Odisha news

ତପସ୍ବିନୀ ପାଇ ନାହାନ୍ତି ୧୭ହଜାର : ପିଟିସନ୍‌ ଦାଖଲ କରିବାକୁ ଏସ୍‌ଡିଜେଏମ୍‌ଙ୍କ ନିର୍ଦ୍ଦେଶ

0

ଵ୍ରହ୍ମପୁର , ୧୯/୧- ତପସ୍ବିନୀ ଦାଶଙ୍କୁ ତାଙ୍କର ସ୍ବାମୀ ଡାକ୍ତର ସୁମିତ ସାହୁ ପ୍ରତିମାସର ୧୦ତାରିଖ ସୁଦ୍ଧା ୧୭ହଜାର ଟଙ୍କା ଭରଣପୋଷଣ ବାବଦରେ ଦେବେ ବୋଲି ଜିଲ୍ଲଜଜ୍‌ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ତପସ୍ବିନୀ ଟଙ୍କା ପାଇ ନାହାନ୍ତି। ଏହାକୁ ନେଇ ଗତ ୧୧ତାରିଖରେ ତପସ୍ବିନୀଙ୍କ ଓକିଲ ଏସ୍‌ଡିଜେଏମ୍‌ଙ୍କ କୋର୍ଟକୁ ଅବଗତ କରି ଡା. ସୁମିତଙ୍କ ନାମରେ ‌ୱାରେଣ୍ଟ୍‌ ଜାରି କରିବାକୁ ଅନୁରୋଧ କରି ପିଟିସନ୍‌ ରୁଜୁ କରିଥିଲେ। ଆଜି ଏହାର ଶୁଣାଣି କରି ପୁନଃ ପିଟିସନ୍‌(ମିସ୍‌କେସ୍‌) ଫାଇଲ୍‌ କରିବାକୁ ଏସ୍‌ଡିଜେଏମ୍‌ ନିର୍ଦ୍ଦେଶ ଦେଇଥିବା ତପସ୍ବିନୀଙ୍କ ଓକିଲ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି। ସେପଟେ ଆସନ୍ତା କାଲି ଏହି ମାମଲାକୁ ନେଇ ଜିଲ୍ଲାଜଜ୍‌ କୋର୍ଟରେ ଅପିଲ୍‌ ଫାଇଲ୍‌ କରାଯିବ ବୋଲି ତପସ୍ବିନୀଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି।

Leave A Reply