ଭାରତୀୟ ମାନେ ଖାଇବା ପରେ ମିଠା ଖାଇବା ସେମାନଙ୍କର ଗୋଟିଏ ସଉକ ଅଟେ l ଯଦି କେବଳ ସ୍ୱାଦର କଥା କହିବା ଏହା ଖୁବ ଭଲ ଲାଗିଥାଏ l କିନ୍ତୁ ଯେତେବେଳେ ସ୍ୱାସ୍ଥ୍ୟ କଥା କହିବା, ତେବେ ମିଠା ଖାଇବା ସମୟ ଓ ମାତ୍ରା ର ଧ୍ୟାନ ଦେବା ଜରୁରୀ l ବୈଜ୍ଞାନିକ ଭାଷାରେ ମିଠା ସବୁଠୁ ଭୟଙ୍କର ରୂପ ହେଉଛି ଚୀନୀ ଯାହାକି ସ୍ଵିଟ ପଏଜନ ଭାବରେ ଜଣାଶୁଣା l
– ଅତିରିକ୍ତ ଚୀନୀ ଖାଲି କ୍ୟାଲୋରୀର ସ୍ରୋତ ଅଟେ l ଏହାଛଡା ପୋଷଣ କୁ ଦେଖିଲେ କୌଣସି ଖାଦ୍ୟରେ ଚୀନୀ ମିଶାଇ ଖାଇବା ଖାଦ୍ୟର କ୍ୟାଲୋରୀ କୁ ବଢ଼ାଇ ଦେଇଥାଏ l
– କିଛି ଲୋକ ଏଭଳି ଥାଆନ୍ତି ଯେଉଁମାନେ କି ଆବଶ୍ୟକତା ଠାରୁ ଅଧିକ ଚୀନୀ ସେବନ କରି ଥାଆନ୍ତି l ଯାହାକି ତାଙ୍କ ଶରୀରକୁ ରୋଗ ଗ୍ରସ୍ତ କରାଇଥାଏ l
– ଆମକୁ ମଧ୍ୟ ପରିବା ଓ ସମସ୍ତ ଫଳରେ ଚିନି ମିଳିଥାଏ l କିନ୍ତୁ ଏହା ନେଚୁରାଲ ହୋଇଥାଏ l କିନ୍ତୁ ଏହା ଶରୀର ଉପରେ ବିପରୀତ ପ୍ରଭାବ ପକାଇଥାଏ l
– କିନ୍ତୁ ଯେତେବେଳେ ଆମେ ସାଧାରଣ ଫଳ ରସରେ ସ୍ୱାଦ ବଢାଇବା ପାଇଁ ଚୀନୀ ମିଶାଇ ଖାଇଥାଏ ତାହା ସ୍ୱାସ୍ଥ୍ୟ ପକ୍ଷରେ କ୍ଷତି କାରକ l
– ଯଦି ଆପଣ ଚୀନୀ ଅଧିକ ଖାଇବେ ତେବେ ଏହା ଆପଣଙ୍କ ତ୍ୱଚା ଉପରେ ଖରାପ ପ୍ରଭାବ ପକାଇ ଥାଏ l ଗବେଷଣା କହୁଛି ଯେ ଚୀନୀ ତ୍ୱଚା କୁ ଖରାପ କରିବାରେ ସାହାଯ୍ୟ କରିଥାଏ l
– ଚୀନୀ ନଖାଉଥିବା ବ୍ୟକ୍ତିଙ୍କ ଅଧିକ ଶକ୍ତି ବର୍ଧକ ହୋଇ ଥାଆନ୍ତି l ଏହାଛଡା ପରିଶ୍ରମୀ ମଧ୍ୟ ଅଟନ୍ତି l
– ଚୀନୀ ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତା କୁ କମାଇ ଦେଇଥାଏ l
– ଚୀନୀ ହାଡ଼ କୁ ଦୁର୍ବଳ କରିଦେଇଥାଏ l ତେଣୁ ଚୀନୀ ଠାରୁ ଦୁରେଇ ରହିବା ଆବଶ୍ୟକ l