ଡା .ଶ୍ରୀକାନ୍ତ ପଣ୍ଡା : ବିଷୟଟା ଅଡୁଆ ଅଡୁଆ ଲାଗୁଥିବ ନିଶ୍ଚୟ । ହଁ ଆଜ୍ଞା । ଯାହା ଗତକାଲି ପାଇଁ ଅଲୋଡା ବିବେଚିତ ହେଉଥିଲା , ଆଜି ସେଇଟାଏତେ ଦରକାରୀ ହୋଇପଡିଛି ଯେ ,ଟିକିଏ ଭିତରକୁ ଗଲେ ସେ କଥା ଆମର ହୃଦବୋଧ ହୋଇଯିବ । ଏ କଠୋର ସତ୍ୟକୁ ଗ୍ରହଣ କରିବାକୁ ଆମ ମନରେ ଦ୍ୱିଧା ଜନ୍ମିପାରେ , ହେଲେ ଲୋଡା ଅଲୋଡା ର ପ୍ରାସଂଗିତାକୁ ଥରେ ମାନବ ମୂଲ୍ୟବୋଧ ନିକିତିରେ ତଉଲିଲେ ନିଶ୍ଚୟ ଅଲୋଡାର ପଲା ଭାରି ହେବ ।
ପିଲାବେଳେ ସାଙ୍ଗସାଥୀଙ୍କ ଗହଣରେ ସମୟ ବିତେଇବା, ଖେଳକୁଦ କରିବା,ଲୁଚିଛପି ପଡୋଶୀଙ୍କ ଆମ୍ବ ପିଜୁଳିଖାଇବା, ଖରାଦିନରେ ଜହ୍ନ ରାତିରେ ତାଳଗଛ ଚଢି କଅଁଳ ତାଳସଜର ମଜ୍ଜାନେବା- ଏସବୁ ଗାଁ ଗହଳରୁ ଅସିଥିବା ଆମ ସାଙ୍ଗସାଥୀ ଅଙ୍ଗେ ଲିଭେଇଥିବେ । ବର୍ଷାଦିନରେ ବିଲବାଡିରେ ଅଂଧୁଲି,ଖଇଁଚି,ମୁଗୁରା ଆଜିରେ ମାଛଧରା କୌଶଳ ସବୁ ଗାଁ ଲୋକଙ୍କୁ ଜଣା । ଦିନ ଦ୍ୱିପହରେ ଉଦୁଉଦିଆ ଖରାରେ ଗାଁ ମୁଣ୍ଡ ବଡ ପୋଖରୀରେ ଜାଲ ପକେଇ ସମୂହ ମାଛଧରାର ଆନନ୍ଦ ଥରେ ଯିଏ ଦେଖିଛି,ଭୁଲିପାରିବନି ।
ଭାଗବତ ଟୁଙ୍ଗୀ,ବାରମାସରେ ତେର ପର୍ବରେ ଯାନିଯାତ୍ରାର ଆକର୍ଷଣ, ବଣଭୋଜିରୁ ଆରମ୍ଭକରି ବତ୍ରଘର ବାହାଘର ଆଜି ଉସ୍ôବରେ ପଂକ୍ତିଭୋଜନ, ଦିଅଁ ଦେବତାଙ୍କ ସାମନାରେ ଭଜନକୀର୍ତନ,ମେଳା ମଉଚ୍ଚବରେ ବଂଧୁ ମିଳନ,ଅଷ୍ଠପ୍ରହରୀରେ ଗୋଠବାଦ୍ୟ ଶ୍ରବଣ କିମ୍ବା ଆଉ ଟିକିଏ ପଛକୁ ଗଲେ ଚୈତିପର୍ବରେ ନିଆଁ ପାଟ,ଉଡାପର୍ବ, ଗାଁ ଠାକୁରାଣୀଙ୍କୁ ପ୍ôସନ୍ନ କରିବାକୁ ଯାଇ ଦିଆସୀ ଆଗରେ ଝୁଣା ଧୂଆଁ, ଛେନାଦହି ମହୁ ପଣା ସମର୍ପଣ- ସବୁଠାରେ ଗୋଟିଏ କଥାବାରି ହୋପଡୁଥିଲା- ଲୋକଗହଳି,ଜନସମାଗମ । ସେମିତି ରାଜନେତାଙ୍କ ନାରା ଦେବାକୁ ଯାଇ ଅଗଣିତ ଜନତା ଭୁବନେଶ୍ୱର ରାଜନଅର ସାମନାରେ ତମ୍ବୁ ପକେଇ ବେଳେ ବେଳେ ଆମରଣ ଅନଶନ କରୁଥିଲେ । ଯୁଆଡେ ଯାଆନ୍ତୁ –ଡାକ୍ତରଖାନା ,ଥାନା କୋର୍ଟକଚେରୀ – ସବୁଠି ଅଧିକ ରୁ ଅଧିକ ପୋକ ମାଛି ପରି ଜନ ଗହଳି ।
ମୋର ଆପଣଙ୍କୁ କହିବାକଥା.ଯେ କୈାଣସି କାମରେ ଭାଇ ବନ୍ଧୁ କୁଟୁମ୍ବର ପରିଭାଷା ପ୍ରୁସ୍ତୁତି ହେଇଥିଲା । ଏହି ଏକାନ୍ତ ବାସକୁ ପସନ୍ଦ କରୁ ନଥିଲେ । ଏକା ଏକା ରହିବାକୁ ଆଗ୍ରହ ପ୍ରକାଶ କରୁ ନଥିଲେ ବରଂ ଯେ ଗୋଷ୍ଠୀ ରେ ଯୋଗ ନ ଦେଲା ସଭା ସମିତି ନ ଅସିବାକୁ ଅମଙ୍ଗ ହେଉଥିଲା ତାକୁ ଆମେ ଗୋଷ୍ଠୀ ଛଡା ଅସମାଜିକ ପ୍ରାଣୀ ବୋଲି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଆକ୍ଷେପ କରିବାକୁ ଆଗଭର ହୋଇ ବାହାରି ପଡୁଥିଲୁ ।
