ରାୟଗଡା,୧୯।୪ (Rabindra Patkhandal)ଭୋକ ରୋକିପାରିଲା ନାହିଁ ଶ୍ରମିକଙ୍କୁ ଗଳାବାଟ ଖୋଝିନେଲେ ରେଳପଥକୁ ୭୦୦କିମି ଚାଲି ପହଞ୍ଚିଲେ ରାୟଗଡ଼ାରେ । ସରକାରଙ୍କ ଅନେକ ନାରା ଖୁବ ଚିତ୍କାର ବାହାର ରାଜ୍ୟରେ ଖାଦ୍ୟ ଯୋଗାଇ ଦେବା ପାଇଁ ପର୍ଯ୍ଯାପ୍ତ ଯୋଜନା ତଥାପି ଭୋକ ମେଣ୍ଟି ପାରିଲା ନାହିଁ। ତେଣୁ ବିଜୟଓ୍ବାଡାରୁ ଗଳାବାଟ ରୁପେ ବାଛି ନେଇଛନ୍ତି ଛତିଶଗଡ଼ର ୧୨ଜଣ ଶ୍ରମିକ ଦିର୍ଘ ୧୪ ଦିନ ଭିତରେ ୭୦୦କିଲୋମିଟର ଚାଲିଚାଲି ରାତିଅଧରେ ପହଞ୍ଚିଲେ ରାୟଗଡ଼ାରେ ତେବେ ଜିଲ୍ଲା ପ୍ରଶାସନ ନଜରରେ ପଡିବାରୁ ସେମାନଙ୍କୁ ଉଦ୍ଧାର କରାଯାଇଛି। ଦୀର୍ଘଦିନ ହେଲା ପ୍ରବାସୀ ଶ୍ରମିକ ଆନ୍ଧ୍ରପ୍ରଦେଶ ବିଜୟଓ୍ବାଡାର ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ। ତେବେ ତାଲା ବନ୍ଦ ଯୋଗୁଁ କମ୍ପାନୀରେ କାର୍ଯ୍ୟ ବନ୍ଦ ହୋଇଯିବା ସହ ସେମାନଙ୍କ ନିକଟରେ ଖାଇବା ପାଇଁ ପଇସା ନଥିଲା। ତେଣୁ ଗତ ୧୪ ଦିନ ପୂର୍ବେ ଶ୍ରମିକମାନେ ପ୍ରାୟ ୭୦୦କିମି ରେଳ ଧାରଣା ଉପରେ ଚାଲିଚାଲି ଘରକୁ ଫେରୁଥିଲେ। ତେବେ ରାୟଗଡ଼ା ତହସିଲଦାରଙ୍କ ନିକଟରେ ଏନେଇ ସୂଚନା ପହଞ୍ଚିବା ପରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଘଟଣାସ୍ଥଳକୁ ପଠାଇ ସେଠାରୁ ଉକ୍ତ ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଜିଲ୍ଳା ଚିକିତ୍ସାଳୟରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସଙ୍ଗରୋଧ କେନ୍ଦ୍ରକୁ ପଠାଇଥିବା ଜଣାପଡ଼ିଛି। ଏହି ଶ୍ରମିକମାନଙ୍କ ମଧ୍ୟରେ ରହିଥିବା ପ୍ରମୋଦ କୁମାର ରାମଙ୍କ କହିବା ଅନୁସାରେ ବିଗତ ୧୪ ଦିନ ତଳେ ସେମାନେ ବିଜୟୱାଡ଼ା ଛାଡିଥିଲେ।
ଟ୍ରେନ କି ବସ ଯାଆ ଆସ କରୁନଥିବାରୁ ସେମାନେ ରେଳଟ୍ରାକକୁ ସୁରକ୍ଷିତ ମାର୍ଗ ଭାବେ ସେହି ରାସ୍ତାରେ ଚାଲିବା ଆରମ୍ଭ କରିଥିଲେ। ରାସ୍ତାରେ ପୁଲିସ ମାଡ଼ମାରୁଥିବା ଭୟରେ ସେମାନେ ରେଳ ଲାଇନରେ ୧୪ ଦିନରେ ଦୀର୍ଘ ୬୦୦କିଲୋମିଟର ଅତିକ୍ରମ କରିଛନ୍ତି। ଦିନରେ ରେଳ ଧାରଣାରେ ଚାଲୁଥିବା ବେଳେ ଯେଉଁଠି ରାତି ହୋଇଯିବ ସେଠାରେ ଥିବା ଜଙ୍ଗଲରେ ପୁଲିସ ଭୟରେ ରାତି ବିତେଇବାକୁ ପଡ଼ୁଥିଲା। ଏହି ଦିନମାନଙ୍କରେ ସେମାନେ ମିକ୍ସଚର, ବିସ୍କୁଟ ଖାଇ ଜୀବନ ବିତାଇଥିବା ଶ୍ରମିକ ପ୍ରମୋଦ କହିଛନ୍ତି। ତେବେ ଆଜି ଉକ୍ତ ଶ୍ରମିକ ମାନଙ୍କ ସ୍ୱାବ ସଂଗ୍ରହ କରାଯାଇଥିବା ବେଳେ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସଙ୍ଗରୋଧ ଗୃହରେ ରଖାଯାଇଛି। ଏହି ଭଳି ଅନ୍ୟଏକ ଘଟଣା ଆନ୍ଧ୍ରପ୍ରଦେଶ ରାଜ୍ୟ ବିଜୟନଗରମ ଜିଲ୍ଲାରେ କାର୍ଯ୍ୟକରୁଥିବା ରାୟଗଡ଼ା ଜିଲ୍ଲା ବିଷମକଟକ ଅଞ୍ଚଳର ପାଞ୍ଚଜଣ ଶ୍ରମିକ ଚାଲିଚାଲି ଘରକୁ ଫେରୁଥିବା ଦେଖି ରାୟଗଡ଼ା ପୁଲିସ ସେମାନଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ ଯାଞ୍ଚ କଲା ପରେ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଇଥିବା ସୂଚନା ଜଣାପଡ଼ିଛି।