Odisha news

ଗୁରୁବାର ଦିନ ସ୍ୱସ୍ତିକ ଚିହ୍ନ ର ବାସ୍ତୁ ବିଜ୍ଞାନ ରେ ମହତ୍ୱ ଓ ଲାଭ କଣ ରହିଛି

0

ଆମ ଭାରତୀୟ ସଂସ୍କୃତିରେ ସ୍ୱସ୍ତିକ ଚିହ୍ନ କୁ ଖୁବ ଶୁଭ ବୋଲି କୁହାଯାଇ ଥାଏ l ସ୍ୱସ୍ତିକ ଚିହ୍ନ କୁ ମଙ୍ଗଳ କାମନାର ପ୍ରତୀକ ବୋଲି କୁହାଯାଇ ଥାଏ l ଯେତେବେଳେ ମଧ୍ୟ ଆମେ କୌଣସି ଶୁଭ କାର୍ଯ୍ୟ କରିଥାଉ ତା ପୂର୍ବରୁ ସ୍ୱସ୍ତିକ ଚିହ୍ନ କରିଥାଉ l ସ୍ୱସ୍ତିକ ର ପ୍ରକୃତ ଅର୍ଥ ହେଉଛି ମଙ୍ଗଳ କାମନା କାରୀ l ସ୍ୱସ୍ତିକ ଚିହ୍ନ କୁ କେବଳ ହିନ୍ଦୁ ଧର୍ମ ନୁହେଁ ସମସ୍ତ ଧର୍ମ ରେ ପବିତ୍ର ବୋଲି ଗ୍ରହଣ କରାଯାଇ ଥାଏ l

* ମଙ୍ଗଳ ଭାବ ର ଚିହ୍ନ ସ୍ୱସ୍ତିକ ଚିହ୍ନ –
ହିନ୍ଦୁ ସଂସ୍କୃତି ରେ ପ୍ରାଚୀନ କାଳରେ ରୁଷି ମୁନୀ ମାନେ ନିଜ ଧର୍ମ ର ଆଧ୍ୟାତ୍ମିକ ଅନୁଭବ ଆଧାରରେ କିଛି ବିଶେଷ ଚିହ୍ନ ର ରଚନା କରିଥିଲେ, ଏହି ଚିହ୍ନ ମଙ୍ଗଳ ଭାବ କୁ ପ୍ରକଟ କଇଥାଏ, ସେହିଭଳି ଚିହ୍ନ ହେଉଛି ସ୍ୱସ୍ତିକ l ସ୍ୱସ୍ତିକ ଚିହ୍ନ କୁ ସକାରାତ୍ମକ ଉର୍ଜା ର ସ୍ତୋତ୍ର ଭାବରେ ଗ୍ରହଣ କରାଯାଏ l ଯେଉଁ ଘରେ ପୂଜା ସମୟରେ ସ୍ୱସ୍ତିକ ଚିହ୍ନ କରାଯାଇ ଥାଏ ସେହି ଘରେ ସୁଖସମୃଦ୍ଧିର ବାସ ହୋଇଥାଏ l ଏହି କାରଣରୁ ଯେ କୌଣସି କାର୍ଯ୍ୟ କରିବା ପୂର୍ବରୁ ସ୍ୱସ୍ତିକ ଚିହ୍ନ କରାଯାଏ l

* ସ୍ୱସ୍ତିକ ଚିହ୍ନ ରେ ସୁଖସମୃଧିର ବାସ ହୋଇଥାଏ –
– ଯେଉଁ ଘରେ ସ୍ୱସ୍ତିକ ଚିହ୍ନ ଲଗାଯାଇ ଥାଏ ସେଠାରେ ସୁଖ ସମୃଦ୍ଧି ର ବାସ ହୋଇଥାଏ ଓ ଧନ ଧାନ୍ୟ ଘର ପୁରି ଉଠିଥାଏ l
– ଘର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଲଗାଇବା ଖୁବ ଶୁଭ ଅଟେ l କୁହାଯାଏ ଯେ ଯେଉଁ ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ହୋଇଥାଏ ସେଠାରେ ଦେବା ଦେବୀ ଙ୍କ ବାସ ହୋଇଥାଏ l
– ଗୁରୁ ପୁଷ୍ୟ ଯୋଗରେ କରାଯାଇ ଥିବା ସ୍ୱସ୍ତିକ ଜୀବନ ରେ ଶାନ୍ତିର ପ୍ରତୀକ ହୋଇଥାଏ l
– ଯଦି ରାତିରେ ନିଦ ଆସୁନାହିଁ ତେବେ ଶୋଇବା ପୂର୍ବରୁ ନିଜର ତର୍ଜନୀ ଆଙ୍ଗୁଳି ରେ ସ୍ୱସ୍ତିକ ଚିହ୍ନ କରିବା ଦ୍ୱାରା ଭଲ ନିଦ ଆସିଥାଏ l
– ନିଜ ଘରର ଆଲମିରା ରେ ସ୍ୱସ୍ତିକ ଚିହ୍ନ କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ l
– ଯଦି ଆପଣଙ୍କ ବୈବାହିକ ଜୀବନ ରେ ଅନେକ ସମସ୍ୟା ଦେଖା ଯାଉଛି ତେବେ ହଳଦୀ ରେ ଠାକୁର ଘରେ ସ୍ୱସ୍ତିକ ଚିହ୍ନ କରନ୍ତୁ l
– ଯଦି ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ କରିବା ତେବେ ପିତୃ ପୁରୁଷ ଙ୍କ କୃପା ଲାଭ ହୋଇଥାଏ l

Leave A Reply