Odisha news

କ୍ୟାନ୍ସର ପାଇଁ ରାମବାଣ ସଦୃଶ ଷ୍ଟ୍ରବେରି

0

ଷ୍ଟ୍ରବେରିରେ ଆଣ୍ଟି ଆକ୍ସିଡେଣ୍ଟ ଗୁଣ ଥାଏ l ଷ୍ଟ୍ରବେରି ଖାଇବା ଦ୍ୱାରା ଆମ ଶରୀରକୁ କି କି ଉପକାର ମିଳିଥାଏ ଆସନ୍ତୁ ଜାଣିବା l
* ଓଜନ କମାଇବାରେ ସହାୟକ ହୋଇଥାଏ -ଷ୍ଟ୍ରବେରି ଏକ ଲୋ କ୍ୟାଲୋରୀ ଯୁକ୍ତ ଫଳ ଅଟେ l ଗୋଟିଏ କପି ଷ୍ଟ୍ରବେରିରେ ମାତ୍ର ୫0ଗ୍ରାମ କ୍ୟାଲୋରୀ ଅଛି l ତା ସହିତ ଫାଇବ ଥିବା ହେତୁ ଷ୍ଟ୍ରବେରି ଖାଇଲେ ଭୋକ କାମ ହୋଇଥାଏ l ପ୍ରତେକ ଦିନ ସନ୍ଧ୍ୟା ସମୟରେ ଷ୍ଟ୍ରବେରି ଖାଇବା ଆବଶ୍ୟକ କାରଣ ଏହା ଆପଣଙ୍କ ଓଜନ କମାଇବାକୁ ସହାୟକ ହେବ
l
* କ୍ୟାନ୍ସରରୁ ରକ୍ଷା କରିଥାଏ -କ୍ୟାନ୍ସର ଭଳି ମାରାତ୍ମକ ରୋଗ ପାଇଁ ଷ୍ଟ୍ରବେରି ରାମବାଣ ସଦୃଶ ଅଟେ l ଏକ ଅଧୟନରୁ ଜଣାପଡିଛି ଯେ ଷ୍ଟ୍ରବେରିରେ କ୍ୟାନ୍ସର ପ୍ରତିରୋଧକ କ୍ୟାମତା ଅଛି ଓ କ୍ୟାନ୍ସର ଥେରାପି ଗୁଣ ମହଜୂତ ଅଛି ଯାହା କ୍ୟାନ୍ସରରୁ ରକ୍ଷା କରିଥାଏ l ତା ସାହିତ ଷ୍ଟ୍ରବେରିରେ ଥିବା କେମୋ ପ୍ରିଭେଣ୍ଟିଭି ଗୁଣ କ୍ୟାନ୍ସର ସେଲ କୁ ବଢିବାକୁ ଦେଇ ନାଥଏ l ଷ୍ଟ୍ରବେରି ବ୍ରେଷ୍ଟେ କ୍ୟାନ୍ସର ପାଇଁ ଲାଭ କରି l

* ହୃଦୟକୁ ଠିକ ରଖେ -ଷ୍ଟ୍ରବେରିରେ ଆଣ୍ଟି ଆକ୍ସିଡେଣ୍ଟ ଗୁଣ ପ୍ରଚୁର ମାତ୍ରାରେ ଥାଏ l ଷ୍ଟ୍ରବେରି ଖାଇବା ଦ୍ୱାରା ହୃତ୍ପିଣ୍ଡର ସମସ୍ତ ସମସ୍ୟା ଦୂରହୁଏ l ଷ୍ଟ୍ରବେରି କୋଲେଷ୍ଟ୍ରଲ ମାତ୍ରାକୁ ମଧ୍ୟ କମ କରିଥାଏ ତେଣୁ ପ୍ରତେକ ଦିନ ଷ୍ଟ୍ରବେରି ଖାଇବା ଦ୍ୱାରା ହୃତ୍ପିଣ୍ଡକୁ ସୁସ୍ଥ ରଖିବା ପାଇଁ ଆବଶ୍ୟକ l

* ଦାନ୍ତକୁ ସୁସ୍ଥ ରଖିଥାଏ -ଯଦି ଆପଣ ଦାନ୍ତକୁ ଧଳା ରଖିବାକୁ ଚାହୁଁଛନ୍ତି ତେବେ ପ୍ରତେକ ଦିନ ଷ୍ଟ୍ରବେରି ବ୍ୟବହାର କରନ୍ତୁ l ଏହି ଫଳ ଦାନ୍ତକୁ ପ୍ରାକୃତିକ ଉପାୟରେ ଧଳା କରିଥାଏ l ଷ୍ଟ୍ରବେରି ଭିଟାମିନ-ସି ରେ ଭରପୁର ଥିବା ହେତୁ ଆପଣଙ୍କ ଦାନ୍ତକୁ ହଳଦିଆ ହେବାକୁ ଦିଏ ନାହିଁ l

* ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ -ଯଦି ଆପଣ ଏହି ସ୍ୱାଦିଷ୍ଟ ଫଳ ଖାଇ ଇମ୍ୟୁନିଟି ବଢାଇବାକୁ ଚାହୁଁଛନ୍ତି ତେବେ ଷ୍ଟ୍ରବେରି ଦ୍ୱାରା ସମ୍ଭବ ହୋଇ ପାରିବ l ଏଥିରେ ଥିବା ଭିଟାମିନ-ସି ଅପାଙ୍କ ଶରୀରର ରୋଗ ପ୍ରତିରୋଧକ କ୍ଷମତl ବଢ଼ାଇଥାଏ l

