କୋଣାର୍କ ଚନ୍ଦ୍ରଭାଗା ନିକଟରେ ନିର୍ମାଣାଧୀନ ନବୀନ କୋଣାର୍କ ସୂର୍ଯ୍ୟ ମନ୍ଦିର କୁ ଉଛେଦ କଲା ପ୍ରଶାସନ : ଘଟଣାସ୍ଥଳରେ ସାମ୍ବାଦିକ ଙ୍କୁ ଦେଖି ଅସନ୍ତୁଷ୍ଟ ତହସିଲଦାର,ସମସ୍ତ ଅଧିକାରୀ ଙ୍କ ଉପସ୍ଥିତ ରେ ଉଛେଦିକରଣ ସତ୍ୱେ ଘଟଣାସ୍ଥଳ କୁ ନଯାଇ ଗାଡି ରେ ବସି ରହିଲେ ତହସିଲଦାର।
ଗଣମାଧ୍ୟମ ରେ ଖବର ପ୍ରସାରଣ କୁ ନେଇ ଚେତିଲା ପ୍ରଶାସନ ଶେଷ ହେଲା ଉଛେଦିକରଣ
କୋଣାର୍କ:- ୧୯/୧ ନବୀନ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରସଙ୍ଗ ରେ ପଡିଲା ପୂର୍ଣ୍ଣଛେଦ ! ଦୀର୍ଘ ଦିନ ଧରି କୋଣାର୍କ ଚନ୍ଦ୍ରଭଗା ବେଳାମାର୍ଗ ନିକଟରେ ବିବାଦୀୟ ଓଁମ ବାବା ଙ୍କ ମୁଖ୍ୟ ସହଯୋଗୀ ମୁକେଶ ଜୈନ ଙ୍କ ଦ୍ଵାରା ନିର୍ମାଣ ଆରମ୍ଭ ହୋଇଥିବା ସୂର୍ଯ୍ୟ ମନ୍ଦିର କୁ ନେଇ କୋଣାର୍କ ରେ ଦେଖିବାକୁ ମିଳିଥିଲା ଜନ ଅସନ୍ତୋଷ। ସ୍ଥାନୀୟ ଜନସାଧାରଣ ପୂଜାର୍ଚ୍ଚନା ର ବିରୋଧୀ ନଥିଲେ ମଧ୍ୟ ଦ୍ବିତୀୟ ସୂର୍ଯ୍ୟ ମନ୍ଦିର ସହ ସୂର୍ଯ୍ୟ ମନ୍ଦିର ପୂର୍ବରୁ ନବୀନ କୋଣାର୍କ ନାମ କରଣ କୁ ନେଇ ଉଠାଇଥିଲେ ବିରୋଧ ର ସ୍ୱର।ଯାହାକୁ ନେଇ କିଛିଦିନ ଧରି ଲଗାତର ଭାବେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ କୁ ନେଇ ଗତ ଶାମ୍ବ ଦଶମୀ ଦିନ ସେହି ସ୍ଥାନରେ ସୂର୍ଯ୍ୟ ନାରାୟଣ ଙ୍କୁ ପୂଜା କରାଯାଉଥିବା ସମୟରେ ସେହି ଅଞ୍ଚଳବାସୀ ଙ୍କ ବିରୋଧ ପରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇ ଯଥାଶୀଘ୍ର ଏହାକୁ ଉଛେଦିକରଣ କରିବା ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ।ଯାହାକୁ ନେଇ ଆଜି ଅପରାହ୍ନରେ ଗୋପ ତହସିଲଦାର ଏସ କେ ସାଗିର, ରାଜସ୍ୱ ନିରୀକ୍ଷକ ବିଚିତ୍ର ମୋହନ ମିଶ୍ର, ଏନ ଏ ସି ନୋଡାଲ ଅଫିସର ଭାଗୀରଥି ବରାଳ ଙ୍କ ସହ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ଙ୍କ ଉପସ୍ଥିତ ରେ ଉଚ୍ଛେଦ ପ୍ରକ୍ରିୟା କରାଯାଇଥିବା ବେଳେ ସମସ୍ତ ମୂର୍ତ୍ତି କୁ ସୁରକ୍ଷିତ ଭାବେ ନିକଟରେ ଥିବା ମହାବୀର ମନ୍ଦିର ରେ ରଖା ଯାଇଥିଲା।ପରବର୍ତ୍ତୀ ସମୟରେ ମୂର୍ତ୍ତି ରହିଥିବା ପିଣ୍ଡି କୁ ଜେସିବି ଦ୍ୱାରା ଭଙ୍ଗା ଯିବା ପରେ ସମସ୍ତ ଅଧିକାରୀ ଘଟଣା ସ୍ଥଳରୁ ଫେରି ଆସିଥିଲେ।ମାତ୍ର ଉକ୍ତ ସ୍ଥାନରେ ଉଛେଦ ପ୍ରକ୍ରିୟା ପୂର୍ବରୁ ତହସିଲଦାର ଏସ କେ ସାଗିର ସାମ୍ବାଦିକ ମାନଙ୍କୁ ଦେଖି ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଉଛେଦିକରଣ ସମୟ ରେ ସମସ୍ତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ମଧ୍ୟ ତହସିଲଦାର ଘଟଣା ସ୍ଥଳକୁ ନଆସି ଗାଡି ରେ ଶେଷ ପର୍ଯ୍ୟନ୍ତ ବସି ରହିଥିବା ବେଳେ ମୁହୂର୍ତ୍ତକ ପାଇଁ ଗାଡି ରୁ ଓଲ୍ହାଇ ନଥିଲେ।ଅନ୍ୟ ପକ୍ଷରେ ଉଛେଦିକରଣ କୁ ନେଇ ତହସିଲଦାର ଗଣମାଧ୍ୟମ କୁ କୌଣସି ପ୍ରତିକ୍ରିୟା ଦେବାକୁ ସ୍ପଷ୍ଟ ମନା କରିଦେଇଥିଲେ।