Odisha news

କୋଇଲା ବୋଝେଇ ମାଲଗାଡି ଲାଗିଲା ନିଆଁ

0

ଆଠଗଡ଼  ତା ୧୧/୬/୨୩ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଧାକିଶୋର ପୁର ଷ୍ଟେସନ ନିକଟରେ କୋଇଲା  ବୋଝେଇଟ୍ରେନ ବଗିରେ ରାତି ୩ଟା ସମୟ ରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି।  ରାଧାକିଶୋରପୁର ଷ୍ଟେସନ  ମାଷ୍ଟର ଆଠଗଡ଼ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ  ସୂଚନା  ଘଟଣା ସ୍ଥଳରେ ଆଠଗଡ଼ ଅଗ୍ନିଶମ ବିଭାଗ ପହଞ୍ଚି ରେଳ ଧାରଣା ରୁ ବିଦ୍ୟୁତ କାଟିବା ପରେ ନିଆଁକୁ ଆୟତ୍ତ କରିଥିଲେ। ଗତକାଲି ସନ୍ଧ୍ୟାରୁ କୋଇଲା ବୋଝେଇ ମାଲଗାଡି ଟି ରାଧାକିଶୋରପୁର ଷ୍ଟେସନ ଠାରେ ଠିଆ ହୋଇ ରହିଥିଲା। କିଭଳି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା , ଶନିବାର ରାତି ଠାରୁ ଏ ମାଲଗାଡି ଟି କାହିଁକି ଏହି ଷ୍ଟେସନରେ ଛିଡା ହୋଇଥିଲା ତାହା ତଦନ୍ତ ସାପେଖ୍ୟ ।

Leave A Reply