Odisha news

ସୁପ୍ରିମ କୋର୍ଟରେ ୯ଟି ରାଜ୍ୟରେ ହିନ୍ଦୁ ଅଳ୍ପ ସଂକ୍ଷକଙ୍କ ପାଇଁ ଯାଚିକା ଦାୟର : କେନ୍ଦ୍ର ସରକାରଙ୍କୁ ୪ ସପ୍ତାହ ମଧ୍ୟରେ ଜବାବ ମାଗିଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ :ସର୍ବୋଚ୍ଚ ନ୍ୟାୟାଳୟ ହିନ୍ଦୁ ମାନଙ୍କର ୯ଟି ରାଜ୍ୟରେ ଅଳ୍ପସଂଖ୍ୟକର ଦାବିକୁ ନେଇ ପଡି ରହିଥିବା ଯାଚିକା ବିଭିନ୍ନ ଉଚ୍ଚ ନ୍ୟାୟାଳୟରୁ ସର୍ବୋଚ୍ଚ ନ୍ୟାୟାଳୟକୁ ସ୍ଥାନାନ୍ତରକୁ ନେଇ ନିବେଦନ କରିଥିବା କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ଜବାବ ଦାଖଲ କରିବାକୁ କହିଛନ୍ତି l ଜଚିକାରେ ଏଥି ସହିତ ସମ୍ବନ୍ଧିତ ସମସ୍ତ କେଶକୁ ସର୍ବୋଚ୍ଚ ନ୍ୟାୟାଳୟକୁ ସ୍ଥାନାନ୍ତର କରାଯିବା ପାଇଁ ଆବେଦନ କରାଯାଇଛି l

ସର୍ବୋଚ୍ଚ ନ୍ୟାୟାଳୟରେ କରାଯାଇଛି ଅପିଲ୍ –
ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ ଦାଖଲ କରାଯାଇ ନିବେଦନ କରାଯାଇଛି ଯେ ନେସନାଲ କମିଟି ଫର ମାଇନରୀଟି ଆକ୍ଟ ଅନୁସାରେ ସେହି ପ୍ରାବଧାନକୁ ସମାପ୍ତ କରାଯାଉ ,ଯାହା ଅନୁସାରେ ଦେଶରେ ଅଳ୍ପସଂଖ୍ୟକର ଦର୍ଜା ଦିଆ ଯାଇଥାଏ l ତା ସହିତ ନିବେଦନ କରାଯାଇଛି ଯେ ଯଦି ନିୟମ ଏହିପରି ଲାଗୁ କରାଯାଏ ତେବେ ଯେଉଁ ୯ଟି ରାଜ୍ୟରେ ହିନ୍ଦୁ ଅଳ୍ପ ସଂଖ୍ୟକ ଅଛନ୍ତି ସେମାନଙ୍କୁ ଅଳ୍ପସଂଖ୍ୟକ ରାଜ୍ୟର ମାନ୍ୟତା ଦିଆଯାଉ , ଯାହାଦ୍ୱାରା ସେମାନେ ଅଳ୍ପସଂଖ୍ୟକର ଲାଭ ପାଇପାରିବେ l ସର୍ବୋଚ୍ଚ ନ୍ନ୍ୟାୟାଳୟରେ ନିବେଦନ ଦାଖଲ କରି ନେସନାଲ କମିଶନ ଫର ମାଇନରୀଟି ଆକ୍ଟ ୧୯୯୨ ର ପ୍ରାଭଧାନକୁ ଆହ୍ୱାନ ଦେଇ ଥିବା ଯାଚିକା ଗୁଡିକୁ ଯାହା ସମସ୍ତ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ପଡି ରହିଛି ତାହାକୁ ସର୍ବୋଚ୍ଚ ନ୍ୟାୟାଳୟକୁ ସ୍ଥାନାନ୍ତର କରିବା ପାଇଁ ନିବେଦନ କରାଯାଇଛି l

୯ଟି ରାଜ୍ୟରେ ହିନ୍ଦୁ ମାନଙ୍କୁ ଅଳ୍ପସଂଖ୍ୟକ ଘୋଷଣା କରିବାର ଦାବି –
ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ ଦାଖଲ କରାଯାଇଥିବା ପିଟିସନରେ କୁହାଯାଇଛି ଯେ କେନ୍ଦ୍ର ସରକାର ମାଇନରୀଟି ଆକ୍ଟ ର ଧାରା -୨ ଅନୁସାରେ ମୁସଲିମ ,ଖ୍ରୀଷ୍ଟିୟାନ ,ଶିଖ
,ବୌଦ୍ଧ ଓ ଜୈନ ଧର୍ମର ଅଳ୍ପସଂଖ୍ୟକ ଘୋଷଣା କରା ଯାଇନାହିଁ l କିନ୍ତୁ ଏହାଦ୍ୱାରା ଇହୁଦୀ ବାହାଇ ଙ୍କୁ ଅଳ୍ପସଂଖ୍ୟକ ଘୋଷଣା କରାଯାଇ ନାହିଁ l ସେଥିରେ ଆହୁରି ମଧ୍ୟ କୁହାଯାଇଛି ଦେଶର ଯେଉଁ ୯ଟି ରାଜ୍ୟରେ ହିନ୍ଦୁ ଅଳ୍ପସଂଖ୍ୟକ ଅଛନ୍ତି କିନ୍ତୁ ସେମାନଙ୍କୁ ଅଳ୍ପସଂଖ୍ୟକ ର ସୁବିଧା ଦିଆଯାଉ ନାହିଁ l ଯାଚିକାରେ କୁହା ଯାଇଛି ଯେ ଲଦାଖ ,ମିଜୋରାମ ,ଲାକ୍ଷାଦ୍ଵୀପ ,କାଶ୍ମୀର ,ନାଗାଲାଣ୍ଡ ,ମେଘାଳୟ ,ଅରୁଣାଚଳ ପ୍ରଦେଶ,ପଞ୍ଜାବ ଓ ମଣିପୁର ରେ ହିନ୍ଦୁଙ୍କ ଜନସଂଖ୍ୟାରେ ଅଳ୍ପସଂଖ୍ୟକ ଭାବରେ ରହିଛନ୍ତି l

