Odisha news

୪କୋଟି ୪୭ଲକ୍ଷ ଟଙ୍କା ବିନିମୟରେ ସିଂହଦ୍ୱାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସରିବ କେବେ?

0

ତାଳଚେର ତା ୧୪/୦୧ ବିଗତ ବର୍ଷରେ ପ୍ରକୃତିଦତ ପ୍ରାଚୁର୍ଯ୍ୟଭରା ସୌନ୍ଦର୍ଯ୍ୟମୟ ତାଳଚେରକୁ ପର୍ଯ୍ୟଟକମାନେ ଉପଭୋଗ କରିବାକୁ ଆସିଥାନ୍ତି । ସେଥି ମଧ୍ୟରୁ ତାଳଚେର ସିଂହଦ୍ୱାରା, ଚିରୋସ୍ରୋତା ପବିତ୍ର ବ୍ରାହ୍ମଣୀନଦୀ ବେଶ ତାଳଚେର ଅଂଚଳର ଶୋଭାବର୍ଦ୍ଧନ କରି ଆସୁଥିଲା । କାଳକ୍ରମେ ଏହି ତାଳଚେରର ପ୍ରାଚୁର୍ଯ୍ୟଭରା ସମ୍ପଦ କୋଇଲା ଖଣି ଯୋଗୁଁ ଧୂଳିସାତ୍ ହେବାକୁ ବସିଛି । କେଉଁ ଆବାହନ କାଳରୁ ତାଳଚେର ଚିରୋସ୍ରୋତା ବ୍ରାହ୍ମଣୀ ନଦୀକୂଳରେ ଉଚ୍ଚକୋଟୀର ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ଓଡ଼ିଶା ପ୍ରସିଦ୍ଧ ରାଜପ୍ୟାଲେସ୍‌ର ସିଂହଦ୍ୱାର ରାଜୁଡ଼ା ଅମଳ ସରିଯିବା ପରେ ଏହାର ରକ୍ଷଣବେକ୍ଷଣା ହୋଇ ନପାରିବାରୁ ଏହା ଜରାଜିର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିଲା । ତତ୍ ସହିତ ତାଳଚେରର ରାଜାସାହେବ୍ ରାମଚନ୍ଦ୍ର ବଜାର ଫାଷ୍ଟଗେଟ୍‌, ହାତୀଶାଳା ଓ ଘୋଡ଼ାଶାଳର ୩ଟି ଗେଟ୍ ବିଭିନ୍ନ କାରୁକାର୍ଯ୍ୟରେ ଭରା ଶୋଭାବର୍ଦ୍ଧନ ପାଇଁ ନିର୍ମାଣ କରିଥିଲେ, ଯାହାକି ଆଜି ସେଥି ମଧ୍ୟରୁ ହାତୀଶାଳ ଗେଟଟି ବିଲୀନ ହୋଇଯାଇଥିବା ବେଳେ ଅନ୍ୟ ଦୁଇଟି ଗେଟ୍ ଜରାଜିର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି । ଏହାର ରକ୍ଷଣବେକ୍ଷଣ ଅଭାବରୁ କେଉଁ ମୂହର୍ତରେ କାହା ଉପରେ କେତେ ବେଳେ ଖସି ପଡ଼ିବ ତାହା ସମୟ ହିଁ କହିବ । ବହୁ ଦାବିପରେ ଜିଲ୍ଳା ଖଣିଜ ପାଣ୍ଠିରୁ ୪କୋଟି ୪୭ଲକ୍ଷଟଙ୍କା ବିନିମୟରେ ନୂତନଭାବେ ସିଂହଦ୍ୱାରର ପୁନରୁଉଦ୍ଧାର କରିବା ସହିତ ତାହା ସମ୍ମୁଖରେ ଆଇଲଭ ତାଳଚେର ଷ୍ଟିକର ଆଲୋକୀକରଣରେ ସେହି ପରିବେଶଟିକୁ ସଜାଇ ବ୍ରାହ୍ମଣୀ ନଦୀ କୂଳରେ ଥିବା କିଛି ଅଂଶ ପାଚରୀକୁ ଦର୍ଶନ ମାନଙ୍କୁ ଆକୃଷ୍ଟ କରିବାକୁ ରଙ୍ଗବେରଙ୍ଗ କରାଯାଇଛି । ଜଗନ୍ନାଥ ମନ୍ଦିର ନିକଟରୁ ରାସ୍ତାର ଉଭୟ ପାଶ୍ୱର୍ରେ ଅର୍ଜୁନକଟା ପୋଖରୀ ପର୍ଯ୍ୟନ୍ତ ଟାଇଲ୍ସ ଲଗାଇବା ସହ ଦର୍ଶକ ବସିବାକୁ ଷ୍ଟିଲବେଂଚ୍ ନିର୍ମାଣ କରଯାଇଛି । ଏହି କାର୍ଯ୍ୟ ଆରମ୍ଭ ଦିନ ଠାରୁ ଏହାକୁ ଉପଭୋଗ କରିବାପାଇଁ ଦର୍ଶକଙ୍କ ଗହଳି ଲାଗି ରହିବା ସହିତ ସେଲଫି ଉଠାଇ ଫେସବୁକ୍ ମାଧ୍ୟମରେ ଏହାକୁ ପ୍ରଚାର କରି ବେଶ ଏହାର ଆନନ୍ଦ ନେଉଛନ୍ତି । ଏହା ନିଶ୍ଚିତଭାବେ ତାଳଚେର ପାଇଁ ଏକ ସ୍ୱାଗତ ଯୋଗ୍ୟ ଓ ଗୌରବର ବିଷୟ ।
ଜିଲ୍ଳା ଖଣିଜପାଣ୍ଠିରୁ ପ୍ରାୟ ୪କୋଟି ୪୭ଲକ୍ଷଟଙ୍କା ବିନିମୟରେ ହୋଇଥିବା ଏହି ହେରିଟେଜ୍ କରିଡ଼ର ଠା୍‌ର ବର୍ଷାପାଣି ଯିବାକୁ ଡ୍ରେ଼ନେଜ ବ୍ୟବସ୍ଥା, ବାଓ ଟଏଲେଟ୍ ବ୍ୟବସ୍ଥା, ମହିଳା, ପୁରୁଷ ପରିଶ୍ରାଗାର, ସୁରକ୍ଷା ବ୍ୟବସ୍ଥା, ଡ଼ଷ୍ଟବିନ୍‌, ପାନୀୟଜଳ ବ୍ୟବସ୍ଥା ନିର୍ମାଣ କରାଯାଇନଥିବାରୁ ଦର୍ଶକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏତିକି ନୁହେଁ, ଏହି ସୌନ୍ଦର୍ଯ୍ୟକରଣ ସ୍ଥାନରେ ଯଦି କେଯଣସି ସଭା ବା ମହୋତ୍ସବ କରାଯାଏ ତେବେ ଏହି ରାସ୍ତାର ଉଭୟ ପାଶ୍ୱର୍କୁ ପୋଲିସ୍ ମୂତୟନ କରାଯାଇ ଯାନବାହାନ ଚଳାଚଳକୁ ବନ୍ଦ କରିଦିଆଯାଇଥାଏ । ଫଳରେ ଉଭୟ ପାଶ୍ୱର୍ର ଲୋକମାନେ ଯିବାଆସିବାକୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ଏଥିନେଇ ସେହି ନିକଟସ୍ଥ ଅର୍ଜୁନକଟା ପୋଖରୀ ଠାରୁ ରାଣୀପାର୍କ ପାଚେରୀ ଓ ତାର ସଲଗ୍ନ ସରକାରୀ ଜମି ଉପରେ ୪ନମ୍ବର ୱାର୍ଡ଼ ଦେଇ ବସଷ୍ଟାଣ୍ଡକୁ ସଂଯୋଗ କରିବାକୁ ଏକ ରାସ୍ତା ନିର୍ମାଣ କରିବା ଆବଶ୍ୟକତା ରହିଛି । ଏଥିସହ ଆବାହମାନ କାଳରୁ ତାଳଚେର ଅଂଚଳରେ ମୁଖଶାଳା ଭାବେ ୨ଟି ଗେଟକୁ ତୁରନ୍ତ ନିର୍ମାଣ କରିବା ସହିତ ଏହାର ପୁନରୁଉଦ୍ଧାର କରାଗଲେ ତାଳଚେର ଐତିହ୍ୟ ସୁରକ୍ଷିତ ରହି ପାରିବ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି ।

Nalco
Leave A Reply