Odisha news

ଶ୍ରୀଗୁରୂ ଆଶ୍ରମର ଭକ୍ତ ଅଇଁଠୁ ବାବୁଙ୍କ ଅକାଳ ବିୟୋଗ

0

ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ପ୍ରଶିଦ୍ଧ ଆଧ୍ୟାତ୍ମିକ କ୍ଷେତ୍ର ଚଡେଇଧରା ନିକଟ ଶ୍ରୀଗୁରୁ ଆଶ୍ରମ ଶିଦ୍ଧେଶ୍ୱର ପୀଠର ବରିଷ୍ଠ ତଥା ଆଜୀବନ ଭକ୍ତ ଅଇଁଠୁ ଚରଣ ବେହେରାଙ୍କର ଗତକାଲି ରାତିରେ ଅକାଳ ବିୟୋଗ ଘଟିଛି!ଶ୍ରୀ ବେହେରା ଗତକାଲି ସନ୍ଧ୍ୟାରେ ଆଶ୍ରମରେ ମହାପ୍ରଭୁ ଜଗନ୍ନାଥ ଓ ଶିଦ୍ଧେଶ୍ୱର ମହାଦେବଙ୍କ ଆଳତୀ ଓ ଦର୍ଶନ ସାରି ପ୍ରସାଦ ନେଇ ଘରକୁ ଫେରିଥିଲେ! ଘରେ ପହଞ୍ଚି ନିଜ ଧର୍ମ ପତ୍ନୀଙ୍କୁ ପ୍ରସାଦ ଦେବାପାଇଁ ଡକିଥିଲେ! ଧର୍ମପତ୍ନୀ ତାଙ୍କ ହାତରୁ ପ୍ରସାଦ ନେଉଥିଲା ବେଳେ ସେ ଟଳି ପଡିଥିଲେ ଓ ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା! ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି ! ମୃତ୍ୟୁ ବେଳକୁ ସ୍ୱର୍ଗତ ବେହେରାଙ୍କୁ ୬୭ ବର୍ଷ ହୋଇଥିଲା! ସେ ପୁରୁଣା ବଉଳମାଳ ପଞ୍ଚାୟତର ଜଣେ ମୁରବୀ ଭାବେ ଜଣାସୁଣା ଥିଲେ ଓ ସମଗ୍ର ଅଞ୍ଚଳରେ ନ୍ୟୟ ନିଶାପରେଯେ କୌଣସି ସମସ୍ୟାର ସମାଧାନ କରୁଥିଲେ!ତାଙ୍କ ଦେହାନ୍ତ ଖବରପାଇ ଶ୍ରୀଗୁରୁ ଆଶ୍ରମର ବାବା ଗ୍ୟାନାନନ୍ଦ ସରସ୍ୱତୀଙ୍କ ସହ ବହୁ ଭକ୍ତ ତାଙ୍କ ଠାକୁରା ସ୍ଥିତ ବାସଭବନରେ ପହଞ୍ଚି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ! ତାଙ୍କ ବିୟୋଗରେ ଶ୍ରୀଗୁରୁ ଆଶ୍ରମର ଭକ୍ତ ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା,ସରପଞ୍ଚ ଅଶୋକ କୁମାର ପରିଡା,ପଞ୍ଚାୟତ ସଭାପତି ଗନ୍ଧର୍ବ ପରିଡା,ଭକ୍ତ କାହ୍ନୁଚରଣ ପଣ୍ଡା,ପ୍ରଭାକର ବେହେରା,ପୂର୍ଣ୍ଣ ଚନ୍ଦ୍ର ରାଉତ,ଗଣେଶ୍ୱର ପଣ୍ଡା ,ପିତବାସ ସାହୁ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି!ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ସ୍ମଶାନରେ ଦାହ କରାଯାଇଥିଲା!

Nalco
Leave A Reply