Odisha news

ସରିଲା ନନ୍ଦିଗ୍ରାମ ମହାସମର : ସତରେ କଣ ମମତା ଫସିଗଲେ ନନ୍ଦୀ ଗ୍ରାମରେ , ଆସନ୍ତୁ ଜାଣିବା ପୁରା ଖବର

ସରିଲା ନନ୍ଦୀ ଗ୍ରାମ ଭୋଟ l  ମମତାଙ୍କୁ କଡା ଟକ୍କର ଦେଇ ସୁଭେନ୍ଦୁ ନନ୍ଦୀ ଗ୍ରାମରେ ଗଲି ଗଳିରେ ପ୍ରଚାର ଚଳାଇଥିଲେ l  ସୁଭେନ୍ଦୁ ଗଡ଼ କୁହ ଯାଉଥିବା ନନ୍ଦୀ ଗ୍ରାମରେ ମମତାଙ୍କ ପ୍ରଚାର ଦେଖିଲେ ଲାଗୁଚି ସତରେ କଣ ମମତା ନନ୍ଦିଗ୍ରାମରେ ଫସିଗଲେ l ନନ୍ଦିଗ୍ରାମରେ ମମତା କହିଲେ ନନ୍ଦିଗ୍ରାମକୁ ନେଇ ଛନ୍ତିତ ଓ ଲକତନ୍ତ୍ରକୁ ନେଇ ଦୁଃଖିତ l ମା , ମାଟି ଓ ନନ୍ଦିଗ୍ରାମ ଜନତାଙ୍କ ଆଶ୍ରିବାଦରୁ ମୁ ନନ୍ଦିଗ୍ରାମରୁ ଜିତିବାକୁ ଯାଉଛି l ଏ କଥା ସବୁ ଶୁଣିଲେ ଲାଗୁଚି ସତରେ କଣ ମମତା ଡରି ଯାଇଛନ୍ତି l ବାରମ୍ବାର ଆରୋପ ଲଗାଇବା  ସହିତ ହତାଶ ହେଲା ଭଳି ଲାଗୁଛନ୍ତି l ଏଠାରେ କହି ରଖୁଛୁ ମମତା ଦୀର୍ଘ ୩ ଦିନ ନନ୍ଦୀ ଗ୍ରାନାରେ ରହି ପ୍ରଚାରରେ ଲାଗିପଡିଥିଲେ  l

ପଶ୍ଚିମ ବଙ୍ଗରେ ଗୁରୁବାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହିଂସାକାଣ୍ଡ ମଧ୍ୟରେ ଶେଷ ହୋଇଛି। ୮୦ ଭାଗରୁ ଅଧିକ ଲୋକ ମତଦାନ କରିଥିବା ଜଣାପଡ଼ିଛି। ତେବେ ରାଜ୍ୟର ସବୁଠାରୁ ଚର୍ଚିତ ନିର୍ବାଚନମଣ୍ଡଳୀ ନନ୍ଦୀଗ୍ରାମରେ ଗୁରୁବାର ମତଦାନ ବେଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଆସନରେ ନିଜର ପୂର୍ବତନ ଘନିଷ୍ଠ ସହଯୋଗୀ ତଥା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ କଡ଼ା ମୁକାବିଲାର ସମ୍ମୁଖୀନ ହେଉଛନ୍ତି ତୃଣମୂଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ। ଏହି ହାଇ ପ୍ରୋଫାଇଲ ନିର୍ବାଚନମଣ୍ଡଳୀରେ ମତଦାନ ବେଳେ ବିଭିନ୍ନ ସ୍ଥାନରେ ବିଜେପି-ତୃଣମୂଳ କଂଗ୍ରେସ କର୍ମୀମାନଙ୍କ ମଧ୍ୟର ସଂଘର୍ଷ ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଗୋଟିଏ ବୁଥ୍‌ ଭିତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨ ଘଣ୍ଟା ପର୍ଯ୍ୟନ୍ତ ଫସି ରହିଯାଇଥିଲେ। ସେ ରାଜ୍ୟପାଳଙ୍କୁ ଫୋନ୍ କରିବା ପରେ ସିଆର୍‌ପିଏଫ୍‌ ଯବାନ ତାଙ୍କୁ ସେଠାରୁ ସୁରକ୍ଷିତ ଉଦ୍ଧାର କରିଥିଲେ। ଏହି ଘଟଣା ଆଜି ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