* ଗର୍ଭାବସ୍ଥା ସମୟରେ ଲାଭ କାରି -ଗର୍ଭାବସ୍ଥା ସମୟରେ ଓ ପ୍ରସବ ପରେ ଆମ ଶରୀରକୁ ଭିଟାମିନ ଓ କ୍ୟାଲ୍ସିଅମ ର ଆବଶ୍ୟକ ପଡିଥାଏ ତେଣୁ ଏହା ଷ୍ଟ୍ରବେରିରେ ଭରପୁର ମାତ୍ରାରେ ଥାଏ l ସମୟ ସମୟରେ ପୋଷାକ ତତ୍ୱର କମି ଦ୍ୱାରା ଗର୍ଭସ୍ଥ ଶିଶୁର ବିକାଶ ହୋଇପାରି ନଥାଏ l ତେଣୁ ପ୍ରସବ ପୂର୍ବରୁ ଓ ପ୍ରସବ ପରେ ଗୋଟିଏ ମା ପାଇଁ ଷ୍ଟ୍ରବେରି ଖାଇବା ଆବଶ୍ୟକ l

* ଆଖିର ଦୃଷ୍ଟି ଶକ୍ତି ବଢ଼ାଇଥାଏ -ଷ୍ଟ୍ରବେରି ଆପଣଙ୍କ ଚକ୍ଷୁକୁ ସୁସ୍ଥ ରଖିଥାଏ l ତା ସହିତ ଦୃଷ୍ଟି ଶକ୍ତି ବଢାଇବାକୁ ସାହାଯ୍ୟ କରିଥାଏ l ଷ୍ଟ୍ରବେରିରେ ଥିବା ଆଣ୍ଟି ଆକ୍ସିଡେଣ୍ଟ ମୋତିଆ ବିନ୍ଦୁ ଓ ଅନ୍ୟ ଚକ୍ଷୁ ରୋଗରୁ ଦୁରେଇ ରଖେ l ଏକ ଅଧୟନରୁ ଜଣ ପଡିଛି ଯେ ଷ୍ଟ୍ରବେରିରେ ଥିବା ଫ୍ଲେବୋନଇଡ଼ କମ୍ପାଉଣ୍ଡ ର ମାତ୍ରା ଚକ୍ଷୁର ଦୃଷ୍ଟି ଶକ୍ତିକୁ ବଢ଼ାଇଥାଏ l

* ବ୍ଲଡ଼ ସୁଗାରକୁ ନିୟନ୍ତ୍ରଣ କରେ -ଷ୍ଟ୍ରବେରିରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ବହୁତ କମ ମାତ୍ରାରେ ଥାଏ l ଏଥିପାଇଁ ଏହା ସୁଗାର ଲେବୁଲକୁ ନିୟନ୍ତ୍ରଣ କରେ l ମଧୁମେହ ରୋଗୀ ମାନେ ଷ୍ଟ୍ରବେରି ଜୁସ ଆଦୌ ପିଇବା ଅବଶ୍ୟକ ନୂହେଁ l ସେମାନଙ୍କ ପକ୍ଷ ଗୋଟାଳିଆ ଷ୍ଟ୍ରବେରି ଚୋବାଇ ଖାଇବା ଉଚିତ l

* ଆଣ୍ଟି ଏଜିଙ୍ଗ ପାଇଁ ହିତକର -ଷ୍ଟ୍ରବେରିରେ ଆଣ୍ଟି ଏଜିଙ୍ଗ ମାତ୍ରl ଅଧିକ ଥାଏ l ଏହାକୁ ଆପଣ ପ୍ରତିଦିନ ଖାଇବା ଦ୍ୱାରା ତ୍ୱଚା ସୁନ୍ଦର ଓ ସୁସ୍ଥ ରହିଥାଏ l ଷ୍ଟ୍ରବେରିରେ ଭିଟାମିନ-ସି ଥିବା ହେତୁ ତ୍ୱଚାର ଚମକ ଆସିଥାଏ l ଷ୍ଟ୍ରବେରି ଖାଇବା ସହିତ ଏହାର ଏକ ଲେପ ପ୍ରସ୍ତୁତ କରି ମୁଖ ମଣ୍ଡଳରେ ଲଗାଇ ପାରିବେ l

* କେଶ ଝଡ଼ିବାରୁ ଦୂରେଇଥାଏ -କେଶ ପାଇଁ ଷ୍ଟ୍ରବେରି ଏକ ବରଦାନ ସଦୃଶ l କେଶକୁ ଝଡ଼ିବାରୁ ରୋକିବା ପାଇଁ ଆମକୁ ଖାଦ୍ୟ ଉପରେ ଧ୍ୟାନ ଦେବାକୁ ପଡିବ l ଖାଦ୍ୟରେ ଭିଟାମିନ-ସି ର ମାତ୍ରା କମ ହୋଇଗଲେ କେଶ ଝାଡ଼ିବା ଆରମ୍ଭ ହୋଇଥାଏ l ଯାହାକି ଆମକୁ ଷ୍ଟ୍ରବେରିରୁ ମିଳିଥାଏ l ତେଣୁ ଆମକୁ ପ୍ରତିଦିନ ଷ୍ଟ୍ରବେରି ଖାଇବା ସହିତ ସପ୍ତାହକୁ ଥରେ ଷ୍ଟ୍ରବେରୀର ଲେପ ତିଆରି କରି କେଶ ମୂଳରେ ମାଲିସ କରନ୍ତୁ l

Leave A Reply