Odisha news

ଓଡ଼ିଶା କୋଲିୟରୀ ମଜଦୂର ସଂଘର ତ୍ରୟବାର୍ଷିକ ନିର୍ବାଚନ

0

ତାଳଚେର ତା ୨୮/୦୧ ଝରସୁଗୁଡ଼ା ଜିଲ୍ଳା ବେଲପାହାଡ଼ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ସଭାଗୃହ ଠାରେ ଓସିଏମଏସ୍ (ଆଇଏନଟିୟୁସି) ଶ୍ରମିକ ସଂଗଠନର ପ୍ରତିନିଧି ସଭା ଓ କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟିର ୨୦୨୩-୨୫ ବର୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି କିଶୋର ଚନ୍ଦ୍ର ପଟେଲ ସଭାପତିତ୍ୱ କରିଥିଲେ । ଉକ୍ତ ସଭାରେ ସଂଘର ସାଧାରଣ ସମ୍ପାଦକ ସୌଭାଗ୍ୟ ଚନ୍ଦ୍ର ପ୍ରଧାନ ବିବରଣୀ ପାଠ କରିଥିଲେ । ସଂଗଠନର କୋଷାଧ୍ୟକ୍ଷ ବୈକୁଣ୍ଠ ଚରଣ ସାହୁ ସମସ୍ତ ଆୟବ୍ୟୟର ହିସାବ ଦେଇଥିଲେ । ଉକ୍ତ ପ୍ରତିନିଧି ସଭାରେ ମହାନଦୀ କୋଲଫିଲଡ଼ସ୍‌ର ସମସ୍ତ କୋଇଲା ଖଣିର ଓସିଏମଏସ୍ (ଆଇଏନଟିୟୁସି) ପ୍ରତ୍ୟେକ ଶାଖାରୁ ୫୦ଜଣରେ ଜଣେ ଅଂଶଗ୍ରହଣ କରିଥିଲେ । ସଂଘର ସଭାପତି କିଶୋରଚନ୍ଦ୍ର ପଟେଲ ସଭାପତିତ୍ୱ ବକ୍ତବ୍ୟ ଶେଷ କରିବାପରେ ପ୍ରତିନିଧି ସଭାରେ ବର୍ତମାନ କୋଇଲା ଖଣିରେ ସଂଗଠନର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଏହାପରେ ସଂଘର ସଭାପତି ବିଧିବଦ୍ଧ ଭାବରେ ପୁରୁଣା କେନ୍ଦ୍ରୀୟ କମିଟିକୁ ଭଙ୍ଗ କରିଥିଲେ ଓ ନିର୍ବାଚନ ଅଧିକାରୀ ଆଲୋକ କିଶୋର ପଣ୍ଡାଙ୍କୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ଦାୟୀତ୍ୱ ଦିଆଯାଇଥିଲା । ଉକ୍ତ ପ୍ରତିନିଧି ସଭାରେ କିଶୋର ଚନ୍ଦ୍ର ପଟେଲ ସଭାପତି ଓ ସୌଭାଗ୍ୟ ଚନ୍ଦ୍ର ପ୍ରଧାନ ସାଧରଣ ସମ୍ପାଦକ ଭାବେ ଆଗାମୀ ୩ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି । ବୈକୁଣ୍ଠ ଚନ୍ଦ୍ର ସାହୁ ନିର୍ବାଚିତ ହୋଇଛନ୍ତି । ଉପସଭାପତି ଭାବେ ସର୍ବଶ୍ରୀ ଆଲୋକ କିଶୋର ପଣ୍ଡା, ବିଜୟ କୁମାର ଦାସ, ରବିନ୍ଦ୍ର ପ୍ରସାଦ, କ୍ଷୀରୋଦ କୁଅଁର, ଓପି ସିଂ, ବିନୟ କୁମାର ସାହୁ ନିର୍ବାଚିତ ହୋଇଛନ୍ତି । ସମ୍ପାଦକଭାବେ ସୁବ୍ରତ କୁମାର ମାଝୀ, ରାଧାଗୋବିନ୍ଦ ମାଝୀ, ଯଶୋବନ୍ତ ସାହୁ, ମନୋରଞ୍ଜନ ପଟେଲ, ଇନ୍ଦ୍ର ଗୋବିନ୍ଦ ପାଢ଼ୀ ନିର୍ବାଚିତ ହେଲେ । ସାଂଗଠନିକ ସମ୍ପାଦକଭାବେ ପ୍ରଫୁଲ୍ଲ ଜୀବନ ରାଏ, ଲକ୍ଷ୍ମଣ କୁମାର ଭଞ୍ଜ, ଛବିନ୍ଦ୍ର ଖିଲାର, ଅନିଲ କମାର ସାହୁ ଓ ରିତେଶ ପଟେଲ ନିର୍ବାଚିତ ହୋଇଛନ୍ତି । ସାଂଗଠନିକ ସଭ୍ୟଭାବେ ବ୍ରହ୍ମା ନାଏକ, ଗୋବିନ୍ଦ ଚନ୍ଦ୍ର ମିଶ୍ର, ଲଳିତତେନ୍ଦୁ ଗଡ଼ନାୟକ, ଅଶୋକ କୁମାର ପ୍ରଧାନ, ମନୋଜ କୁମାର ସାହୁ, ରଘୁନାଥ ସାମଲ, ନାରାୟଣ ବେହେରା, ମହେନ୍ଦ୍ର କୁମାର ଗୁରୁ, ପିତାମ୍ବର ସାହୁ, ରଣଜିତ ପ୍ରଧାନ, କବିତା ନାୟକ, କବିତା ସାହୁ, କୁମାରୀ ଇଲାରାଣୀ ପ୍ରଧାନ, ବିଦ୍ୟାଧର ସାମଲ, ପ୍ରଫୁଲ ପଣ୍ଡା, ମଲଖିତ ସିଂ, ବିଷ୍ଣୁ ପତି, ଅମରନାଥ ସିଂ, ଭୀମ ମହାନ୍ତି, ବସନ୍ତ ପାଣିଗ୍ରାହୀ, ପ୍ରଶାନ୍ତ କୁମାର ବରଡ଼, ଶକ୍ତି ମିଶ୍ର, ମହେନ୍ଦ୍ର ପ୍ରଧାନ, ବିଭୂତି ନାହାକ, ପ୍ରସନ କୁମାର ରାଓ, ଅରୁଣ କୁମାର ସିଂ, କମ୍ପାଉଡ଼ର୍ ବେହେରା, ସାଧୁ ଚରଣ ସିଂ, ମାନସ ରଞ୍ଜନ ପଟ୍ଟନାୟକ, ଭାସ୍କର ସାହୁ, ରଣଜିତ ସାମଲ, ବିନୋଦ ଚନ୍ଦ୍ର ସାହୁ ଓ ବିଜୟାନନ୍ଦ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି । ଉକ୍ତ ପ୍ରତିନିଧି ସଭା ଓ ନିର୍ବାଚନକୁ ଅତିସୁରୁଖୁରୁରେ ସମ୍ପୂର୍ଣ୍ଣ ହୋଇଥିବାରୁ ସଂଘର ସଭାପତି କିଶୋର ଚନ୍ଦ୍ର ପଟେଲ ସମସ୍ତ ପ୍ରତିନିଧିମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ସାଧାରଣ ସମ୍ପାଦକ ଶ୍ରୀ ପ୍ରଧାନ ଏନେଇ ଏକ ପ୍ରେସ୍ ବିଜ୍ଞାପ୍ତିରେ ତାଳଚେର ଠାରେ ଏହା ପ୍ରକାଶ କରିଥିଲେ ।

Nalco
Leave A Reply