Odisha news

ବିବେକାନନ୍ଦଙ୍କ ୫ଟି କଥା ଯାହା ଆପଣଙ୍କ ଯାହା ଆପଣଙ୍କୁ ଜଣେ ସଫଳ ବ୍ୟକ୍ତିର ପରିଚୟ ପ୍ରଦାନ କରିବ

0

ସ୍ୱାମୀ ବିବେକା ନନ୍ଦଙ୍କ କଥା ମନେ ପଡିଲେ ସତରେ ଆମେ ଭାବୁ ଜଣେ ମହାନ ଆତ୍ମା ଧରିତ୍ରିକୁ ଆସି ଆମକୁ ସ୍ନେହ ,ଉଦାରତା , ଜ୍ଞାନ ଓ ନିଷ୍ଠାର ବିଶାଳ ଭଣ୍ଡାର ଆମକୁ ପ୍ରଦାନ କରି ଯାଇଛନ୍ତି ଓ ଖାସ କରି ଯୁବ ସମାଜକୁ ଏମିତି କିଛି ବାର୍ତା ଦେଇଛନ୍ତି ଯାହା ଅବିସ୍ମରଣୀୟ l

ସ୍ୱାମୀ ବିବେକାନନ୍ଦ ଯୁବକ ମାନଙ୍କ ପାଇଁ ପ୍ରେରଣା ଉତ୍ସ ଅଟନ୍ତି l ବିବେକାନନ୍ଦଙ୍କ ଜନ୍ମ ଦିନରେ “ରାଷ୍ଟ୍ରିୟ ଯୁବ ଦିବସ ” ଦେଶସାରା ପାଳନ କରାଯାଉଛି l ଯିଏ ଯିବନ ସାରା ଆଦର୍ଶକୁ ତାଙ୍କର ମୂଳ ଲକ୍ଷ ବୋଲି  ଭାବନ୍ତି ସିଏ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟି ଯାନ୍ତି l ସ୍ୱାମୀ ବିବେକାନନ୍ଦ ମଧ୍ୟ ସେହି ଭଳି ଜୀବନ ଜାପାନ କରୁଥିଲେ l ଖାସ କରି ଯୁବକ ମାନଙ୍କ ପାଇଁ ତାଙ୍କର କଥା ବହୁତ ମୂଲ୍ୟବାନ ଅଟେ l

ଯିଏ ଦାନ କରେ ତାର ଆନନ୍ଦ ବହୁତ ମୂଲ୍ୟବାନ ଅଟେ :

ସେହି ସମୟରେ ସ୍ୱାମୀ ବିବେକାନନ୍ଦ ଆମେରିକାରେ ଜଣେ ମହିଳାଙ୍କ ଘରେ ରହୁଥିଲେ ଓ ସେ ତାଙ୍କ ଖାଇବା ନିଜେ ତିଆରି କରୁଥିଲେ l ଦିନକର ଘଟଣା ସ୍ୱାମୀ ବିବେକାନନ୍ଦ ଖାଇବାକୁ ଯାଉଥିବାବେଳେ କିଛି ଭୋକିଲା ଥିବା ପିଲା ତାଙ୍କ ସାମ୍ନାରେ ଆସି ଠିଆ ହେଲେ ତତ କ୍ଷନାତ ବିବେକାନନ୍ଦ ଖାଇବାକୁ ତିଆରି କରିଥିବା ରୁଟି ଗୁଡିକ ଭୋକିଲା ପିଲାଙ୍କ ମଧ୍ୟରେ ସବୁ ବାଣ୍ଟି ଦେଲେ l ସେଠାରେ ଜଣେ ମହିଳା ଠିଆ ହୋଇ ଏହି ସବୁ ଜିନିଷ ଦେଖି ସ୍ୱାମୀଙ୍କୁ ପଚାରିଲେ ଆପଣତ ସବୁ ଖାଇବା ପିଲା ମାନଙ୍କୁ ବାଣ୍ଟିଦେଲେ କିନ୍ତୁ ଆପଣ କଣ ଖାଇବେ ? ବିବେକାନନ୍ଦ  ସାମାନ୍ୟ ସ୍ମିତହାସ୍ୟରେ କହିଲେ ରୁଟିତ ପେଟର ଭୋକକୁ ସାନ୍ତ କରିବା ପାଇଁ ଅଟେ ତେଣୁ ଖାଦ୍ୟ ମୋ ପେଟରେ ନଆସି ପିଲାଙ୍କ ପେଟକୁ ଗଲା ତାହା ଦେବାର ଆନନ୍ଦ ପାଇବାର ଆନନ୍ଦଠୁ ବହୁତ ଅଧିକ ଅଟେ l

