ଗରମ ଦିନ ଆରମ୍ଭ ହୋଇ ଗଲାଣି ଓ ଏହି ସମୟରେ ତ୍ୱଚା ଜନିତ ସମସ୍ୟା ମଧ୍ୟ ଅଧିକ ଦେଖା ଦେଇଥାଏ l ଏହି ଋତୁରେ ଆମେ ସମସ୍ତେ ଝାଳ ବୋହିବା କାରଣରୁ ବିଭିନ୍ନ ପ୍ରକାରର ଚର୍ମ ରୋଗର ସମ୍ମୁଖୀନ ହୋଇଥାଉ l କିନ୍ତୁ ଏହାର ଗୋଟିଏ ସମାଧାନ ଖୋଜିବା ଆମାପକ୍ଷରେ କଷ୍ଟକର ହୋଇଥାଏ l ଝାଳ ଅଧିକ ବୋହିବା କାରଣରୁ ଚର୍ମରେ ବିଭିନ୍ନ ପ୍ରକାରର ଏଲର୍ଜୀ ଦେଖା ଦେଇଥାଏ ଓ ବ୍ରଣ ମଧ୍ୟ ଉଠିଥାଏ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ସମସ୍ତ ସମାଧାନ ଆପଣଙ୍କ ରୋଷେଇ ଘରେ ଲୁଚି ରହିଛି ,ତାହା ହେଉଛି ଲୁଣ l ଆସନ୍ତୁ ଜାଣିବା ଗରମ ଦିନେ ଲୁଣ ଦ୍ୱାରା ନିଜ ତ୍ୱଚାର କିପରି ଯତ୍ନ ନେବା l
* ଖରାଦିନେ ଯଦି ଆପଣ ସକାଳୁ ଗାଧୋଉଛନ୍ତି ତେବେ ସେଥିରେ କିଛି ଲୁଣ ମିଶାଇ ଗାଧୋଇବା ଦ୍ୱାରା ଶରୀରରୁ ଝାଳର ଦୁର୍ଗନ୍ଧ ଦୂର ହୋଇଥାଏ l ଶରୀରରେ ରହିଥିବା ଆବର୍ଜନାକୁ ଲୁଣ ଦୁରକରେ ଓ ଚର୍ମକୁ ମଧ୍ୟ ସୁସ୍ଥ ରଖେ l ତେଣୁ ଆପଣ ଗାଧୋଇବା ସମୟରେ ଗୋଟିଏ ବାଲ୍ଟି ପାଣିରେ ଅଧ କପ ଲୁଣ ମିଶାନ୍ତୁ ଓ ଏହାପରେ ସେହି ପାଣିରେ ଗାଧାନ୍ତୁ l ଯାହା ଦ୍ୱାରା ଆପଣଙ୍କ ଚର୍ମ ନିରୋଗୀ ରହିବ l
* ଖରାଦିନେ ଝାଳ ଅଧିକ ବୋହୁଥିବା କାରଣରୁ ଚର୍ମ ସମ୍ବଧୀୟ ଅଧିକାଂଶ ସମସ୍ୟା ଦେଖା ଦେଇ ଶରୀରରୁ ଦୁର୍ଗନ୍ଧ ମଧ୍ୟ ବାହାରି ଥାଏ l ଝାଳର ଦୁର୍ଗନ୍ଧରୁ ନିଜକୁ ଦୁରେଇ ରଖିବା ପାଇଁ ବଡ଼ ଗଡା ଲୁଣରେ ଆପଣଙ୍କ ଶରୀରକୁ ସ୍କ୍ରବ କରନ୍ତୁ l ଆପଣ ଲୁଣରେ କିଛି ମାତ୍ରାରେ ନଡ଼ିଆ ତେଲ ମିଶାଇ ବତୁରାଈ ରଖି ଦିଅନ୍ତୁ l କିଛି ସମୟ ପରେ ଶରୀରରେ ଘଷି ମାଲିସ କରନ୍ତୁ l ଏପରି କରିବା ଦ୍ୱାରା ଶରୀରରୁ ଝାଳ ଗନ୍ଧ ଦୂର ହେବ l
* ଖରାଦିନେ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଏକ ଚାମଚ ଲୁଣରେ କିଛି ମହୁ ମିଶାନ୍ତୁ l ଏହି ମିଶ୍ରଣକୁ ମୁଖମଣ୍ଡଳରେ ଲଗାଇ ୧୦ ମିନିଟି ପର୍ଯ୍ୟନ୍ତ ରଖନ୍ତୁ l ଏହା ପରେ ତାକୁ ଠିକରେ ଧୋଇ ନିଅନ୍ତୁ ଦେଖିବେ ମୁଖ ମଣ୍ଡଳରୁ ବ୍ରଣ ସମସ୍ୟା ଦୂର ହେବ ସହିତ ଚମକ ଆସିଯିବ l
Comments are closed.