ପାରାଦୀପ୍ – ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମରେ ରେ ୩୪ ତମ ପ୍ରାଦେଶିକ ଖେଳ କୁଦ ସମାରୋହ ଆରମ୍ବ ହୋଇଛି | ତିନିଦିନିଆ ଏହି ସମାରୋହ ରେ ରାଜ୍ୟ ର ପ୍ରତେକ ପ୍ରାନ୍ତ ରୁ କ୍ରିଡା ପ୍ରତିଭାଗୀ ମାନେ ଆସି ଅଂଶ ଗ୍ରହଣ କରିଛନ୍ତି | ଏହି ସମାରୋହ କୁ ଆନୁଷ୍ଠାନିକ ଭାବେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ ଉଦଘାଟନ କରିଥିବା ବେଳେ ୩୦ ଜିଲ୍ଲା ର ଶିଶୁମନ୍ଦିର ବିଦ୍ୟା ଭାରତୀ ର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଛନ୍ତି | ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଉଥିବା ବେଳେ ଶିବିର କୁ ପରିଚାଳନା କରିବା ନିମନ୍ତେ ମଧ୍ଯ ଅନେକ ଗୁରୁମା ଓ ଗୁରୁଜୀ ଙ୍କୁ ନିୟୋଜିତ କରାଯାଇଛି।