ଡରକୁ ସାମ୍ନା କରନ୍ତୁ :

ବିବେକାନନ୍ଦ ବବନାରସ୍ ରେ ଥାନ୍ତି l ଥରେ ସେ ମନ୍ଦିରକୁ ଯିବାବାଟରେ ବହୁତଗୁଡିଏ ମାଙ୍କଡ଼ ତାଙ୍କୁ ଘେରିଗଲେ l ସେ ତାଙ୍କ ନିଜକୁ ବଞ୍ଚାଇବା ପାଇଁ ଦୌଡିବାକୁ ଲାଗିଲେ କିନ୍ତୁ ମାଙ୍କଡ଼ମାନେ ତାଙ୍କ ପଛ ଛାଡି ନଥିଲେ l   ପାଖରେ ଠିଆ ହୋଇଥିବା ଜଣେ ବୃଦ୍ଧ ସନ୍ୟାସୀ ବିବେକାନନ୍ଦଙ୍କୁ କହିଲେ ଦୌଡନା ସେଇଠି ଠିଆ ହୁଅ ଓ ମାଙ୍କଡ଼ ମାନଙ୍କୁ ସାମ୍ନା କର , ସଙ୍ଗେ ସଙ୍ଗେ ବିବେକାନନ୍ଦ ପଛକୁ ବୁଲିଲେ ଓ ମାଙ୍କଡ଼ ମାନଙ୍କୁ ସାମ୍ନା କଲେ ଓ ଆଗକୁ ବଢି ଚାଲିଲେ l ତାଙ୍କର ଏହି ଭଳି ମାଙ୍କଡ଼ଙ୍କ ଆଡକୁ ଆଗେଇ ଚାଲିବା ମାଙ୍କଡ଼ ମାନଙ୍କୁ ଡରଲାଗିଲା ଏବଂ ମାଙ୍କଡ଼ ମାନେ ସେଠାରୁ ଚାଲିଗଲେ l ସେହି ଦିନଠାରୁ ଗୋଟେ ଏହି ଶିକ୍ଷା ମିଳିଲାଯେ କୌଣସି ଜିଣିଷକୁ ଦେଖି ଡରିବା ବଦଳରେ ତାକୁ ସାମ୍ନା କରିବା ଦରକାର l

କାହା ପଛରେ ଦୌଡ଼ନ୍ତୁ ନାହିଁ :

ଜଣେ ବ୍ୟକ୍ତି ବିବେକାନନ୍ଦଙ୍କୁ କହିଲା ମୁ ଅଟେ ପରିଶ୍ରମ କରୁଛି କିନ୍ତୁ ଫଳ ମିଳୁନାହିଁ l ଏହି କଥାରେ ବିବେକାନନ୍ଦ କହିଲେ ତୁମେ ତୁମ କୁକୁରକୁ ବାହାରୁ ବୁଲେଇ ଆଣ l ଯେତେବେଳେ କୁକୁରକୁ ବୁଲେଇକି ଆଣିଲେ କୁକୁର ଥକି ସାରିଥିଲା ଓ ତାର ଚେହେରା ସତେଜ ଥିଲା l ବିବେକାନନ୍ଦ ତାର କାରଣ ପଚାରିବାରୁ ସେ କହିଲେ ମୁ ସିଧା ରାସ୍ତାରେ ଯାଉଥିଲି କିନ୍ତୁ  କୁକୁର ଗଳିର କୁକୁରଙ୍କ ପଛରେ ଗୋଡ଼ଉଥିଲା l ସେତେବେଳେ ବିବେକାନନ୍ଦ ସେ ବ୍ୟକ୍ତିଙ୍କୁ କହିଲେ ତୁମେ ତୁମର ଉତର ପାଇଗଲ l ତୁମେ ତୁମର ଲକ୍ଷକୁ ଯିବା ଜାଗାରେ ଅନ୍ୟ ମାନଙ୍କ ପଛରେ ଧାଉଁଥିଲା l ନିଜ ଲକ୍ଷ ନିଜେ ପ୍ରସ୍ତୁତ କର l

ସାଧାରଣ ଜୀବନ ବଞ୍ଚିବା ସବୁଠୁ ଶ୍ରେୟସ୍କର :

