Odisha news

ବିରଳ ବିବାହ : ଶିବଗଣ ଓ ଭୁତ-ପ୍ରେତ ବେଶରେ ଆସିଲେ ବରଯାତ୍ରୀ

ନୂଆଦିଲ୍ଲୀ : କାନପୁରରେ ଗୋଟିଏ ଗାଁରେ ଏକ ଅଦ୍ଭୁତ ବିବାହ ଚର୍ଚାର କେନ୍ଦ୍ରବିନ୍ଦୁ ହୋଇଛି l ବର ଓ କନ୍ୟା ଉଭୟ ଶିବ ପାର୍ବତୀ ଭାବରେ ଅଗ୍ନିକୁ ସାକ୍ଷୀରଖି ବିବାହ କରିଛନ୍ତି l ଉଭୟଙ୍କ ପରିଜନ ତାଙ୍କ ବିବାହରେ ଏଭଳି ଉତ୍ସାହିତ ହୋଇଥିଲେ ଯେ ବିବାହ ଯେତିକି ସମୟ ଚାଲିଥିଲା ତାଙ୍କ ଉପରେ ପୁଷ୍ପ ବୃଷ୍ଟି କରିଥିଲେ l କାନପୁରରେ ସିଵାଲୀ ଗ୍ରାମରେ ପ୍ରତେକ ବର୍ଷ ମହାକାଳେଶ୍ଵର ମନ୍ଦିରରେ ଶିବ ଓ ପାର୍ବତୀଙ୍କ ବିବାହ ଆୟୋଜିତ କରାଯାଏ ,ଚଳିତ ବର୍ଷ ମଧ୍ୟ କରାଯାଇଥିଲା l ମନ୍ଦିର ପରିସରରେ ଶିବ ତାଙ୍କ ବରଯାତ୍ରୀ ମାନଙ୍କ ସହିତ ଆସି ପହଂଚିଥିଲେ l

ଏହି ଯେଉଁ  ଦୁଇ ଯୁବକ ଯୁବତୀ ବିବାହ କରିଛନ୍ତି ସେମାନେ ହେଲେ ହିମାଂଶୁ ଓ ମାନସୀ ,ଉଭୟ କୀର୍ତନ ମଣ୍ଡଳୀର କଳାକାର ଅଟନ୍ତି ଓ କାନପୁରରେ ରୁହନ୍ତି l ଉଭୟ ଏହି କୀର୍ତନ ମଣ୍ଡଳୀରେ କାମ କରୁଥିବା ବେଳେ ନିକଟତର ହେଇଥିଲେ ଓ ବିବାହ କରିବା ପାଇଁ ସ୍ଥିର କଲେ l ଉଭୟଙ୍କ ଘରଲୋକ ମଧ୍ୟ ଏହି ବିବାହକୁ ଗ୍ରହଣ କରିଛନ୍ତି l ହିମାଂଶୁ ଓ ମାନସୀ କୀର୍ତନ ମଣ୍ଡଳୀରେ ଶିବ ଓ ପାର୍ବତୀ ଭାବରେ ଅଭିନୟ କରି ଥାନ୍ତି l ଏଥିପାଇଁ ଦୁଇଜଣ ଏଭଳି ବିବାହ କରିବେ ବୋଲି ସ୍ଥିର କଲେ l ମଙ୍ଗଳବାର ଦିନ ହୋଇଥିବା ଏହି ବିବାହ କାର୍ଯ୍ୟରେ ହିମାଂଶୁ ଶିବହଙ୍କ ଭଳି ବେଶ ହୋଇଥିଲେ ଓ ମାନସୀ ପାର୍ବତୀଙ୍କ ଭଳି ବେଶ ହୋଇଥିଲେ l

କପାଳେଶ୍ବର ମନ୍ଦିରରୁ ଶିବ ବାଜା ଓ ବରଯାତ୍ରୀଙ୍କ ସହିତ ରଥ ଉପରେ ବସି ବାହାରିଥିଲେ ,ଏହି ବରଯାତ୍ରୀରେ ନନ୍ଦୀ ,ଗଣ ଓ ଭୁତପ୍ରେତ ବେଶ ଧରି ବରଯାତ୍ରୀ ସାମିଲ ହୋଇଥିଲେ l ଏହାପରେ ବରଯାତ୍ରୀ ଜାଗେଶ୍ଵର ମନ୍ଦିରରେ ପହଞ୍ଚିଲା ପରେ ଗୋଟିଏ ବଡ଼ ପଦ୍ମଫୁଲ ଭିତରେ ହିମାଂଶୁ ଓ ମନାସୀଙ୍କୁ ବସାଯାଇ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା l ଏହି ବିବାହରେ ବେଦ ମନ୍ତ୍ର ସହିତ ବାତାବରଣ ପବିତ୍ର ହୋଇ ଯାଇଥିଲା l ବିବାହ ପରେ ବରଯାତ୍ରୀ ବିଦା ହୋଇ ମହାକାଳେଶ୍ଵର ମନ୍ଦିରକୁ ଆସିଥିଲେ l ଲୋକେ କହୁଛନ୍ତି କଳିଯୁଗରେ ଏଭଳି ବିବାହକୁ ଦେଖି ମନକୁ ଶାନ୍ତି ମିଳିଲା l

Comments are closed.