ପୌଷ ମାସ ହେଉଛି ସୂର୍ଯ୍ୟଦେବ ଙ୍କ ପ୍ରିୟ ମାସ l ଏହି ମାସ ସାରା ସୂର୍ଯ୍ୟଦେବ ଙ୍କୁ ବିଶେଷ ପୂଜା କରାଯାଇଥାଏ l ଯାହାଦ୍ୱାରା ସୂର୍ଯ୍ୟଦେବ ଙ୍କ କୃପା ଲାଭ କରାଯାଏ l ସେହିଭଳି ପୌଷ ମାସରେ ସୂର୍ଯ୍ୟଦେବଙ୍କ ଗୋଚର ଦ୍ୱାରା ଜୀବନ ରେ ସୁଖସମୃଦ୍ଧିର ଆଗମନ ହୋଇଥାଏ l ଚଳିତ ବର୍ଷ ପୌଷ ମାସରେ ଘଟୁଛି କିଛିଟା ବିଶେଷ ଯୋଗ l ଧନୁ ସଂକ୍ରାନ୍ତୀ ଦିନ ସୂର୍ଯ୍ୟଦେବ ରାଶି ପରିବର୍ତନ କରିଛନ୍ତି , ତେଣୁ ଏହି ଦିନଠାରୁ ମକର ସଂକ୍ରାନ୍ତୀ ପର୍ଯ୍ୟନ୍ତ କିଛିଟା ରାଶି ପାଇଁ ଭଲ ସମୟ ରହିବ l କାହିଁକି ନା କୁହାଯାଏ ଯେ ସୂର୍ଯ୍ୟ ଦେବ ଙ୍କ ଗୋଚରରେ ହୋଇଥାଏ ଭାଗ୍ୟ ପରିବର୍ତନ l
– ମେଷ ରାଶି –
ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟ ଗୋଚର ରେ ଚମକିବ ଭାଗ୍ୟ, ଏହି ସମୟରେ ଭଲ ଉପଲବ୍ଧି ହାସଲ ହେବ l ବିଦେଶ ଯାତ୍ରା କରି ପାରନ୍ତି, ଚାକିରିଆ ମାନଙ୍କ ପାଇଁ ଏହି ସମୟରେ ଖୁବ ଭଲ ସମୟ ଆସିବ l ଏହି ସମୟରେ ଧର୍ମ କାର୍ଯ୍ୟରେ ମନୋ ବଳାଇବେ l ମନରେ ସକାରାତ୍ମକ ଭାବନା ଜାଗ୍ରତ ହେବ l
– ମିଥୁନ ରାଶି –
ମିଥୁନ ରାଶିର ବ୍ୟକ୍ତିଙ୍କୁ ତ୍ରିଗ୍ରହୀ ଯୋଗ ଶୁଭଫଳ ଦେବ l ବ୍ୟବସାୟୀ ମାନଙ୍କୁ ସଫଳତା ମିଳିବା ସହିତ ଚାକିରିଆ ମାନଙ୍କର ମାସିକ ଭତା ବୃଧିହେବ l ଆପଣଙ୍କ ରୋଜଗାରର ରାସ୍ତା ଖୋଲିବ l ଆପଣ କିଛିଲୋକ ଙ୍କ ମଧ୍ୟରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିବେ l
– ତୁଳା ରାଶି –
ସୂର୍ଯ୍ୟଙ୍କ ତ୍ରିଗ୍ରହୀ ଯୋଗ ଗୋଚର ତୁଳା ରାଶିର ବ୍ୟକ୍ତିଙ୍କୁ ସାହସୀ କରିବ l ନୂଆ ସମ୍ପର୍କ ତିଆରି ହେବ ଓ ଯାହାକି ଆପଣଙ୍କୁ ଭବିଷ୍ୟତ ରେ ଲାଭ ଦେବ l ଆପଣଙ୍କୁ ପ୍ରଶଂସା ମିଳିବା ସହିତ ମାନସିକ ଶାନ୍ତି ମଧ୍ୟ ମିଳିବ l
– ଧନୁ ରାଶି –
ସୂର୍ଯ୍ୟଙ୍କ ତ୍ରିଗ୍ରହୀ ଯୋଗ ଦ୍ୱାରା ସବୁଠୁ ଲାଭ ପାଇବେ ଧନୁ ରାଶିର ବ୍ୟକ୍ତି l ପ୍ରତିଷ୍ଠା ବୃଦ୍ଧି ହେବ ଓ ଧନ ବୃଦ୍ଧି ହେବାର ଅଧିକ ସମ୍ଭାବନା ରହିବ l ସରକାରୀ କାର୍ଯ୍ୟରେ ସଫଳତା ମିଳିବ ସହିତ ବିବାହ ଭଳି ଶୁଭ କାର୍ଯ୍ୟରେ ମଧ୍ୟ ଆପଣ ଯୋଗ ଦେଇପାରନ୍ତି l
– ମୀନ ରାଶି –
ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟଙ୍କ ତ୍ରିଗ୍ରହୀ ଯୋଗ ଲାଭଦାୟକ ରହିବ l ଲକ୍ଷ ପୁରା କରିବ ପାଇଁ ସୁଯୋଗ ଦେବ l ପ୍ରଫେସନାଲ ଲାଇଫ ରେ ସୁଖୀ ରହିବେ l ଜୀବନ ରେ ନୂଆ ଉର୍ଜା ସଂଚାର ହେବ l ବେରୋଜଗାରିଆ ବ୍ୟକ୍ତିଙ୍କୁ ରୋଜଗାର ମିଳିବାର ସମ୍ଭାବନା ରହିଛି l
