Odisha news

ଚଳିତବର୍ଷ ଉତର ଗୋଲାର୍ଦ୍ଧରେ ଅଧିକ ଆଲୋକ ଓ ଉତ୍ତାପ ପ୍ରବାହିତ ହେବ : ଭାରତ ମଧ୍ୟ ଏହି ଗରମକୁ ଅନୁଭବ କରିବ

ନୂଆଦିଲ୍ଲୀ :  ବୈଜ୍ଞାନିକ ମାନଙ୍କ ଅନୁସାରେ ତିନିଦିନ ପୂର୍ବରୁ ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ବସନ୍ତ ଋତୁ ଆରମ୍ଭ ସାରିଛି l ଏହି ଦିନ ବର୍ଣାଲ ଇକ୍ୟୁନକ୍ସ ଦର୍ଜ କରାଯାଇଛି l  ଇକ୍ୟୁନକ୍ସ ଅର୍ଥ ଦିନ ଓ ରାତି ପାଖାପାଖି ସମାନ ରହିବ ପୃଥିବୀର ଦୁଇଟି ଭାଗରେ ସୂର୍ଯ୍ୟଙ୍କର କିରଣ ସମାନ ମାତ୍ରାରେ ପଡିଥାଏ l ବର୍ଣାଲ  ଇକ୍ୟୁନକ୍ସକୁ ଆଫ୍ରିକା ମହାଦେଶର କେନିଆର ଦକ୍ଷିଣ ମେରୁ ଅଞ୍ଚଳରେ ମାପ କରାଯାଇଥାଏ l ଏଠାରେ ଦେଖିବାକୁ ମିଳିଥାଏ ଯେ ସୂର୍ଯ୍ୟଙ୍କ କିରଣ ଉତର ଗୋଲାର୍ଦ୍ଧରେ ଅଧିକ ଆଲୋକ ଦେଇଥାଏ l ଚଳିତ ଥର ଅଦ୍ଭୁତ ପ୍ରକାରର ସ୍ତିତି ଦେଖା ଦେଇଛି l ଏହି ଥର ଆମେରିକାର ବୈଜ୍ଞାନିକ ମାନେ ଦାବି କରିଛନ୍ତି ଯେ ସୂର୍ଯ୍ୟଙ୍କର ଉତ୍ତାପ ଭାରତ ଉପରେ ଅଧିକ ରହିବ l

ଜୁନ ୨୦ ତାରିଖ ବେଳକୁ ଦିନ ଓ ରାତିର ଅନ୍ତର ଆସିବ l ଏହିଥର ସୂର୍ଯ୍ୟଙ୍କ କିରଣ ସିଧା ଉତର ଗୋଲାର୍ଦ୍ଧକୁ ଅଧିକ ପଡିବ କାରଣ ସୂର୍ଯ୍ୟ ଚଳିତ ବର୍ଷ ୩୩ ଡିଗ୍ରୀ ପୂର୍ବ ଦିଗକୁ ଢଳି ଛନ୍ତି l ସନ୍ଧ୍ୟା ସମୟରେ ଏହି ଡିଗ୍ରୀରେ ୧୫ ଘଣ୍ଟାପରେ ଅସ୍ତ ହେବେ l ଚଳିତ ବର୍ଷ ଅଧିକ ଖରା ,ଅଧିକ ଆଲୋକ ଓ ଅଧିକ ଗରମ ଦେଖା ଦେବ l ଉତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଋତୁ ଜୁନ ୨୦ ତାରିଖ ପରେ ଆରମ୍ଭ ହେବ l ଡିସେମ୍ବର ମାସରେ ଯେତେବେଳେ ସୀତା ଋତୁ ଆରମ୍ଭ ହେବ ସେତେବେଳେ ସୂର୍ଯ୍ୟଙ୍କ କିରଣ ଓ ଆଲୋକ କମିବାକୁ ଲାଗିବ l ସୂର୍ଯ୍ୟ ଦକ୍ଷିଣ ଗୋଲାର୍ଦ୍ଧରେ ୧୨ ଘଣ୍ଟାରେ ଉଦୟ ହୋଇ ଥାନ୍ତି ଓ ଅସ୍ତ ମଧ୍ୟ ହୋଇ ଥାନ୍ତି l କିନ୍ତୁ ଚଳିତ ବର୍ଷ ଏପରି ଲକ୍ଷ କରୁ ନାହାନ୍ତି ବୈଜ୍ଞାନିକ ମାନେ ଦିନ ଓ ରାତିର ସମୟରେ ଅନ୍ତର ଆସିଛି l

ସାଧାରଣତଃ ମାର୍ଚ୍ଚ ୨୦ ତାରିଖରୁ ସୂର୍ଯ୍ୟଙ୍କର ଉଦୟ ଓ ଅସ୍ତ ସମୟ ୧୨ ଘଣ୍ଟାର ଅନ୍ତର ହେବା ଆବଶ୍ୟକ କିନ୍ତୁ ଚଳିତ ବର୍ଷ ଏପରି ଦେଖା ଯାଉନାହିଁ l ଚଳିତ ବର୍ଷ ବୈଜ୍ଞାନିକ ମାନେ ଅନୁଧ୍ୟାନ କରିଛନ୍ତି ଯେ ୧୭ ମାର୍ଚ୍ଚ ରୁ ୨୦ ମାର୍ଚ୍ଚ ମଧ୍ୟରେ ସୂର୍ଯ୍ୟଙ୍କର ଉଦୟ ହେବା ସମୟରେ ଅନ୍ତର ଦେଖା ଯାଇଛି l ପ୍ରାୟ ଏହି ୪ ଦିନ ୨ ରୁ ୫ ମିନିଟି ଏପଟ ସେପଟ ହୋଇଛି l ବୈଜ୍ଞାନିକ ମାନଙ୍କର କହିବାର ଅର୍ଥ ହେଲା ଏହା ପଛରେ ବାୟୁ ମଣ୍ଡଳର ମୁଖ୍ୟ ଭୂମିକା ରହିଛି l ଯେଉଁ କାରଣରୁ ସୂର୍ଯ୍ୟଙ୍କ କିରଣ ଠିକ ସମୟରେ ପୃଥିବୀ ଉପରେ ଠିକ ସମୟରେ ପଡି ପାରୁନାହିଁ l ସୂର୍ଯ୍ୟଙ୍କ କିରଣକୁ ନେଇ ହୋଇଥିବା ଏହି ଗବେଷଣାରେ ଜଣ ପଡିଛି ଯେ ଚଳିତ ବର୍ଷ ଭାରତ ସହିତ ଅଧିକାଂଶ ଦେଶରେ ଅଧିକ ଗ୍ରୀଷ୍ମ ପ୍ରବାହ ହେବ ସହିତ ଗରମ ମଧ୍ୟ ଅନୁଭୂତ ହେବ l

Comments are closed.