ନୂଆଦିଲ୍ଲୀ : ବିଶ୍ୱର ବିଭିନ୍ନ ଦେଶରେ ଅଦ୍ଭୁତ ପ୍ରକାରର ନୀତିନିୟମ ଆଜି ପର୍ଯ୍ୟନ୍ତ ମଧ୍ୟ ଚାଲି ଆସୁଛି ,ସେହି ଦେଶ ମାନଙ୍କ ମଧ୍ୟରୁ ଗୋଟିଏ ହେଲା ସୁଇଜର ଲ୍ୟାଣ୍ଡ l ସୁଇଜରଲ୍ୟାଣ୍ଡ ସେନାବାହିନୀରେ ଗୋଟିଏ ଅଦ୍ଭୁତ ନିୟମ ରହିଛି l ଏହି ଦେଶରେ ଉଭୟ ମହିଳା ଓ ପୁରୁଷଙ୍କର ସେନାବାହିନୀରେ କାର୍ଯ୍ୟ କୁଶଳତା ରହି ଆସିଛି ,କିନ୍ତୁ ଉଭୟଙ୍କ ମଧ୍ୟରେ ଗୋଟିଏ ସାଧାରଣ ନିୟମ ଲାଗୁ ରହିଛି l ମହିଳା ସୈନ୍ୟ ମାନଙ୍କୁ ମଧ୍ୟ ପୁରୁଷ ମାନଙ୍କର ଅନ୍ତବସ୍ତ୍ର ପିନ୍ଧିବାକୁ ପଡିଥାଏ l
ମିଳିଥିବା ସୂଚନା ଅନୁସାରେ ସୁଇସ ସେନାବାହିନର ପ୍ରବକ୍ତା ଗୋଟିଏ ନିୟୁଜ ଚ୍ୟାନେଲକୁ ସାକ୍ଷାତ୍କାର ଦେଇ କହିଛନ୍ତି ସେନା ମାନଙ୍କ ପାଇଁ ଉପଲବ୍ଧ ହେଉଥିବା ପୋଷାକକୁ ଆଖିଆଗରେ ରଖି ଆମେ ପୁରୁଣା ନିୟମକୁ ବଦଳାଇବାକୁ ଯାଉଛୁ l ପୂର୍ବରୁ ମହିଳା ସେନା ମାନଙ୍କ ପାଇଁ ପୋଷାକ ଉପଲବ୍ଧ ହେଉ ନଥିଲା ଓ ସେମାନେ ସେତିକି ସୁବିଧା ସୁଯୋଗ ପାଉ ନଥିଲେ l ତେଣୁ ସେମାନେ ପୁରୁଷ ମାନଙ୍କର ପୋଷାକ ସହିତ ଅନ୍ତବସ୍ତ୍ର ପରିଧାନ କରୁଥିଲେ l ଯାହା ସେମାନଙ୍କ ପାଇଁ ଅସୁବିଧାର କାରଣ ରହିଥିଲା ଓ ଏହି କାରଣରୁ ଖୁବ କମ ମହିଳା ସେନାବାହିନୀରେ ଯୋଗ ଦେଉଥିଲେ l
ସୁଇଜଲ୍ୟାଣ୍ଡର ରକ୍ଷାମନ୍ତ୍ରୀ ମଧ୍ୟ ଏହାକୁ ସ୍ୱାଗତ କରିଛନ୍ତି l ସୁଇସ ନେସନାଲ କାଉନ୍ସିଲର ସଦସ୍ୟ କହିଛନ୍ତି ମହିଳା ମାନଙ୍କ ପାଇଁ ଏହା ଏକ ଭଲ ସୁଯୋଗ ହେବ ଓ ସେମାନେ ଅଧିକ ସୈନ୍ୟବାହିନୀରେ ଯୋଗ ଦେବାପାଇଁ ମନ ବଳାଇବେ l ମିଳିଥିବା ସୂଚନା ଅନୁସାରେ ୮୦ ଦଶକରୁ ସୁଇଜରଲ୍ୟାଣ୍ଡ ସେନାବାହିନର ପୋଷାକ ବର୍ତ୍ତମାନ ମଧ୍ୟ ସେହିଭଳି ରହି ଆସିଛି l ଏହି ଦେଶର ସେନାବାହିନୀରେ ମହିଳା ମାନେ ମଧ୍ୟ ପୁରୁଷଙ୍କ ଭଳି ସମସ୍ତ କାମ କରିଥାନ୍ତି ଓ ଏଠାରେ ବର୍ତ୍ତମାନ ପୁରୁଷ ମାନଙ୍କ ତୁଳନାରେ ମହିଳା ମାନେ ଏକ ପ୍ରତିଶତ ରହିଛନ୍ତି l
Comments are closed.