ବିବେକାନନ୍ଦ ସବୁବେଳେ ସାଧାରଣ ଜୀବନ ଜାପାନ କରିବା ପାଇଁ ଉପଦେଶ ଦିଅନ୍ତି l ସେ ସବୁବେଳେ କହୁଥିଲେ କିଛି ପାଇବା ପାଇଁ ଯେଉଁ ଜିନିଷ ଜୀବନରେ ଅତ୍ୟନ୍ତ ଦରକାର ନୁହେଁ ତାକୁ ପରିତ୍ୟାଗକର ଓ ସାଧରଣ ଜୀବନ ଜାପାନ କର l ଚାକଚକ୍ୟ ଦୁନିଆ ଆପଣଙ୍କ ଲୋଭ ବଢାଇବ ଓ ତୁମେ ତୁମ ଲକ୍ଷ ହାସଲରୁ ଦୁରେଇ ଯିବ l

ଅନ୍ୟକୁ ଦେଖେଇ ହବାକୁ ଦୁରେଇ ରୁହନ୍ତୁ :

ବିବେକାନନ୍ଦ ବିଦେଶ ଯାଉଥିବାବେଳେ ତାଙ୍କୁ ପଚରା ଯାଇଥିଲା ତୁମର ବାକି ବ୍ୟାଗ ଓ ଜିନିଷ କୁଆଡେ ଗଲା ? ସେ ତାଙ୍କ ପ୍ରତି ଉତ୍ତରରେ କହିଥିଲେ ବାସ ମୋର ସେତିକି ଅଛି l ସେଠାରେ ଥିବା କିଛି ଲୋକ ବ୍ୟଙ୍ଗ କରି କହିଲେ ଇଏ ଆପଣଙ୍କର କି ସଂସ୍କୃତି ?  ଦେହରେ ଖାଲି ଲାଲୀ ରଙ୍ଗର ବସ୍ତ୍ର l  ଆମର ସଂସ୍କୃତି ଆପଣଙ୍କ ସଂସ୍କୃତିରୁ ଅଲଗା l ଆପଣଙ୍କ ସଂସ୍କୃତିର ନିର୍ମାଣ ଆପଣଙ୍କ ଦର୍ଜୀ କରେ ଓ ଆମ ସଂସ୍କୃତିର ନିର୍ମାଣ ଆମ ଚରିତ୍ର ତିଆରି କରେ l ଏଠାରେ ଆମକୁ ଏହା ଶିକ୍ଷା ମିଳିଲା ଯେ ଚାକଚକ୍ୟ ଦୁନିଆରୁ ଦୁରେଇ ରହି ନିଜ ଚରିତ୍ରର ବିକାଶରେ ଧ୍ୟାନ ଦବ ଦରକାର l

କହିଲା ମୁ ଅଟେ ପରିଶ୍ରମ କରୁଛି କିନ୍ତୁ ଫଳ ମିଳୁନାହିଁ l ଏହି କଥାରେ ବିବେକାନନ୍ଦ କହିଲେ ତୁମେ ତୁମ କୁକୁରକୁ ବାହାରୁ ବୁଲେଇ ଆଣ l ଯେତେବେଳେ କୁକୁରକୁ ବୁଲେଇକି ଆଣିଲେ କୁକୁର ଥକି ସାରିଥିଲା ଓ ତାର ଚେହେରା ସତେଜ ଥିଲା l ବିବେକାନନ୍ଦ ତାର କାରଣ ପଚାରିବାରୁ ସେ କହିଲେ ମୁ ସିଧା ରାସ୍ତାରେ ଯାଉଥିଲି କିନ୍ତୁ  କୁକୁର ଗଳିର କୁକୁରଙ୍କ ପଛରେ ଗୋଡ଼ଉଥିଲା l ସେତେବେଳେ ବିବେକାନନ୍ଦ ସେ ବ୍ୟକ୍ତିଙ୍କୁ କହିଲେ ତୁମେ ତୁମର ଉତର ପାଇଗଲ l ତୁମେ ତୁମର ଲକ୍ଷକୁ ଯିବା ଜାଗାରେ ଅନ୍ୟ ମାନଙ୍କ ପଛରେ ଧାଉଁଥିଲା l ନିଜ ଲକ୍ଷ ନିଜେ ପ୍ରସ୍ତୁତ କର l

ସାଧାରଣ ଜୀବନ ବଞ୍ଚିବା ସବୁଠୁ ଶ୍ରେୟସ୍କର :

