ଇମ୍ରାନ୍ ସରକାରଙ୍କ ପ୍ରିୟ ମନ୍ତ୍ରୀ ଫଵାଦ ଚୌଧୁରୀ ସର୍ବୋଚ୍ଚ ନ୍ୟାୟାଳୟର ଜଜଙ୍କ ବିରୁଦ୍ଧରେ ଟିପଣି ଦେଇ ପୁଣି ଚର୍ଚାରେ
ନୂଆଦିଲ୍ଲୀ : ଭାରତ ବିରୁଦ୍ଧରେ ବିଷ ଉଗାଳୁଥିବା ପାକିସ୍ତାନର ମହାଜ୍ଞାନୀ ବିଜ୍ଞାନ ଯାନ୍ତ୍ରିକ ମନ୍ତ୍ରୀ ଫବାଦ ଚୌଧୁରୀ ଆଉଥରେ ଚର୍ଚାକୁ ଆସିଛନ୍ତି l ସେ ଚଳିତ ଥର ଜଜଙ୍କ ବିରୁଦ୍ଧରେ ଏପରି ବୟାନ ଦେଇଛନ୍ତି ଯେ ଯାହା ତାଙ୍କ ତଣ୍ଟିରେ ଗୋଟିଏ ଫାସ ଭଳି ଅଟକିଛି l ପାକିସ୍ତାନର ସର୍ବୋଚ୍ଚ ନ୍ୟାୟାଳୟର ଜଜ କାଜି ଫେଜ ଇଷାଙ୍କ ପତ୍ନୀ ସେରିନା ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ଓ ସେ ଫାଵାଦଙ୍କ ବିରୁଦ୍ଧରେ ଅବମାନନାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯାଚିକା ଦାୟର କରିଛନ୍ତି l ଏହା ପୂର୍ବରୁ ଫାଵାଦ ଜଷ୍ଟିସ ଇଷାଙ୍କୁ ଅଣ୍ଡର ଟ୍ରାଏଲ ଜଜର ମାନ୍ୟତା ଦେଇ ମତଦାନ ଲଢ଼ିବାପାଇଁ ଆହ୍ୱାନ ଦେଇଥିଲେ l
ଇମ୍ରାନ୍ ସାରକଙ୍କର ଅତି ପ୍ରିୟ ମନ୍ତ୍ରୀ ହେଉଛନ୍ତି ଫାଵାଦ ,ଗତ କିଛିଦିନ ତଳେ ସେ ଟ୍ୱିଟ କରି ଲେଖିଥିଲେ ଯେ ଜଣେ ଅଣ୍ଡର ଟ୍ରାଏଲ ଜଜଙ୍କର ଭାଷଣ ଶୁଣିବାକୁ ମିଳୁଛି l ଯଦି ମୁଁ ଜବାବ ଦେବୀ ତେବେ ମତେ ଅପମାନିତ କରାଯିବ l ଏକଥା ଜଷ୍ଟିସ ଇଷା କହିଥିଲେ ,ଏହାପରେ ପାକିସ୍ତାନୀ ମନ୍ତ୍ରୀ କହିଥିଲେ ଯେ ଯଦି ଆପଣ ରାଜନୀତିରେ ଶୌକ ରଖୁଛନ୍ତି ତେବେ ଇସ୍ତଫା ଦେଇ ରାଜନୀତିର ମଇଦାନକୁ ଓଲ୍ହାନ୍ତୁ ଓ ଆପଣ ନିଜେ ଜାଣି ପାରିବେ ଆପଣଙ୍କ ଲୋକପ୍ରିୟତା କେତେ ରହିଛି l କୋର୍ଟ ଭିତରେ ସିକ୍ରେଟ କ୍ୟାମେରା ଲଗାଯିବାକୁ ନେଇ ଜଜଙ୍କ ପତ୍ନୀ ସେରିନା କହିଥିଲେ ଯେ ଫାଵାଦଙ୍କ ଟ୍ଵିଟରୁ ଜଣା ପଡୁଛି ପ୍ରଶାସନ କୋର୍ଟରୁମ ଭିତରେ ସିକ୍ରେଟ କ୍ୟାମେରା ଲଗାଇଛି l
ଏହାର ଅର୍ଥ ଫାଵାଦ ନିଜ ତାରିଖକୁ ନଆସି ଅନ୍ୟ କେଉଁଠାରେ ରହି କୋର୍ଟ ପରିସରର କଥା ଶୁଣୁଛନ୍ତି l ସେରିନା କହିଥିଲେ ଯେ ମୋ ସ୍ୱାମୀ ବର୍ତ୍ତମାନ ମଧ୍ୟ ସୁପ୍ରିମ କୋର୍ଟର ଜଜ ଅଟନ୍ତି ଗୋଟିଏ ବିଚାରଧୀନ କଏଦୀ ନୁହଁ l ସିଏ ନିଜ ଯାଚିକାରେ କହିଛନ୍ତି ଫାଵାଦ ଜଣେ ଯଜ୍ଞକୁ ବିଚାରଧୀନ ଜଜ କହି ପାକିସ୍ତାନର ସର୍ବୋଚ୍ଚ ନ୍ୟାୟାଳୟ ସହିତ ବର୍ତ୍ତମାନର ଜଜଙ୍କୁ ଅପମାନ କରିଛନ୍ତି l ସେ ଆହୁରି ମଧ୍ୟ ଲେଖିଛନ୍ତି ଏହି ଶବ୍ଦର ବ୍ୟବହାର ଗୁଣ୍ଡା ମାଫିଆଙ୍କ ପାଇଁ ବ୍ୟବହାର ହୁଏ ଯାହା ଅତ୍ୟନ୍ତ ଅପମାନ ଜନକ l
Comments are closed.