ଠାକୁରମୁଣ୍ଡା : ଠାକୁରମୁଣ୍ଡାର ଜନୈକ ବିଶିଷ୍ଟ ନାଗରିକ, ଜଗନ୍ନାଥ ମହାପ୍ରଭୁଙ୍କ ସେବକ, ସମାଜସେବୀ ବୀରେନ୍ଦ୍ର ପଣ୍ଡା 24 ତାରିଖ ସକାଳେ ମୃତ୍ୟୁବରଣ କରିଥିବା ଖବର ପ୍ରଚାରିତ ହେବା ପରେ ଠାକୁରମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ସେ ଅତ୍ୟନ୍ତ ମିଷ୍ଟଭାଷୀ, ପରୋପକାରୀ ଥିଲେ l ସେ କଂଗ୍ରେସ ଦଳର ଜଣେ ଆଜୀବନ କର୍ମୀ. ନେତା ଭାବେ ପରିଚିତ ଥିଲେ l ଜଗନ୍ନାଥଙ୍କ ସେବାରେ ସର୍ବଦା ବ୍ରତୀ ଥିଲେ l ପ୍ରତିବର୍ଷ ରଥ ଯାତ୍ରାରେ ତାଙ୍କର ଗୁରୁତ୍ୱପୂର୍ଣ ଭୂମିକା ରହୁଥିଲା l ଏଥିସହିତ ଦୈନନ୍ଦିନ ମନ୍ଦିର ପରିଚାଳନା ମଧ୍ୟ ବୁଝୁଥିଲେ l ସମସ୍ତଙ୍କ ସହିତ ତାଙ୍କର ଉତ୍ତମ ସମ୍ପର୍କ ରହିଥିଲା l
ତାଙ୍କର ୨ ପୁଅ ଏବଂ ପତ୍ନୀ ସମେତ ଭାଇ, ବାପା, ମା ଅନ୍ତିମ କାଳରେ ଉପସ୍ଥିତ ଥିଲେ l ସେ ଦୀର୍ଘଦିନ ହେଲା କିଡ଼ନୀ ଜନିତ ରୋଗରେ ଚିକିତ୍ସିତ ହେଉଥିଲେ l ସକାଳ 8.30 ବେଳକୁ ମୃତ୍ୟୁଖବର ପାଇ ବହୁ ବିଶିଷ୍ଟ ଲୋକ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ l ଜଗନ୍ନାଥ ମନ୍ଦିର କମିଟି ସମ୍ପାଦକ ବସନ୍ତ କୁମାର ପଇବର୍ତ୍ତୀ ଗଭୀର ଶୋକ ବ୍ୟକ୍ତ କରିବା ସହିତ ଠାକୁରମୁଣ୍ଡା ଜଣେ ଭଲ ଲୋକ ଏବଂ ଆମେ ଜଣେ ଜଗନ୍ନାଥ ପ୍ରେମୀଙ୍କୁ ହରାଇଲୁ ବୋଲି ଶୋକବାର୍ତ୍ତାରେ ଜଣାଇଛନ୍ତି l ମୃତ୍ୟୁ ବେଳକୁ ତାଙ୍କୁ 58 ବର୍ଷ ହୋଇଥିଲା l।
