Odisha news

ରଜରେ ଅନୁଷ୍ଠିତ ହେବ ଜିଲ୍ଲାସ୍ତରୀୟ ପୁରାଣ ପ୍ରତିଯୋଗିତା

0

ତାଳଚେର ତା ୧୧/୦୬ ପବିତ୍ର ରଜ ସଂକ୍ରାନ୍ତି ପାଳନ ଅବସରରେ  ସାଂସ୍କୃତିକ ଅନୁଷ୍ଠାନ ‘ମା’ ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦ’ ପକ୍ଷରୁ ୧୧ତମ ଜିଲ୍ଲାସ୍ତରୀୟ ପୁରାଣ ପ୍ରଶ୍ନୋତର ପ୍ରତିଯୋଗିତା ଅନୁଷ୍ଠିତ ହେବ । ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠ ପରିସରରେ ଚଳିତ ମାସ ୧୫ ତାରିଖ ଦିନ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ବାଲ୍ମିକୀ ରାମାୟଣରୁ ସମସ୍ତ ପ୍ରଶ୍ନ ପଚରାଯିବ । ପ୍ରତ୍ୟେକ ଗ୍ରାମ କିମ୍ବା ଅନୁଷ୍ଠାନରୁ ଚାରି ଜଣ ଲେଖାଏଁ ପ୍ରତିଯୋଗୀ  ଗୋଟିଏ ଦଳ ହିସାବରେ ଅଂଶ ଗ୍ରହଣ କରିପାରିବେ । ଏଥିରେ ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିପାରିବେ । ସମସ୍ତ ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯିବ । ଏତଦ୍‌ବ୍ୟତୀତ ଶ୍ରେଷ୍ଠ ବିବେଚିତ ହୋଇଥିବା ତିନୋଟି ଦଳକୁ ବିଶେଷ ପୁରସ୍କାର ସହ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏ ସମ୍ବଦ୍ଧରେ ଅଧିକ ସୂଚନା ପାଇଁ ପରିଷଦର ସଭାପତି ସୌଭାଗ୍ୟ ଚନ୍ଦ୍ର ପ୍ରଧାନ,ସଂପାଦକ ଜଗନ୍ ମୋହନ ଗଡନାୟକ ଓ କାର୍ଯ୍ୟକ୍ରମର ପରିଚାଳକ ଗବେଷକ ବିଭୂତି ଭୂଷଣ ସାହୁଙ୍କ ସହ  ଯୋଗାଯୋଗ କରିବାକୁ  ପରିଷଦ ପକ୍ଷରୁ ଏହି ମର୍ମରେ ସୂଚନା ପ୍ରଦାନ କରାଯାଇଛି । ଏହି ଅନନ୍ୟ ପ୍ରତିଯୋଗିତାରେ ସମସ୍ତ ଭଗବତ୍‌ପ୍ରେମୀ ଜନସାଧାରଣ ବିପୁଳ ମାତ୍ରାରେ  ଅଂଶଗ୍ରହଣ  କରିବାକୁ ମା’ ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦର ସଂପାଦକ ଶ୍ରୀଯୁକ୍ତ ଗଡନାୟକ ଅନୁରୋଧ କରିଛନ୍ତି ।

Leave A Reply