Odisha news

ତାଳଚେର ଠାରେ ଜିଲ୍ଳା ସ୍ତରୀୟ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ

0

ତାଳଚେର ତା ୧୨/୦୭ ଆଜି ପୂର୍ବାହ୍ଣରେ ପଂଚାୟତ ସମିତି ସଭାଗୃହ ଠାରେ ଜିଲ୍ଳା ସ୍ତରୀୟ ମିଳିତ ଜନଶୁଣାଣୀ ଶିବର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦାଖଲ ହୋଇଥିବା ସମୁଦାୟ ୨୯ଟି ଅଭିଯୋଗରୁ ୨୪ଟି ବ୍ୟକ୍ତିଗତ ଓ ୫ଟି ଗ୍ରାମ୍ୟଭିତିକ ଅଭିଯୋଗର ଶୁଣାଣୀ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପ୍ରକଳ୍ପ ନିର୍ଦ୍ଦେଶକ ପରାମର୍ଶ ଦେଇଥିଲେ । ଏହି ଶିବିରକୁ ଆସୁଥିବା ଲୋକଙ୍କ ପକ୍ଷରୁ ସାଧାରଣତଃ ବିଜୁ ପକ୍କାଘର, ଶିକ୍ଷା, ଚିକିତ୍ସା ଓ ଶ୍ରମକାର୍ଡ଼ ପ୍ରଦାନ ଭଳି ବିଭିନ୍ନ ଅଭିଯୋଗ ଆସିଥିଲା । ଏହି ଶିବିରରେ ଅତିରିକ୍ତ ଜିଲ୍ଳାପାଳ (ସାଧାରଣ) ରଜନୀକାନ୍ତ ସ୍ୱାଇଁ, ଅତିରିକ୍ତ ଜିଲ୍ଳାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ତାଳଚେର ଉପଖଣ୍ଡ ପୋଲିସ୍ ଅଧିକାରିଣୀ ସ୍ୱାତୀ.ଏସ୍ କୁମାର ଓ ବିଭିନ୍ନ କର୍ତୁପକ୍ଷ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Nalco
Leave A Reply