Odisha news

ସରକାରୀ ପାଠାଗାର ଲାଗୁନି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ

0

ତାଳଚେର ତା ୧୧/୦୩ ଶିକ୍ଷାର ବିକାଶ ନିମନ୍ତେ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ମଧ୍ୟାନ୍ନଭୋଜନ, ସାଇକେଲ, ଲ୍ୟାପଟପ୍‌, ୟୁନିଫର୍ମ ଏପରିକି, ଛାତ୍ରଛାତ୍ରୀମାନଙ୍କୁ ଭତା ପ୍ରଦାନ ଯୋଗାଇ ଦେଇ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବା ବେଳେ ତାଳଚେର ସରକାରୀ ସୂଚନାକେନ୍ଦ୍ର ଓ ପାଠାଗାରର ଟିଣ ଉଡ଼ିଯାଇଥିବା ବେଳେ କାହାର ଛାତ୍ରରୁ ପାଣିଗଳି ଭୂତକୋଠିରେ ପରିଣତ ହୋଇଥିଲେ ମଧ୍ୟ ଆଜି ଏହାର ରକ୍ଷାଣାବେକ୍ଷଣା ସହିତ ଦାୟୀତ୍ୱ ନେବାପାଇଁ କେହି ନାହିଁ ବୋଲି କୁହାଯାଉଛି । ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଏହି ଲାଇବ୍ରେରୀ ୩୧/୦୮/୧୯୭୯ ମସିହା ୱାର୍ଡ଼ ନଂ-୩ ରାଣୀମନ୍ଦିର ପଛପାଶ୍ୱର୍ରେ ରହିଥିଲା । ପୂର୍ବରୁ ଏହି କାର୍ଯ୍ୟାଳୟକୁ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀମାନେ ଆସି ଖବର କାଗଜ ଓ ପୁସ୍ତକ ଓ ବିଭିନ୍ନ ପତ୍ରପତ୍ରିକା ପଢ଼ି ଜ୍ଞାନ ଆରୋହଣ କରୁଥିଲେ । ଏପରିକି, ଗରୀବ ଛାତ୍ରଛାତ୍ରୀମାନେ ଏହି ପାଠାଗାରରେ ପାଠପଢ଼ି ସମାଜର ବିଭିନ୍ନ ଉଚ୍ଚପଦ ପଦବୀରେ ରହି ତାଳଚେର ଅଂଚଳକୁ ଗୌବାନ୍ୱିତ କରିଥିବା ବେଳେ ଏହି ପାଠାଗାର ଆଜି ଦୂରାବସ୍ଥା ଯୋଗୁଁ ଆସୁନି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ । ଯେଉଁ ମହାନୁଭବୀ ସେହି ସମୟରେ ଏହା ପ୍ରତିଷ୍ଠା କରିଥିଲେ ତାହାର ଯଥାର୍ଥତାକୁ ଅନୁଭବ କରି ସ୍ଥାନୀୟ ନେତୃବୃନ୍ଦ ଆନ୍ତରିକତା ଓ ସରକାରଙ୍କ ଇଚ୍ଛାଶକ୍ତି ଏଥିପ୍ରତି ଜାଗ୍ରତ ହେଲେ ପୁନଃ ଏହା ଜନହୀତରେ ଲାଗିପାରିବ । ସିଏସଆର ଓ ଡ଼ିଏମଫଣ୍ଡର ବିପୁଳ ଅର୍ଥଥାଇ ମଧ୍ୟ ଆଜି ପାଠ ଲିଭିଗଲା ତାଳଚେର ପାଠାଗାରରୁ । ଓଡ଼ିଶାର କୋଣ ଅନୁକୋଣରେ ରାଜ୍ୟ ସରକାର ଶିକ୍ଷାର ବିକାଶକୁ ତ୍ୱରାନ୍ୱିତ କରିବାକୁ ଇ-ପାଠାଗାର ଓ ପାଠକ ପାଠୀକାଙ୍କୁ ଆକୃଷ୍ଟ କରିବା ନେଇ ବିଭିନ୍ନ କାର୍ଯ୍ୟ ହାତକୁ ନେଉଥିବା ବେଳେ ତାଳଚେର ଭଳି ଏକ ଶିଳ୍ପାଚଂଳରେ ଏହି ପାଠାଗାର କଥା ନକହିବା ଭଲ! ଏହି ପାଠାଗାରକୁ ପୂର୍ବରୁ ସମସ୍ତ ଖବର କାଗଜ, କ୍ଷୁଦ୍ରଗଳ୍ପ, କବିତା, ବିଭିନ୍ନ ପୁସ୍ତକ ପୁସ୍ତିକା ପାଠକ ପାଠିକାଙ୍କ ପାଇଁ ଯୋଗାଇ ଦିଆଯାଉଥିଲା । ମାତ୍ର କରୋନା କାଳରେ ସମସ୍ତ ଖବରକାଗଜକୁ ବନ୍ଦ କରିଦେଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ ଯୋଗାଇ ଦିଆଯାଉଥିବା ବହିରେ ଊଇ ଲାଗି କିଛି ନଷ୍ଟ ହୋଇଯାଇଥିବା ବେଳେ ନାମକୁ ଆଉ ମାତ୍ର କିଛି ବହି ବାକି ରହିଛି । ତେବେ ତାଳଚେରରୁ ହଜାର ହଜାର କୋଟିଟଙ୍କା ରାଜସ୍ୱ ନେଉଥିବା ବେଳେ କାହିଁକି ଯେ, ସରକାର ତାଳଚେର ପ୍ରତି ସବୁକ୍ଷେତ୍ରରେ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସେହିପରି ତାଳଚେର ପୌରପରିଷଦ ପକ୍ଷରୁ ଲୋକଙ୍କ ହିତ ସାଧନପାଇଁ ୨ଟି ପାଠାଗାର ରାମଚନ୍ଦ୍ର ବଜାର ଓ ଅନ୍ୟଟି ପ୍ରଜାମଣ୍ଡଳ ପରିସରରେ ରହିଥିଲେ ମଧ୍ୟ ଅନୁରୂପ ଅବସ୍ଥା ଦେଖାଦେଇଛି ।

Nalco
Leave A Reply