କେନ୍ଦୁଝର : କେସିସିବ୍ୟାଙ୍କ ସଭାପତି ଭାବେ ଶ୍ରୀ କାନନ ବିହାରୀ ପହି ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ବେଳେ ଏହା ପୂର୍ବରୁ ସେ ମଧ୍ୟ ଦୁଇ ଥର ନିର୍ବାଚିତ ହୋଇ ସୁନାମ ଅର୍ଜନ କରିଛନ୍ତି। ଅକ୍ଟୋବର ୨୧ରେକସିସିବ୍ୟାଙ୍କ ସଭାପତିପଦ ପାଇଁ ସେ ଏକ ପାର୍ଥିଭାବେ ୭ସେଟ୍ ନାମାଙ୍କନ ପତ୍ର ଦାଖଲ କରିଥିଲେ। ପୂର୍ବାହ୍ନ ୧.୩୦ମଧ୍ୟରେ ସଭାପତି ପଦ ପାଇଁ ପାର୍ଥିପତ୍ର ଦାଖଲ କରିବାର ସମୟ ଥିବା ବେଳେ ଅନ୍ୟ କେହି ପାର୍ଥିପତ୍ର ଦାଖଲ କରିନଥିଲେ।୧୪ନଂ ଜୋନ କେନ୍ଦୁଝର ଉପଖଣ୍ଡୀଅ ସେବା ସମବାୟ ସମିତିର ନିର୍ଦ୍ଦେଶକ ଥିବା କାନନ ବିହାରୀ ପହି ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲାର ବରିଷ୍ଠ ବିଜେଡି ନେତା ଘଷିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ଉପସ୍ଥିତ ଥିଲେ। ଜିଲ୍ଲା ବିଜେଡ଼ି ସଭାପତି ମାଧବ ସର୍ଦ୍ଧାର,ସାଂସଦ ଚଦ୍ରାଣୀ ମୂର୍ମୂ, ଜିଲ୍ଲା ପରିଷଦ ସଦସ୍ୟ ଆଶିଷ ଚକ୍ରବର୍ତ୍ତୀ,ବିଜେଡି ଏହି ସେଲ୍ ସଭାପତି ଭରତ ପାତ୍ର,ପୈ।ରପାଳିକା ଉପାଧ୍ୟକ୍ଷ ବରଦାପ୍ରସନ ଦାସ ସମେତ ବିଜୁ ଜନତା ଦଳ ସମର୍ଥିତ ୧୫ଜଣ ନିର୍ଦ୍ଦେଶକ ଉପସ୍ଥିତ ଥିଲେ। ଏଥିପୂର୍ବରୁ ଦେବପ୍ରିୟ ପାତ୍ର, କାନନ ବିହାରୀ ପହି, ମହେନ୍ଦ୍ର ନାୟକ,ଗୋଲାପ ନାଏକ, କିଶୋର ଜେନା, ସୁବ୍ରତ ସାମଲ, ପ୍ରଫୁଲ୍ଲ ନାଏକ, ମାଧବାନନ୍ଦ ପୃଷ୍ଟି, ମଙ୍ଗୁଳି ନାୟକ,ରଞ୍ଜନ ଦାସ,ବିଦୁତୁନାୟକ, ରଶ୍ମିରେଖା ଚକ୍ର, ସୁରେନ୍ଦ୍ର କାଣ୍ଡି, ତିଳୋତ୍ତମା ମାଝୀ, ନିର୍ମଳା ପାତ୍ର ନିର୍ଦ୍ଦେଶ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ନବନିର୍ବାଚିତ ସଭାପତି ଶ୍ରୀ ପହୀ ଓ ଉପସ୍ଥିତ ୧୫ଜଣ ନିର୍ଦ୍ଦେଶକଙ୍କ ଘଷିପୁରା ବିଧାୟକ ଶ୍ରୀ ପାତ୍ର ଅଭିନନ୍ଦନ ଗ୍ୟାମ୍ପନ କରିଥିଲେ।
