ତାଳଚେର ଶିଳ୍ପାଚଂଳ ତଥା କୋଇଲାଖଣି ଅଂଚଳରେ ପରିବେଶ ପ୍ରଭାବ ଆକଳନ ଓ ବ୍ରାହ୍ମଣୀ ଆକ୍ସନ୍ ପ୍ଲାନ୍ ପାଇଁ ସାଂସଦଙ୍କୁ ସ୍ମାରକପତ୍ର
ତାଳଚେର(୧୮/୮/୨୦୨୩):-୧୦୦ ବର୍ଷର କୋଇଲା ଖଣି ଓ କୋଇଲା ଭିତିକ ଶିଳ୍ପ ପାଇଁ ତାଳଚେର ଅଂଚଳର ପରିବେଶ, ପ୍ରାକୃତିକ ଜଙ୍ଗଲ ଓ ବନ୍ୟ ଜୀବଜନ୍ତୁ ସହ ବ୍ରାହ୍ମଣୀ ନଦୀ ଉପରେ ଘୋର ପ୍ରଭାବ ପଡିଛି । ବାୟୁ ପ୍ରଦ୍ୟୁଷଣ ବଢ଼ି ଚାଲିଛି । ବ୍ରାହ୍ମଣୀ ନଦୀ ବିପଦରେ ଅଛି । ଏଣୁ ତାଳଚେର ଉପଖଣ୍ଡ ପାଇଁ ପରିବେଶ ପ୍ରଭାବ ଆକଳନ କରିବା ସହ ବ୍ରାହ୍ମଣୀ ଆକ୍ସନ୍ ପ୍ଲାନ୍ ନିମନ୍ତେ ଆଇନ୍ଜୀବୀ ତଥା ପରିବେଶ କର୍ମି ବାଉରୀବନ୍ଧୁ ବେଜ ହାଟତୋଟା ଠାରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ଏ ବିଷୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ସ୍ମାରକପତ୍ର ପ୍ରଦାନ ବେଳେ ପ୍ରିୟମାଧବ ଦାସ ଓ ବିଜୟ କୁମାର ଦେବତା ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ପରିବେଶ କମିଟି ରେ ଏହି ବିଷୟକୁ ଉପସ୍ଥାପନ କରିବା ପାଇଁ ସାଂସଦ ଶ୍ରୀ ସାହୁ ସୂଚନା ଦେଇଥିଲେ ।