ମମତା ଆରୋପ ଲଗାଇ କହିଛନ୍ତି ଗୃହ ମନ୍ତ୍ରୀ ସିଆରପିଏଫ , ବିଏସଫ ଓ ଅନ୍ୟ ଯବାନ ମାନଙ୍କୁ ନିର୍ଦେଶ ଦେଇଛନ୍ତି ସେମାନେ ଖାଲି ବିଜେପି ଓ ତାଙ୍କ କର୍ମୀ ମାନଙ୍କୁ ସାହାଯ୍ୟ କରିବା ପାଇଁ l ମୁ ନିର୍ବାଚନ ଆୟୋଗଙ୍କ ଚୁପ ରହିବାକୁ ଦେଖି ଆଶ୍ଚର୍ଯ୍ୟ ହଉଚି l ମୁ ବହୁତ ଶିକାୟତ କଲିଣି କିନ୍ତୁ କୌଣସି ସୁଫଳ ମିଳୁନାହିଁ l ଚୁନାଵ ଆୟୋଗ ମଧ୍ୟ ମମତାଙ୍କୁ ତାଙ୍କର ଜବାବ  ଦେଇଛନ୍ତି  l

ପଶ୍ଚିମବଙ୍ଗର ନନ୍ଦୀଗ୍ରାମରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗାଡ଼ି ଉପରେ ଢେଲାପଥର ମାଡ଼ ହୋଇଛି। କିନ୍ତୁ, ନନ୍ଦୀଗ୍ରାମ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଏହି ଆକ୍ରମଣରୁ କୌଣସି ମତେ ବର୍ତ୍ତି ଯାଇଛନ୍ତି।

ପ୍ରାପ୍ତ ପ୍ରାଥମିକ ସୂଚନା ଅନୁସାରେ, ନନ୍ଦୀଗ୍ରାମର ସାତେଙ୍ଗାବାରି ଅଞ୍ଚଳରେ ଏହି ଘଟଣା ଘଟିଛି। ସେଠାରେ ଶୁଭେନ୍ଦୁଙ୍କ ଗାଡ଼ି ଉପରକୁ ଢେଲାପଥର ଫିଙ୍ଗା ଯାଇଥିଲା। ଶୁଭେନ୍ଦୁଙ୍କ ଗାଡ଼ି ପଛେ ପଛେ ଯାଉଥିବା ଗଣମାଧ୍ୟମ ସଂସ୍ଥାନର ଏକ ଗାଡ଼ି ମଧ୍ୟ ନଷ୍ଟ ହୋଇଯାଇଛି।

ୱେଷ୍ଟବେଙ୍ଗଲରେ ସବୁଥର ଇଲେକ୍ସନ ଭଳିଆ ଏଥର ଟିକିଏ ଆଲଗ ଲାଗୁଚି l ବିଜେପି ଏଥର ଇଲେକ୍ସନରେ ମମତାଙ୍କୁ ଘେରିବାରେ କୌଣସି କସର ଛାଡୁନାହିଁ l ମମତା ମଧ୍ୟ ପୁରା ଦମରେ ବିଜେପିକୁ ଟକ୍କର ଦେବାର ଦେଖା ଯାଉଛି l ମମତାଙ୍କ ସବୁଠୁ ବଡ ଚିନ୍ତାର କାରଣ ତାଙ୍କ ଦଳର ନେତା ମାନେ ଦଳ ଛାଡି ଚାଲି ଯାଉଛନ୍ତି l

Comments are closed.