ବିବେକାନନ୍ଦ ସବୁବେଳେ ସାଧାରଣ ଜୀବନ ଜାପାନ କରିବା ପାଇଁ ଉପଦେଶ ଦିଅନ୍ତି l ସେ ସବୁବେଳେ କହୁଥିଲେ କିଛି ପାଇବା ପାଇଁ ଯେଉଁ ଜିନିଷ ଜୀବନରେ ଅତ୍ୟନ୍ତ ଦରକାର ନୁହେଁ ତାକୁ ପରିତ୍ୟାଗକର ଓ ସାଧରଣ ଜୀବନ ଜାପାନ କର l ଚାକଚକ୍ୟ ଦୁନିଆ ଆପଣଙ୍କ ଲୋଭ ବଢାଇବ ଓ ତୁମେ ତୁମ ଲକ୍ଷ ହାସଲରୁ ଦୁରେଇ ଯିବ l

ଅନ୍ୟକୁ ଦେଖେଇ ହବାକୁ ଦୁରେଇ ରୁହନ୍ତୁ :

ବିବେକାନନ୍ଦ ବିଦେଶ ଯାଉଥିବାବେଳେ ତାଙ୍କୁ ପଚରା ଯାଇଥିଲା ତୁମର ବାକି ବ୍ୟାଗ ଓ ଜିନିଷ କୁଆଡେ ଗଲା ? ସେ ତାଙ୍କ ପ୍ରତି ଉତ୍ତରରେ କହିଥିଲେ ବାସ ମୋର ସେତିକି ଅଛି l ସେଠାରେ ଥିବା କିଛି ଲୋକ ବ୍ୟଙ୍ଗ କରି କହିଲେ ଇଏ ଆପଣଙ୍କର କି ସଂସ୍କୃତି ?  ଦେହରେ ଖାଲି ଲାଲୀ ରଙ୍ଗର ବସ୍ତ୍ର l  ଆମର ସଂସ୍କୃତି ଆପଣଙ୍କ ସଂସ୍କୃତିରୁ ଅଲଗା l ଆପଣଙ୍କ ସଂସ୍କୃତିର ନିର୍ମାଣ ଆପଣଙ୍କ ଦର୍ଜୀ କରେ ଓ ଆମ ସଂସ୍କୃତିର ନିର୍ମାଣ ଆମ ଚରିତ୍ର ତିଆରି କରେ l ଏଠାରେ ଆମକୁ ଏହା ଶିକ୍ଷା ମିଳିଲା ଯେ ଚାକଚକ୍ୟ ଦୁନିଆରୁ ଦୁରେଇ ରହି ନିଜ ଚରିତ୍ରର ବିକାଶରେ ଧ୍ୟାନ ଦବ ଦରକାର l

ଏକାଗ୍ରତା ସଫଳତାର ମୂଳ ଲକ୍ଷ ଅଟେ :

ବିବେକାନନ୍ଦ ଆମେରିକାରେ ବୁଲୁଥିବାବେଳେ ଦେଖିଲେ କିଛି ଯୁବକ ନଦୀରେ ପହଁରୁଥିଲେ ଓ ଅଣ୍ଡାକୁ ଛୋଟ ଛୋଟ କରି ବନ୍ଧୁକରେ ନିଶାନା ଲଗାଉଥିଲେ l କାହାର ଗୋଟେବି ହେଲେ ଲକ୍ଷ ଭେଦ କରିପାରୁନଥିଲା l ସେହି ସମୟରେ ଜଣେ ଯୁବକ ଆସି ବନ୍ଧୁକରେ ସଠିକ ଲକ୍ଷ ଭେଦ କଲେ ଓ ଏହିଭଳି ବାରଟି ଯାକ ଲକ୍ଷ ସ୍ଥଳରେ ପହଞ୍ଚିଥିଲା l ଆଶ୍ଚର୍ଯ୍ୟ ହୋଇ ଯୁବକ ମାନେ ପଚାରିଲେ  ତୁମେ କେମିତି ସଠିକ ଲକ୍ଷ ଭେଦ କରିପାରୁଛ ? ସେତେବେଳେ ବିବେକାନନ୍ଦ କହିଲେ ତୁମେ ଯାହାବି କର ତୁମର ପୁରା ଏକାଗ୍ରତା ଗୋଟେ ଜାଗାରେ ରହିବ ଦରକାର l ତାହା ହେଲେ ଲକ୍ଷରୁ ବିଚ୍ୟୁତ ହେବେନାହିଁ l ଯଦି ତମେ ପାଠ ପଢୁଛ ତାହାହେଲେ ପୁରାଧ୍ୟାନ ପାଠପଢା ଉପରେ ରହିବ ଦରକାର l ତାହାହେଲେ ତମେ ସଫଳତା ପାଇପାରିବ l

 

Leave A Reply