ଜାନୁଆରୀ ୧୨ ତାରିଖ ଦିନ ହେଉଛି ବିବେକାନନ୍ଦ ଙ୍କ ଜୟନ୍ତୀ ଅଟେ । ବିବେକାନନ୍ଦ ଙ୍କ ପିଲା ବେଳର ନାମ ହେଉଛି ନରେନ୍ଦ୍ର ନାଥ ଦତ୍ତ ଥିଲା । ତାଙ୍କର ଜନ୍ମ ୧୮୬୩ ରେ କଲିକତା ରେ ହେଇଥିଲା । ମାତ୍ର ୨୫ ବର୍ଷ ବୟସରେ ସେ ସନ୍ନ୍ୟାସ ଗ୍ରହଣ କରିଥିଲେ । ତାଙ୍କ ଜୀବନ ଚରିତ୍ର ରେ ଏପରି କିଛି ମନ୍ତ୍ର ରହିଥିଲା ଯାହା ଶୁଖି ଜୀବନ ମନ୍ତ୍ର ଥିଲା ।
ସ୍ବାମୀ ବିବେକାନନ୍ଦ ଯେତେବେଳେ ବିଦେଶ ଯାତ୍ରା ରେ ଥିଲେ ତାଙ୍କର ସାକ୍ଷାତ ଜଣେ ଧନୀ ମହିଳା ଙ୍କ ସହିତ ହୋଇଥିଲା ଓ ସେ ତାଙ୍କର ସିଷ୍ୟା ହୋଇଥିଲେ । ଏକଦା ସ୍ୱାମୀଜୀ ନିଜ ନୂଆ ଶିଶ୍ୟା ଙ୍କ ସହିତ ଘୋଡ଼ା ଗାଡ଼ିରେ କେଉଁଆଡେ ଯାଉଥିଲେ । ରାସ୍ତାରେ ଗାଡ଼ି ଚାଳକ ଗୋଟିଏ ଜାଗାରେ ଅଟକିଲା ଓ ଜଣେ ମହିଳା କିଛି ପିଲାଙ୍କ ନିକଟକୁ ଯାଇଥିଲା, ମହିଳା ଜଣଙ୍କୁ କିଛି ପଇସା ଦେଇଥିଲା ଓ ପିଲା ମାନଙ୍କୁ ଆଦର କରି ଫେରି ଆସିଥିଲା ।
ଯେତେବେଳେ ଗାଡ଼ି ଚାଲକ ସ୍ୱାମୀଜୀ ଓ ତାଙ୍କ ଶିଷ୍ୟା ଙ୍କ ନିକଟକୁ ଫେରିଥିଲେ ଶିଷ୍ୟା ଜଣଙ୍କ ବଡ଼ ଆଗ୍ରହର ସହିତ ପଚାରି ଥିଲେ ସେମାନେ କିଏ ?
ଏହାପରେ ଗାଡ଼ି ଚାଳକ କହିଥିଲା ସେମାନେ ମୋ ପତ୍ନୀ ଓ ସନ୍ତାନ ଅଟନ୍ତି । ମୁଁ ଗୋଟିଏ ବ୍ୟାଙ୍କ୍ ରେ ମ୍ୟାନେଜର ଥିଲି । ମୋ ନିକଟରେ ପଇସା ର ଅଭାବ ନଥିଲା । କିନ୍ତୁ ଯେତେବେଳେ ବ୍ୟାଙ୍କ୍ ର କ୍ଷତି ହେଲା ମୋ ଉପରେ ମଧ୍ୟ ଋଣଭାର ବଢ଼ି ଗଲା । ମୋର ସମସ୍ତ ସମ୍ପତି ବିକ୍ରି ହୋଇଗଲା । ଅବସ୍ଥା ଏପରି ହୋଇଗଲା ଯେ ଆମର ପ୍ରତିଦିନ ଖର୍ଚ୍ଚ କରିବା ପାଇଁ ମଧ୍ୟ ପଇସା ରହିଲା ନାହିଁ । ଏହି ଗାଡ଼ି ଟିରୁ ଯେତିକି ରୋଜଗାର ହୁଏ ସେତିକି ରେ ଆମ ଘର ଚଳେ । ମୁଁ ଯଥା ସମ୍ଭବ ପରିଶ୍ରମ କରୁଛି । ଯେତେବେଳେ ଆମ ଅବସ୍ଥା ଟିକିଏ ସୁଧୁରି ଯିବ ମୁଁ ଆଉ ଗୋଟିଏ ନୂଆ ବ୍ୟାଙ୍କ୍ ଖୋଲିବି । ଆଉ ଏପରି କିଛି ଭୁଲ କରିବି ନାହିଁ ।
ସ୍ବାମୀ ବିବେକାନନ୍ଦ ଉକ୍ତ ବ୍ୟକ୍ତିଙ୍କର ସମସ୍ତ କଥା ଶୁଣୁଥିଲେ । ଏହାପରେ ସେ ତାଙ୍କ ଶିଷ୍ୟା ଙ୍କୁ କହିଲେ ଏହି ବ୍ୟକ୍ତି ନିଶ୍ଚିନ୍ତ ଭାବରେ ଦିନେ ନିଜ ଲକ୍ଷ ସ୍ଥଳରେ ପହଞ୍ଚି ଯିବ । ଯେଉଁ ବ୍ୟକ୍ତି ଖରାପ୍ ସମୟରେ ମଧ୍ୟ ଧର୍ଯ୍ୟ ଓ ସାହସ ରଖି କାର୍ଯ୍ୟ କରିଥାଏ ସେ କଦାପି ପରାଜିତ ହୋଇ ନଥାଏ ତାର ଲକ୍ଷ୍ୟ କୁ ହାସଲ କରିଥାଏ ।