ ପଦପାଇଁ  ପ୍ରର୍ଥି ଓ ଓ ୨୧ଟି ୱାର୍ଡ଼ ପାଇଁ ପ୍ରାର୍ଥି ମାନେ ପ୍ରଚାର ପତ୍ର ବାଂଟିବାରେ ଲାଗିଛନ୍ତି । ପ୍ରାୟ ଅଧିକାଂଶ ପ୍ରର୍ଥି ସେମାନଙ୍କର ଦଳିୟ ନେତୃବୃନ୍ଦ ଯଥାକେନ୍ଦ୍ର ରାଜ୍ୟ ଓ ଜିଲ୍ଲାର ନେତୃବୃନ୍ଦଙ୍କ ସହ ନିଜ ଫୋଟଦଇ ବାଂଟୁଥିବା ପ୍ରଚାର ପତ୍ରରେ ସେମାନେ ଛିଡ଼ା ହୋଇଥବବା ୱାର୍ଡ଼ ଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ପାଇଁ ଉଲ୍ଲେଖ କରିଛନ୍ତି । ଏହି ସର୍ବାଙ୍ଗୀନ ଉନ୍ନତି ମଧ୍ୟରେ କେଉଁ କେଉଁ କାର୍ଯ୍ୟ ରହିଛି ନିର୍ଦ୍ଧିଷ୍ଟ ଭାବେ ଉଲ୍ଲେଖ କରୁନାହାନ୍ତି । ଚିରାଚରିତ ପ୍ରଥାରେ ୱାର୍ଡ଼ର ସର୍ବାଙ୍ଗୀନ ଉନ୍ନତି କରିବେ ବୋଲି ପ୍ରତିଶ୍ରତି ଦେଇ ଚାଲିଛନ୍ତି । ଏହା ପୂର୍ବରୁ ହୋଇ ଯାଇଥିବା ପୌର ନିର୍ବାଚନ ଗୁଡ଼ିକରେ ସମାନ କଥାକୁ ଏବେ ଦୋହାରାଉଛନ୍ତି । ନିର୍ବାଚନ ଜିତିବାପରେ ସେମାନେ ୱାର୍ଡ଼ ଗୁଡ଼ିକର ଉନ୍ନତି ବଦଳରେ ନିଜର ଉନ୍ନତି ପାଇଁ ଅଧିକ ଯତ୍ନବାନ ହୋଉଥିବତ୍କଥା ଅତୀତରେ କାର୍ଯ୍ୟକଳାପରୁ ଲକ୍ଷ କରାଯାଇଛି ।
୨୦୧୩ରେ ଅନୁଷ୍ଠିତ ହୋଇଥିବା ନିର୍ବାଚନପରେ ଅଧ୍ୟକ୍ଷ ପଦପାଇଁ ଅନସ୍ଥା ପ୍ରସ୍ତାବ ଆଣି କାଉନସିଲରମାନେ କ’ଣ ଲାଭ ପାଉଛନ୍ତି ତାହା ସାଧାରଣ ଲୋକଙ୍କୁ ଅଛପା ନାହିଁ । ସେମାନଙ୍କ ମଧ୍ୟରୁ ଅନେକ ଦଳ ବଦଳ କରି କେତକ ନିଜ ଦଳରୁ ମଧ୍ୟ ଏଥିରେ ପ୍ରାର୍ଥି ହୋଇଛନ୍ତି । ୯ବର୍ଷଧରି ପୌରପରିଷଦ ନିର୍ବାଚନ ନହେବା ଫଳରେ କ୍ଷମତାସିନ ସରକାର ଅଧିକାରୀଙ୍କ ଦ୍ୱାରା ପୌରଅଂଚଳରେ ବିଭିନ୍ନ କାର୍ଯ୍ୟ କରିବାର ଦାୟିତ୍ୱ ତୁଲାଇ ଆସୁଥିଲେ । ଅନେକ କ୍ଷେତ୍ରରେ ଦୁର୍ନିତି