୨୩୭ ଦିନ ଧରି ଅନ୍ତରୀକ୍ଷ ରେ ଫସି ରହିଛନ୍ତି ସୁନିଆ ଉଇଲିୟମ, ପୃଥିବୀ କୁ ଫେରିବା ପୂର୍ବରୁ କିପରି ଚାଲିବାକୁ ପଡିବ ତାହା ମନେପକାଇ ଛନ୍ତି, ସୁନିତା ନିକଟରେ Needham ହାଇ ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କୁ ଭିଡିଓ କଲ କରିଥିଲେ ଏବଂ ସେମାନଙ୍କ ସହିତ କଥା ହୋଇଥିଲେ, ଏହି ସମୟ ରେ ସେ କହିଥିଲେ ଯେ ମୁଁ ବର୍ତମାନ କିପରି ଚାଲିବାକୁ ପଡିବ ତାହା ମନେ ପକାଉଛି l ଅନ୍ତରୀକ୍ଷ ଯାତ୍ରୀ ସୁନିତା ଉଇଲିୟମ ଅନ୍ତରୀକ୍ଷ ଷ୍ଟେସନ ISS ରେ ଫସି ରହିଛନ୍ତି, ସେ କହିଛନ୍ତି ଯେ ମୁଁ ଜାଣି ନଥିଲି ଏତେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅନ୍ତରୀକ୍ଷ ରେ ରହିବି L ୫୯ ବର୍ଷୀୟ ସୁନିତା ଉଇଲିୟମ ବସିବା, ଶୋଇବା ଓ ଚାଲିବା ଭୁଲି ସାରିଛନ୍ତି l ସେ କହିଛନ୍ତି ଯେ ନା ମୁଁ ଏତିକି ଦିନ ପର୍ଯ୍ୟନ୍ତ ବସିଛି, ନା ଶୋଇଛି ଏବଂ ନା ଚାଲିଛି l ମୁଁ ଏତେ ଦୀର୍ଘ ସମୟ ଏଠାରେ ରହିବା ପରେ ଭୁଲିଯାଇଛି ଚାଲନ୍ତି କିପରି , କାହିଁକିନା ଏଠାରେ ଚାଲିବାକୁ ପଡ଼ିନଥାଏ l
ଏଠାରେ ଆପଣ ନିଜ ଆକ୍ଷି କେବଳ ବନ୍ଦ କରିପାରିବେ ଏବଂ ଯେଉଁଠି ଚାହିଁବେ ସେଇଠି ପହଁରି ବା ଭାସି ପାରିବେ l ସୁନିତା ଙ୍କ ସହିତ ୬୧ ବର୍ଷୀୟ ନାସା ଅନ୍ତରୀକ୍ଷ ଯାତ୍ରୀ ବୁଚ ଵିଲୋମର ମଧ୍ୟ ଅନ୍ତରୀକ୍ଷ ରେ ଫସି ରହିଛନ୍ତି l ସେ କହିଛନ୍ତି ଏଠାରେ ଆମେ ମାତ୍ର ଗୋଟିଏ ମାସ ପର୍ଯ୍ୟନ୍ତ ରହିବୁ l କିନ୍ତୁ ଏହା ଆଶା ଓ ବିଶ୍ୱାସ ଠାରୁ ଖୁବ ଅଧିକ ହୋଇଯାଇଛି l ୨୦୨୪ ରେ ଉଭୟ ଅନ୍ତରୀକ୍ଷ କୁ ଯାଇଥିଲେ l କିନ୍ତୁ ଅନ୍ତରୀକ୍ଷ ଯାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଉଭୟ ଙ୍କୁ ପୃଥିବୀ ଅଣା ଯାଇପାରିଲା ନାହିଁ l ବର୍ତମାନ ନାସା ପକ୍ଷରୁ କୁହଜିଛି ଯେ ସେମାନଙ୍କ ଫେରିବା ପାଇଁ ନୂଆ ଅନ୍ତରୀକ୍ଷ ଯାନ ପ୍ରସ୍ତୁତି ଚାଲିଛି, ଯାହାକି ୨୦୨୫ ମାର୍ଚ୍ଚ ଶେଷ ସୁଧା ସମାପ୍ତ ହୋଇଯିବ l ସ୍ପେସ ଏକ୍ସ ଓ ନାସା ମିଳିତ ଭାବରେ ଡ୍ରାଗନ କ୍ୟାପ୍ସୁଲ ପ୍ରସ୍ତୁତ କରିବାରେ ଲାଗିଛନ୍ତି, ଯିଏ କି ସୁନିତା ଓ ବିଲମର ଙ୍କୁ ଫେରାଇ ଆଣିବ l