ତାଳଚେର ତା ୨୪/୦୭ ପୂର୍ବନିଷ୍ପତିକ୍ରମେ ତାଳଚେର ଓକିଲ ସଂଘର ସଭାପତି ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ଓକିଲ ସଂଘ ପକ୍ଷରୁ ପାଲଲହଡା ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାଜରାସ୍ତାର ସଂପ୍ରସାରଣ, ନବୀକରଣ, ମରାମତି ନିମିତ ରାଜରାସ୍ତାକୁ ଶାନ୍ତିଶୃଙ୍ଖଳା ଭାବେ ଅବରୋଧ କରାଯାଇଥିଲା । ସଂଘ ତରଫରୁ ଏଥି ନିମିତ ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଥିଲା । ଏହି ରାଜରାସ୍ତା ଅବରୋଧରେ ଓକିଲ ସଂଘର ସାଧାରଣ ସଂପାଦକ ଦିନବନ୍ଧୁ ସାହୁ, ଉପସଭାପତି ମାନସ ରଂଜନ ଶତପଥି, ସହ ସଂପାଦକ ଚିନ୍ମୟ ରାଏ, ସାଂସ୍କୃତିକ ସଂପାଦକ ରାଜେନ୍ଦ୍ର ସିଂ ଡିଙ୍ଗରା, କୋଷାଧ୍ୟକ୍ଷ କରୁଣାକର ନାୟକ ଓ ଅନ୍ୟାନ୍ୟ କର୍ମକର୍ତାଙ୍କ ସହିତ ସଦସ୍ୟ ସରୋଜ କୁମାର ପ୍ରଧାନ, ପ୍ରତାପ ବିଶୋଇ, ଗିରିଜା ଶଙ୍କର ମିଶ୍ର, ନିର୍ମଳ ତ୍ରିପାଠୀ, ସୁଶାନ୍ତ ସାହୁ, ନରେଶ ନାଏକ, ସନ୍ତୋଷ ଦେହୁରୀ, ଗଦାଧର ସାମଲ, ପ୍ରତାପ ନାଏକ, ନରେନ୍ଦ୍ର ନାଏକ, ରାହାସ ଜେନା, ସ୍ୱରୂପ ନାୟକ, ରବିନ୍ଦ୍ର ସାମଲ, ଅନୁକୂଳ ମହାନ୍ତି, ଅରବିନ୍ଦ ବାରିକ, ଅରବିନ୍ଦ ପଟ୍ଟନାୟକ, କେଶବ ଭୂତିଆ, ମାନସ ବାଇ, ପୁଷ୍ପକ ସ୍ୱାଇଁ, ନିମାନୀ ମହାନ୍ତି, ପ୍ରସାଦ ଖିଲାର ଓ ଅନ୍ୟ ସଭ୍ୟମାନେ ରାଜରାସ୍ତାରେ ତାଳଚେର ଟାଉନ୍ ଟ୍ରାଫିକ୍ ଛକ ସମେତ ବିଭିନ୍ନ ଛକରେ ରହି ଶାନ୍ତିଶୃଙ୍ଖଳା ପୂର୍ବକ ରାଜରାସ୍ତା ଅବରୋଧ କରିଥିଲେ ଏବଂ ଯଦି ଆଗାମୀ ଦିନରେ ଏନ୍.ଏଚ୍.ଆଇ. କର୍ତୃପକ୍ଷ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ ନକରନ୍ତି ତାହେଲେ ତାଳଚେର ଓକିଲ ସଂଘ ପୁନଶ୍ଚ ରାଜରାସ୍ତାକୁ ଓହ୍ଲାଇବ ବୋଲି କଡ଼ା ଚେତାବନୀ ନେଇଛନ୍ତି । ଏହି ରାଜରାସ୍ତା ଅବରୋଧରେ ଓକିଲ ସଂଘକୁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ନଗରପାଳ ପବିତ୍ର ଭୂତିଆ, ବସ୍ ମାଲିକ ସଂଘ, ଟ୍ରକ୍ ମାଲିକ ସଂଘ ଓ ବିଭିନ୍ନ ଅନୁଷ୍ଠାନ ସମର୍ଥନ ଜଣାଇଥିବାରୁ ସଂଘ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଅଛି । ତେବେ ଏହି ଜାତୀୟ ରାଜପଥରେ ଦୈନିକ ହଜାର ହଜାର ଭାରୀଯାନ ଓ କୋଇଲା ଟ୍ରକ ଯାତାୟତ ଫଳରେ ଟ୍ରକ ତୁଳନାରେ ରାସ୍ତା ସଂକୀର୍ଣ୍ଣ ସହିତ ବ୍ୟାପକ ଧୂଳିଧୂଆଁରେ ଅଂଚଳବାସୀଙ୍କୁ ଅଣନିଶ୍ୱାସ କରିବା ସହିତ ଦୈନନ୍ଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟି ମୃତାହତ ଘଟୁଥିବା ପିଛା ଛାଡ଼ି ନଥାଏ ।