ଛିଟା ରହିଥିବାରୁ କିଛି ସଚେତନ ନାଗରୀକ ପ୍ରକାଶ କରୁଥିବା ବେଳେ ନିର୍ବାଚନ ପ୍ରାର୍ଥି ହୋଇ ଉତିର୍ଣ୍ଣ କରିବା ପ୍ରତିଶ୍ରୃତି ଦେଉଥିବା ନେତାମାନେ ପ୍ରଶାସନ ବିରୋଧରେ ମୁହଁ ଖୋଲିବାର ଦୃଷ୍ଟାନ୍ତ ନାହିଁ । ଏବେ ସର୍ବାଙ୍ଗୀନ ଉନ୍ନତି କରିବା କଥା କହି ପ୍ରଚାର କରୁଥିବା ନେତାଙ୍କୁ ମତଦାତାମାନେ ସହଯରେ ବିଶ୍ୱାସ କରିପାରୁନାହାନ୍ତି । ଏପରିକି, ପଦପଦବୀରେ ରହି ଏହି ନେତାମାନେ ବାଲି, ଖଣି, ପାଣି, ଦୋକାନ ଗୃହ, ଆବାସଯୋଜନା, ଡ଼୍ରେନ୍‌, ନୂତନରାସ୍ତା, ଭତା, ସ୍ୱଚ୍ଛଭାରତ ମିଶନ୍‌, ଜନ୍ମମୃତ୍ୟୁ ସାର୍ଟିଫିକେଟ୍ ଆଦି ନିଜସ୍ୱ  ନିଜନାମରେ ଆତେଇ କାମକରି ନିଜସ୍ୱ ସମ୍ପତି ବଢ଼ାଇ ୱାର୍ଡ଼ବାସୀଙ୍କୁ ଭୂଆଁ ବୁଲାଇଥିବା ଅଭିଯୋଗ ହେଉଥିଲେ ମଧ୍ୟ ଏମାନେ ବଡ଼ବଡ଼ ନେତାଙ୍କ ଛତ୍ରଛାୟାତଳେ ରହିଥିବାରୁ ଏମାନଙ୍କୁ କିଛି ଫରକେ ପଡ଼େ ନାହିଁ । ତେବେ ଏହି ନେତାମାନେ ନିର୍ବାଚନ ଆସିଗଲେ ସକ୍ରିୟ ହେବା ସହିତ ଭୋଟରମାନଙ୍କ ଚରଣଧରି କଳବଳେ କୌଶଳେ ଭୋଟଭିକ୍ଷା କରିସରିବାପରେ ପରବର୍ତୀ ସମୟରେ ଆଉ ସେମାନଙ୍କ ଦେଖା ମିଳିନଥାଏ । ଏରିସ୍ଥଳେ ଚଳିତ ପୌରପରିଷଦ ନିର୍ବାଚନରେ ଏହାକୁ ନେଇ  ଦୋଛକିରେ ପଡ଼ିଛନ୍ତି ଭୋଟର । ତାଳଚେରର ୨୧ଗୋଟି ୱାର୍ଡ଼ ରହିଥିବା ବେଳେ ପ୍ରତ୍ୟେକ ୱାର୍ଡରେ ପ୍ରାୟ ଏକ ହାଜାରୁ ୧୨ଶହ ମଧ୍ୟରେ ଭୋଟର ସଂଖ୍ୟା ରହିଛି । ସର୍ବମୋଟ ୨୮ହଜାର ୪୮୧ ଭୋଟର୍‌ରହିଛନ୍ତି, ଏଥି ମଧ୍ୟରୁ ମହିଳା ୧୩,୮୮୬ ପୁରୁଷ ୧୪୫୯୪ ଓ ଜଣେ ମାତ୍ର ତୃତୀୟଲିଙ୍ଗ ରହିଥିବା ପେରପରିଷଦ କାର୍ଯ୍ୟରୁ ଜଣାପଡ଼ିଛି ।

Nalco
Leave A Reply