ତାଳଚେର ତା ୦୮/୦୧ ତାଳଚେର ହାଟତୋଟା ଶର୍ମାଛକ ସ୍ଥିତ ସରକାରୀ ଆଇଟିଆଇରେ ଜୈନିକ ଛାତ୍ରଙ୍କ ସନ୍ଦେହ ଜନକଭାବେ ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଳା କିଶୋରନଗର ବ୍ଲକ ଉରୁକୁଳା ଗ୍ରାମର ଭବାନୀ ଶଙ୍କର ବେହେରା (୧୭) ସେଠାରେ ହଷ୍ଟେଲରେ ରହି ଇଲେକ୍ଟ୍ରିକାଲ୍ ଟ୍ରେଡ଼ରେ ଅଧ୍ୟୟନ କରୁଥିଲେ । ଗତକାଲି ରାତିରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ତାଳଚେର ମଣ୍ଡାପାଳ ସରକାରୀ ଡ଼ାକ୍ତରଖାନାକୁ ନେବାପରେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହି ଦୁଃଖଦ ଖବର ପାଇ ତାଙ୍କ ପିତାମାତା ତାଳଚେର ମଣ୍ଡାପାଳ ସରକାରୀ ଡ଼ାକ୍ତରଖାନାରେ ପଂହଚିି ପୁଅର ମୃତ୍ୟୁର କାରଣ ଆଇଟିଆଇ କର୍ତୁପକ୍ଷଙ୍କ ଅବହେଳା ଯୋଗୁଁ ହୋଇଛି ବୋଲି ଅଭିଯୋଗ କରିବା ସହିତ ତାଳଚେର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଭବାନୀଙ୍କର ଶବ ବ୍ୟବଚ୍ଛେଦ ହେବାପରେ ତାଳଚେର ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ତେବେ ଏହା କେଉଁ କାରଣରୁ ହୋଇଛି ବୋଲି ବର୍ତମାନ ସୁଦ୍ଧା ସନ୍ଦେହ ଘେରରେ ରହିଛି ।