ଅଳ୍ପସଂଖ୍ୟକ ଦର୍ଜା ଦେବାର କାନୁନ ହଟିବା ଆବଶ୍ୟକ –
ଯାଚିକାରେ କୁହାଯାଇଚଜି ସମ୍ବିଧାନରେ ଅଳ୍ପସଂଖ୍ୟକ ଦର୍ଜା ଦିଆଯାଇଛି l ସର୍ବୋଚ୍ଚ ନ୍ୟାୟାଳୟଙ୍କ ୧୧ ଜଣ ସଦସ୍ୟ ବିଶିଷ୍ଟ ଜଜଙ୍କ ବେଞ୍ଚ ରେ ୨୦୦୨ ଏହାକୁ ବ୍ୟାଖ୍ୟା କରି କହିଛନ୍ତି ଯେ ଭାଷା ଓ ଧର୍ମ ଆଧାରରେ ଯେଉଁ ଅଳ୍ପ ସଂଖ୍ୟକ ଗ୍ରହଣ କରାଯାଇଛି l

ମାମଲାଟି ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ହେବା ଆବଶ୍ୟକ –
ଏମିତିରେ ଦେଖିବାକୁ ଗଲେ ଧର୍ମ ଓ ଭାଷାକୁ ନେଇ ଅଳ୍ପସଂଖ୍ୟକର ଦର୍ଜା ଦେବା ଆବଶ୍ୟକ ଓ ରାଜ୍ୟବାର ହିଁ ଏଥିରେ ବିଚାର ହେବା ଆବଶ୍ୟକ l ଏମିତିରେ ସୁପ୍ରିମ କୋର୍ଟଙ୍କ ଶୁଣାଣି ପରେ ବର୍ତମାନ ଅଳ୍ପସଂଖ୍ୟକର ଦର୍ଜା ରାଜ୍ୟର ନ୍ୟାୟାଳୟରେ ହେବ ଆବଶ୍ୟକ ଓ ତାହା ଭାଷା ଧର୍ମ ଆଧାରରେ ରାଜ୍ୟସ୍ତରରେ ହୋଇପାରେ l ସୁପ୍ରିମ କୋର୍ଟରେ ଏହାପୂର୍ବରୁ ମଧ୍ୟ ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ ଆବେଦନ କରାଯାଇଥିଲା l ସେତେବେଳେ ସୁପ୍ରିମ କୋର୍ଟ ୨୦ ଫେବୁଆରୀ ରେ ଶୁଣାଣି କରିବାକୁ ମନା କରି ଦେଇଥିଲେ ଓ ଆବେଦନ କାରୀଙ୍କୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟକୁ ଯିବା ପାଇଁ କହିଥିଲେ l ଗହ୍ବlଟି ହାଇକୋର୍ଟ ରେ ମାମଲା ପଡି ରହିଛି ତାହା ସୁପ୍ରିମ କୋର୍ଟକୁ ସ୍ଥାନାନ୍ତର ହେବା ଆବଶ୍ୟକ l ଅଲଗା ଅଲଗା ହାଇ କୋର୍ଟରେ ମାମଲା ରହିଥିବା କାରଣରୁ ଅଲଗା ଅଲଗା ଶୁଣାଣି ଆସିପାରେ l

ମାଇନରୀଟି ଶିକ୍ଷା ପଦ୍ଧତିକୁ ମଧ୍ୟ ଆହ୍ୱାନ -୨୮ ଅଗଷ୍ଟ ୨୦୨୦ ରେ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ସେହି ଯାଚିକା ଉପରେ ଜବାବ ଦାଖଲ କରିବାକୁ କହିଥିଲେ l ଯେଉଁଥିରେ ନିବେଦନକାରୀ ନେସନାଲ କମିଶନ ଫର ମାଇନରୀଟି ଏଜୁକେସନ ଇନ୍ଷ୍ଟିଚ୍ୟୁସନ ଆକ୍ଟକୁ ଆହ୍ୱାନ ଦିଆଯାଇଛି l ସେତେବେଳେ କୁହା ଯାଇଥିଲା ଯେ ଏହି ଆକ୍ଟ ମାଧ୍ୟମରେ ଅଳ୍ପସଂଖ୍ୟକ ମାନଙ୍କୁ ସୁବିଧା ଦେବାକୁ ଅସମର୍ଥ ଅଟନ୍ତି l ସୁପ୍ରିମ କୋର୍ଟ ପକ୍ଷରୁ ଦାଖଲ କରାଯାଇଥିବା ଏହି ଯାଚିକାକୁ ନେଇ ନୋଟିସ ଜାରି କରାଯାଇଛି ଯେ ଆସନ୍ତା ୬ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବା ପାଇଁ କେନ୍ଦ୍ର ସାରକଙ୍କ ନିର୍ଦେଶ ଦିଆଯାଇଛି l

Comments are closed.