Odisha news

ଲାଇସେନ୍ସ ନଥାଇ ତାଳଚେରରେ କୋଟି କୋଟି ଟଙ୍କାର ବାଣ ଗୋଦାମ

0

ତାଳଚେର ତା ୨୩/୧୦ ମହାମାରୀ କରୋନା ଯୋଗୁଁ ଦୁଇବର୍ଷ ହେବ ବାଣ ଉପରେ ସରକାର କଟକଣା ଲଗାଇଥିବାରୁ ବାଣ ବ୍ୟବସାୟ ଠପ୍ ହୋଇ ଯାଇଥିଲା । ମାତ୍ର ଚଳିତବର୍ଷ ଦୀପାବଳୀ ପର୍ବକୁ ଧୁମଧାମରେ ପାଳନ କରିବାକୁ ନେଇ ବ୍ୟାପକ ପ୍ରସ୍ତୁତ ଚାଲିଥିବା ବେଳେ ବାଣ ବ୍ୟବସାୟୀମାନେ ଏହାକୁ ଆଖି ଆଗରେ ରଖି ଯଥେଷ୍ଟ ଦିନ ପୂର୍ବରୁ ଶିଳ୍ପନଗରୀ ତାଳଚେର ଅଂଚଳର ସହର ଠାରୁ ଗ୍ରାମାଚଂଳ ପର୍ଯ୍ୟନ୍ତ କୋଟି କୋଟିଟଙ୍କାର ବିଭିନ୍ନ ପ୍ରକାର ବାଣ ଆଣି ଗୋଦାମରେ ମହଜୁଦ୍ କରିଥିବା ସହ କାରବାର ମଧ୍ୟ ଚୋରା ଲୁଚାରେ ବିକ୍ଷିପ୍ତ ଚାଲିଥିବା ଦେଖିବାକୁ ମିଳିଛି । ସେଗୁଡ଼ିକର ମୂଲ୍ୟ ମଧ୍ୟ କିଛି କମ ନାହିଁ, ହେଲେ ମଧ୍ୟ ହଜାର ହଜାର ସଂଖ୍ୟକ ଲୋକେ ବାଣ କିଣି ଘରକୁ ନେଇ ଚାଲିଥିବା ଲକ୍ଷ୍ୟ କରାଯାଇଛି । ତେବେ ଏହି ବାଣ ବ୍ୟବସାୟୀଙ୍କ ମଧ୍ୟରୁ କେବଳ ଗୋଟିଏ ଦୁଇଟି ସରକାରଙ୍କ ପକ୍ଷରୁ ଲାଇସେନ୍ସ ମିଳିଥିବା ବେଳେ ଅନ୍ୟ ସମସ୍ତେ ବାହାର ରାଜ୍ୟରୁ ଟ୍ରିପ୍ ଟ୍ରିପ୍ ବାଣ ଆଣି ଗୋଦାମ କରିଥିବା ଏବଂ ଏହି ଗୋଦାମରୁ ହୋଲସେଲ୍ ମୂଲ୍ୟରେ କରି ଡ଼ିଲର୍ ସାଜିଥିବା ବେଳେ ରିଟେଲର ମାନେ ଏହି ବାଣ କିଣି ବିଭିନ୍ନ ସ୍ଥାନରେ ବେଆଇନ୍ ଭାବେ ବିକ୍ରୟ କରିଚାଲିଛନ୍ତି । ତେବେ ଏଥିପ୍ରତି ପ୍ରଶାସନ, ପୋଲିସ୍‌, ଅଗ୍ନିଶମ ବିଭାଗ, ଜିଏସଟି ବିଭାଗ, ଆୟକର ବିଭାଗଙ୍କ ଆଖିରେ ଏହା କିପରି ଦୃଷ୍ଟି ପଡ଼ୁନଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହୋଇଛି ।

IEC 2 years
Leave A Reply