ନୂଆଦିଲ୍ଲୀ : ଆପଣଙ୍କ ଶରୀରରେ ଭଜିବାଣୁକୁ ଜାଣିବାକୁ ହେଲେ କରୋନା ଭୁତାଣୁର ଲକ୍ଷଣ ଅତ୍ୟନ୍ତ ମହତ୍ୱ ପୁର୍ଣ ଭୂମିକା ଗ୍ରହଣ କରିଥାଏ l ଯେତେବେଳେ ଏହା ବ୍ୟାପିଥାଏ ସ୍ୱାଦ ଓ ଗନ୍ଧ ଚାଲିଯିବା ଗୋଟିଏ ସାଧାରଣ ଲକ୍ଷଣ ଅଟେ ଓ କରୋନା ମହାମାରୀରେ ଏହା ୬୦ ପ୍ରତିଶତରୁ ଅଧିକ ମାମଲା ଦେଖିବାକୁ ମିଳୁଛି l ଅନ୍ୟ ମୌଖିକ ଲକ୍ଷଣ ମଧ୍ୟ ହୋଇପାରେ କରୋନା କାରଣର ସଙ୍କେତ l
ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ ଅଫ ହେଲଥର ନବୀନ ତମ ରିପୋର୍ଟ ଅନୁସାରେ ସାଇଣ୍ଟିଫିକ ମେଡ଼ିସିନ , ନେଚର ମେଡିସିନରେ ପ୍ରକାଶିତ ଖବର ଅନୁଯାଇ ପାଖାପାଖି ଅଧା କରୋନା ମହାମାରୀ ରୋଗୀମାନଙ୍କର ସଂକ୍ରମଣ ସମୟରେ ମୌଖିକ ଲକ୍ଷଣ ଦେଖାଯାଇଥାଏ l ଏହି ରିପୋର୍ଟରେ କୁହାଯାଇଛିଯେ କରୋନା ଲକ୍ଷଣର ଅଧିକାଂଶ ମାମଲା ସ୍ପର୍ଶ ଯୋଗୁ ମଧ୍ୟ ବ୍ୟାପୁଛି l ଯେବେକି ମୌଖିକ ଲକ୍ଷଣ ନିର୍ଧାରିତ କରିବା ପାଇଁ ବର୍ତମାନ ମଧ୍ୟ ବୈଜ୍ଞାନିକ ମାନଙ୍କର ଅଧ୍ୟୟନ ଜାରି ରହିଛି l ଏଠାରେ କିଛି ଏଭଳି ଲକ୍ଷଣ ରହିଛି ଯାହା କରୋନା ସଂକ୍ରମଣର ସଙ୍କେତକୁ ଦର୍ଶେଇଛି l
ଶୁସ୍କ ମୁଖ : ଅଧିକାଂଶ ଭାଇରଲ ସଂକ୍ରମଣରେ ଶୁସ୍କ ମୁହଁ ସାଧାରଣ କଥା ଅଟେ ଓ ନିକଟରେ ହୋଇଥିବା ଅଧ୍ୟୟନରେ କୁହାଯାଇଛିଯେ କୋଭିଡ ମହାମାରୀ ମଧ୍ୟ ଏହାର ଗୋଟେ କାରଣ ହୋଇପାରେ l ଶୁଷ୍କ ମୁହଁରେ ଆପଣଙ୍କ ଶରୀର ଲାଳ ଉତ୍ପାଦନ କରିବାରେ ବିଫଳ ହୋଇଥାଏ l ଯାହା ଆପଣଙ୍କ ମୁଖକୁ ଖରାପ ଜୀବାଣୁ , ଅନ୍ୟ ରୋଗ ଜନିତ କାରଣରୁ ରକ୍ଷା କରିବା ଓ ପାଚନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ l ଆପଣ ନିଜ ପାଟିରେ ଶୁଖିଲା ଲାଗିବା କିମ୍ବା ଚିପ ଚିପା ଅନୁଭବ କରିଥାନ୍ତି ଓ ଲାଳ ଗାଢା ହୋଇଯାଇଥାଏ l ଆପଣ ଭୋଜନ ଚୋବାଇବା , କଥା କହିବା ଓ ଏକ କଠୋର ଜ୍ବଳନ ଅନୁଭବ କରିଥାନ୍ତି l
ପାଟିରେ ଘା : କୋଭିଡ ମହାମାରୀ ସହିତ ଅଧିକାଂଶ ଭାଇରଲ ସଂକ୍ରମଣ ଆପଣଙ୍କ ମୁଖରେ ଦେଖାଦେଇଥାଏ l ଏହା ସେତେବେଳେ ହୋଇଥାଏ ଯେତେବେଳେ ଭାଇରସ ଆପଣଙ୍କ ମାଂସପେଶୀର ମୌଖିକ ସ୍ତରରେ ଆକ୍ରମଣ କରିଥାଏ l ଫୁଲା ଆପଣଙ୍କ ମୁହଁରେ ଘା ଓ ଅଧକ ଯନ୍ତ୍ରଣାର କାରଣ ହୋଇପାରେ l ଯେଉଁ କାରଣରୁ ଆପଣ ଖାଦ୍ୟ ପଦାର୍ଥକୁ ଖାଇନଥାନ୍ତି l
ଆପଣ ଜିଭରେ ପୋଡାଜଳା ଅନୁଭବ କରିପାରନ୍ତି l ଅନେକ ବିଶେଷଜ୍ଞ ତ୍ୱଚାରେ କିଛି ଫଳି ଯିବାର କୋଭିଡ ମହାମାରୀର କାରଣ ବୋଲି ମତ ଦେଇଛନ୍ତି l
ଜିଭର ରଙ୍ଗ ପରିବର୍ତନ : covid -19 ଆପଣଙ୍କ ମୁଖରେ ପ୍ରଭାବ ପକାଇପାରେ , ଯାହାଦ୍ୱାରା ଆପଣଙ୍କ ଯିବା ରଙ୍ଗ ଓ ଗଠନରେ ପରିବର୍ତନ ହେଇପାରେ , ମୁଖରେ ଜ୍ଵଳନ ସହିତ ଫୁଲି ଯାଇଥାଏ ଯେଉଁ କାରଣରୁ ଆପଣଙ୍କ ଜିଭ କିଛି ଅଦ୍ଭୁତ ଅନୁଭବ କରିଥାଏ l ଆପଣଙ୍କ ଓଠ ଓ ଜିଭରେ ଅଦ୍ଭୁତ ପ୍ରକାରର ଝିମ ଝିମ ଲାଗିଥାଏ l
କରୋନା ମହାମାରୀକୁ ହରାଇବାର ସବୁଠୁ ଉପଯୋଗୀ କଥାହେଲାଯେ ଆପଣ ଆରମ୍ଭରୁ ଭାଇରସ ବିଷୟରେ ଜାଣିପାରିବା l ଯଦି ଆପଣ କରୋନା ମହାମାରୀର କୌଣସି ସାମାନ୍ୟ ମୌଖିକ ଲକ୍ଷଣ ଜାଣୁଛନ୍ତି ତେବେ ଯାଞ୍ଚ କରି କରୋନା ବିରୁଦ୍ଧରେ ଲଢେଇ କରନ୍ତୁ l
ଏହା କେବଳ ଆମେ ଆପଣଙ୍କୁ ସଚେତନ କରାଇଲୁ , ଅଧିକ ଜାଣିବା ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ
