Odisha news

ଘରକୁ ଫେରିଲେନି ସ୍ୱିଗି ଡେଲିଭରି ବଏ : ମିଳୁନି ପତ୍ତା

ଭଏସ୍ ମେସେଜ୍ : ଛୁରୀ ଭୁଷି ଡାଲା ଅଟୋରେ ନେଉଛନ୍ତି , ଘଟଣାସ୍ଥଳରୁ ମିଳିଛି ପର୍ସ, ଚପଲ, ବ୍ୟାଗ, ଗଞ୍ଜି

ଭୁବନେଶ୍ୱର,(ନି.ପ୍ର): ସ୍ୱିଗି କମ୍ପାନିର ଡେଲିଭରୀ ବଏ ପତିତପାବନ ପୃଷ୍ଠି ଗତ ଶନିବାର ରାତିରୁ ଘରକୁ ଫେରି ନାହାଁନ୍ତି । ସେ ଘରକୁ ଫଠାଇଥିବା ଭଏସ୍ ମେସେଜରୁ ଜଣାପଡିଛି କେହି ଦୁବୃର୍ତ୍ତ ତାଙ୍କୁ ଛୁରୀ ମାରି ଡାଲା ଅଟୋରେ ପକାଇ ନେଇ ଯାଇଛନ୍ତି । ଏଥିରେ ସେ ଲୋକେସନ୍ ମଧ୍ୟ ସେୟାର କରିଥିଲେ । ସ୍ତ୍ରୀ ଅହଲ୍ୟା ପୃଷ୍ଠୀଙ୍କ ମୋବାଇଲକୁ ଭଏସ୍ ମେସେଜ୍ ଆସିବା ପରେ ଘର ଲୋକେ ସେହି ଅନୁଯାୟୀ ଖୋଜିବା ଆରମ୍ଭ କରିଥିଲେ । ବିଭିନ୍ନ ସ୍ଥାନରେ ଖୋଜ ଖବର କରିବାପରେ କୌଣସି ସନ୍ଧାନ ନ ପାଇବାରୁ ଧଉଳି ଥାନାକୁ ଯାଇଥିଲେ । ସେଠାରେ ତାଙ୍କୁ ପୋଲିସ ଶ୍ରୀ ଲିଙ୍ଗରାଜ ଥାନାକୁ ଯିବାକୁ କହିଥିଲା । ପୋଲିସ କହିବାନୁଯାୟୀ, ସେମାନେ ଶ୍ରୀ ଲିଙ୍ଗରାଜ ଥାନାକୁ ଆସିଲେ । ସେଠାରେ ତାଙ୍କୁ ପୋଲିସ ମଧ୍ୟ କହିଥିଲା, ଆମ ଥାନା ଘଟଣା ନୁହେଁ ଧଉଳି ଥାନାକୁ ଯାଅ । ରାତି ୧୨ଟାରୁ ଧଉଳିରୁ ଶ୍ରୀ ଲିଙ୍ଗରାଜ, ଶ୍ରୀ ଲିଙ୍ଗରାଜରୁ ଧଉଳି ଥାନା ଏପଟ ସେପଟ ହୋଇ ରାତି ପାଇଗଲା ।

ରବିବାର ସକାଳେ ଧଉଳି ଥାନା ଆଇଆଇସି ଉପରିସ୍ଥ ଅଫିସରଙ୍କ କହିବାନୁଯାୟୀ ପତିତପାବନଙ୍କ ପରିବାର ସାଙ୍ଗରେ ସେ ପଠାଇଥିବା ଲୋକେସନ୍ ଅନୁଯାୟୀ ଖୋଜିବାକୁ ଯାଇଥିଲେ । ଲିଙ୍ଗିପୁର ନଦୀବନ୍ଧର ଗୋଟିଏ ସ୍ଥାନରୁ ସ୍ୱିଗି ବଏଙ୍କ ଚିରା ଗଞ୍ଜି, ଚପଲ, ବ୍ୟାଗ, ପର୍ସ ଓ ଗୋଟିଏ ଛୁରୀ ମିଳିଛି । ବୋଧ ହୁଏ ସେହିଠାରୁ ପତିତପାବନଙ୍କୁ ଛୁରୀ ମାରି ଡାଲା ଅଟୋରେ ପକାଇ ନେଇ ଯାଇଛନ୍ତି । ଏହାପରେ ସେ ଡାଲା ଅଟୋ ଉପରୁ ଭଏସ୍ ମେସେଜ୍ ସ୍ତ୍ରୀ ପାଖକୁ ପଠାଇଥାଇ ପାରନ୍ତି । ଭଏସ୍ ମେସେଜ୍ରେ ମଧ୍ୟ ତାଙ୍କୁ କିଛି ଦୁବୃର୍ତ୍ତ ଅପହରଣ କରି ଏହି ପରିସ୍ଥିତିରେ ନେଉଥିବା ଅତି ବିକଳ ହୋଇ କହିଛନ୍ତି । ତାଙ୍କ ବାଇକ୍ କୁଆଡେ ଗଲା ତାହା ବିଳୁନଥିବାବେଳେ ସେ ଶନିବାର ସକାଳେ ଘରୁ ଯିବାବେଳେ ନେଇଥିବା ୧୫ ହଜାର ଟଙ୍କା ମଧ୍ୟ ପର୍ସରେ ନଥିଲା । ଉପରିସ୍ଥ ଅଫିସରଙ୍କ କହିବାନୁଯାୟୀ, ପୋଲିସ ତିନୋଟି ଟିମ୍ ଗଠନ କରି ଘଟଣାର ଛାନ୍ଭିନ୍ କରୁଥିଲେ ମଧ୍ୟ ରବିବାର ରାତି ୧୦ଟା ପର୍ଯ୍ୟନ୍ତ ପତିତପାବନଙ୍କ କୌଣସି ପତ୍ତା ମିଳିନଥିଲା ।

ପତିତପାବନ ପୃଷ୍ଟିଙ୍କ ନିଜ ଘର ବଳଙ୍ଗା ଅଞ୍ଚଳରେ । ସେ ଅହଲ୍ୟାଙ୍କୁ ପ୍ରେମ ବିବାହ କରିଛନ୍ତି । ସପରିବାରେ ସେ ଭୁବନେଶ୍ୱର ଉପକଣ୍ଠ ନୂଆଗାଁ ଅଞ୍ଚଳରେ ଭଡାକୁ ରହି ସ୍ୱିଗି କମ୍ପାନିରେ ଡେଲିଭରି ବଏ ଭାବେ କାମ କରନ୍ତି । କମ୍ପାନିରେ କାମ କରିବା ପୂର୍ବରୁ ସେ ଗ୍ୟାରେଜରେ କାମ କରୁଥିଲେ । କରୋନା ପାଇଁ ଗ୍ୟାରେଜ୍ ଭଲ ନଚାଲିବାରୁ ସେ ସ୍ୱିଗି କମ୍ପାନୀରେ କାମ କରୁଥିବା ଘର ପରିବାର ଲୋକେ କହିଛନ୍ତି । ନିଜେ ଗୋଟେ ଗ୍ୟାରେଜ କରିବା ପାଇଁ ଶନିବାର ଘରୁ ଯିବାବେଳୋ ୧୫ ହଜାର ଟଙ୍କା ନେଇଥିଲା ବୋଲି ତାଙ୍କ ଭାଇ ଓ ସ୍ତ୍ରୀ କହିଛନ୍ତି । ଶନିବାର ରାତିରେ ଫେରିବା ଡେରି ହେବାରୁ ବାଇକ୍ ଟିକିଏ ସମସ୍ୟା ହେଉଛି ପହଞ୍ଚôବାକୁ ଟିକିଏ ଡେରି ହେବ ବୋଲି କହିଥିଲେ ।

ଶନିବାର ରାତି ୧୦.୧୫ ରେ ସ୍ତ୍ରୀ ଅହଲ୍ୟାଙ୍କ ମୋବଇଲ୍ରେ ଅପହରଣ ଓ ଛୁରୀ ମାଡ ସମ୍ପର୍କରେ ଭଏସ୍ ମେସେଜ୍ ଆସିଥିଲା । ଭଏସ୍ ମେସେଜ୍ ପାଇବାପରେ ବଡଭାଇ, ସ୍ତ୍ରୀ ଓ କିଛି ବନ୍ଧୁ ଭୁବନେଶ୍ୱରରେ ରହୁଥିବା ସର୍ମ୍ପକୀଙ୍କ ଘର ପାଖକୁ ଯିବା ସହ ସେ ପଠାଇଥିବା ଲୋକେସନ୍ ଅନୁଯାୟୀ ଖୋଜ୍ ଖବର କରି କୌଣସି ପତ୍ତା ପାଇଲେ ନାହିଁ । ରାତି ୧୨ଟାରେ ଧଉଳି ଥାନାକୁ ଯିବାପରେ ପରିସ୍ଥିତି ଜଟିଳ ହୋଇଥିଲା । ସେଠାରେ ତାଙ୍କ କଥା ପୋଲିସ ଶୁଣିଲା ନାହିଁ । ଶ୍ରୀ ଲିଙ୍ଗରାଜ ଥାନାକୁ ପଠାଇଦେଲା । ଶ୍ରୀ ଲିଙ୍ଗରାଜ ଥାନାକୁ ଆସିବା ପରେ ସେମାନେ ମଧ୍ୟ ପରିବାର ଅଭିଯୋଗ ଶୁଣିଲେନି । ଧଉଳି ଥାନାକୁ ଯିବାକୁ କହିଲେ । ଏହିପରି ରାତି ତମାମ ହିନସ୍ତା ହେବାପରେ ରବିବାର ସକାଳେ ବଡ ଭାଇ କାମ କରୁଥବବା ସ୍ଥାନର ମାଲିକଙ୍କୁ କହିବାପରେ ସେ ପୋଲିସର ଉପରିସ୍ଥ ଅଫିସରଙ୍କୁ କହିଥିଲେ । ସେହି ଅଫିସରଙ୍କ ନିଦେ୍ର୍ଦଶ ଅନୁଯାୟୀ, ଟିମ୍ ଗଠନ କରାଯାଇ ଖୋଜ୍ ଖବର ହେଉଛି ।

Shares