Odisha news

” କରୋନା ମାତା ” ଙ୍କ ମନ୍ଦିରକୁ ନେଇ ମହିଳାଙ୍କୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ , କଲେ ୫ ହଜାର ଟଙ୍କା ଜୋରିମାନା

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ କରୋନା ମାତା ଙ୍କ ମନ୍ଦିରକୁ ପ୍ରଶାସନ ଦ୍ଵାରା ଭାଙ୍ଗିବା ଫଳରେ ଜଣେ ମହିଳା ସୁପ୍ରିମ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ବର୍ତ୍ତମାନ୍ ସୁପ୍ରିମ କୋର୍ଟଙ୍କ ପକ୍ଷରୁ ମହିଳାଙ୍କୁ ଜୋରିମାନା କରାଯାଇଛି । ଅଦାଲତ କହିଛନ୍ତି ଯେ ଏହା ଏକ ନ୍ୟାୟିକ ପ୍ରକ୍ରିୟା ର ଦୁରୁପଯୋଗ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ଉତ୍ତର ପ୍ରଦେଶର ଜଣେ ମହିଳା ନିଜ ସ୍ଵାମୀଙ୍କ ସହିତ ମିଶି କରୋନା ମାତା ମନ୍ଦିର କୁ ଭାଙ୍ଗି ନଷ୍ଟ କରାଯିବା ମାମଲାରେ ସୁପ୍ରିମ କୋର୍ଟରେ ଜାଚିକା ଦାୟର କରିଥିଲେ । ଏହାକୁ ସୁପ୍ରିମ କୋର୍ଟ ପ୍ରକ୍ରିୟାର ଦୁରୁପଯୋଗ କହି ଯାଚିକା ଖାରଜ କରିଥିଲେ ଓ ଏଥି ସହିତ ୫ହଜାର ଟଙ୍କାର ଜୋରିମାନା ମଧ୍ୟ ଲଗାଇ ଥିଲେ । କୋର୍ଟ ଦର୍ଶାଇ ଥିଲେ ଯେ ଯେଉଁ ସ୍ଥାନରେ ମନ୍ଦିର ନିର୍ମାଣ ହୋଇଥିଲା ତାହା ଏକ ବିବାଦିତ ସ୍ଥାନ ।
ଏହି ଶୁଣାଣି ରେ କୁହା ଯାଇଥିଲା ଯେ ” ବର୍ତ୍ତମାନ୍ ପର୍ଯ୍ୟନ୍ତ ଯାଚିକା କର୍ତ୍ତା ଏହି ଦେଶର ଲୋକମାନେ ସଂକ୍ରମିତ ହେଉଥିବା ଅନ୍ୟ ସମ୍ଭାବିତ ରୋଗ ପାଇଁ ମନ୍ଦିରର ନିର୍ମାଣ କରାଯାଇ ନାହିଁ । ଏହାକୁ ନେଇ ପୋଲିସ ରେ ଏଫଆଇଆର୍ କରାଯାଇ ଥିଲା ।
ଉତ୍ତରପ୍ରଦେଶ ର ପ୍ରତାପଗଡ଼ ରେ କରୋନାମାତା ଙ୍କ ର ଗୋଟିଏ ମନ୍ଦିର ଜୁନ୍ ୭ ତାରିଖ ଦିନ ଗ୍ରାମୀଣ ମାନଙ୍କ ଦ୍ଵାରା ତିଆରି ହୋଇଥିଲା । କିନ୍ତୁ ଏହାକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆ ଯାଇଥିଲା । ଗ୍ରାମୀଣ ମାନେ କହିଥିଲେ ଯେ ଏହାକୁ ପୋଲିସ ଭାଙ୍ଗି ଦେଇଥିଲେ। କିନ୍ତୁ ଏହା ବିବାଦିତ ସ୍ଥାନରେ ହୋଇଥିବା କାରଣରୁ ଏହାକୁ ଭାଙ୍ଗି ଦିଆଗଲା ।ଏଠାରେ ଗୋଟିଏ ମୂର୍ତ୍ତି ସ୍ଥାପନା ମଧ୍ୟ ହୋଇଥିଲା ଓହିନ୍ଦୁ ରୀତିନୀତି ଅନୁସାରେ ପୂଜା ଅର୍ଚ୍ଚନା କରାଯାଉ ଥିଲା ।
Shares