ପାଠପଢା ଶ୍ରେଣୀଗୃହ କଥା ମନେ ପକାନ୍ତୁ , ଗାଁ ରୁ ସକାଳ ୯ ଟାରୁ ମେଳି ହୋଇ ବାହାରୁଥିଲୁ । ୮ରୁ ୧୦ କିଲୋମିଟର ରାସ୍ତା ଚାଲି ଚାଲି ଗୁଲି ଗପ କରି ଠିକ ସମୟରେ ସ୍କୁଲରେ ପହଁଞ୍ଚି ପ୍ରର୍ଥନା ସଭାରେ ଯୋଗ ଦେଉଥିଲୁ । ଯେଉଁ କେତେଜଣ ଥିଲା ବାଲା ପିଲା ଏକା ଏକା ସାଇକେଲରେ ଯାଉଥିଲେ ସେମାନେ ଅଲଗା ହେଇ ପିଲାଙ୍କ ଠାରୁ ଦୂରେଇ ରହୁଥିଲେ । ସମସ୍ତଙ୍କ ସହିତ ମିଳା ମିଶା କରୁ ନଥିଲେ । କ୍ଲାସରେ ପଡିବା ବେଳେ ସାରଙ୍କ ନୋଟ କୁ ନଦେଇ ନିଜେ ଚୁପଚାପ ପଢି ସେ ଭଲ ନମ୍ବର ରଖୁଥିଲା । ତାକୁ ସାର ସବୁ ଶ୍ରେଣୀ ପିଲା ଅସମାଜିକ ବୋଲି କହୁଥିଲେ ।
ଖେଳ ପିରିୟଡରେ ଯିଏ ପଡିଆକୁ ନଯାଇ ଏକା ଏକା ଶ୍ରେଣୀ ଗୃହରେ ରହି ସମୟ ବିତଊଥିଲା କିମ୍ବା ପାଠ ବହିରେ ମନ ଦେଉଥିଲା ନିଶ୍ଚଙ୍ଗତାକୁ ଉପଭୋଗ କରୁଥିଲା । ତାକୁ ବି ଆମେ ଆସଙ୍ଗତର ଆଖ୍ୟା ଦେଉଥିଲେ । ବିଦ୍ୟାଳୟରେ ବାର୍ଷିକ ଉସ୍ôବରେ ଖେଳ ନାଚ ଗୀତ ପ୍ରତିଯୋଗୀତା ଏ ସବୁରୁ ନିବୃତ ରହି କେବଳ ପାଠ ପଠାରେ ମନ ଦେଇ ପରୀକ୍ଷାରେ ଭଲ କରିବା ପିଲାକୁ ଅନ୍ୟ ପିଲା ଭଲପାଉଥିଲେ ,ନାକ ବି ଟେକୁଥିଲେ । ସେମିତିକା ପିଲା କେତେ ଜଣ ଜୀବନର ପରବର୍ତ୍ତୀ ପର୍ଯ୍ୟାୟରେ ନିଜ କୁ ସମାଜରେ ପ୍ରତିଷ୍ଠିତ କରିପାରିଛନ୍ତି ଏ କଥା ଅବଶ୍ୟ ସମସ୍ତେ ଅନୁଭବ କରିଛନ୍ତି । ସେମାନଙ୍କର “ଏକଲା ଚଲୋ “ ନିଷ୍ପତି ଅନ୍ୟମାନଙ୍କୁ ଯଦିଓ ପିତାଲାଗିଛି ପରିଶେଷରେ ତାଙ୍କର ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।
ଆମେ ଯାହାକୁ ଆଜି ଜଣେ ଦକ୍ଷ ବିଜ୍ଞ ଭେଷଜ ବିଶାରଦ ବୋଲି ଆକ୍ଷା ଦେଉଛୁ । ସେ ଏକାଦିନରେ ହସିଖେଳି ମଉଜ ମଜଲିସ କରି ନିଜକୁ ପ୍ରତିଷ୍ଟା କରିନାହାଁନ୍ତି । ତାଙ୍କ ଡାକ୍ତରୀ ଛାତ୍ର ସମୟରେ ହଷ୍ଟେଲ ରେ ଅନ୍ୟମାନେ ଯେତେବେଳେ ପାଖ ରୁମ ରେ ଗୁଲିଖଡିକରି ଝଗଡା ଝାଣ୍ଟି କରି ହୋ ହାଲା ପାଟିଗୋଳ କରୁଥିଲେ । ପୁରାଣ ଶାସ୍ତ୍ରର ଚାରୋଟି ପର୍ଯ୍ୟାୟର ଜୀବନ ଅତିବାହିତ କରୁଥିଲେ । ବ୍ରହ୍ମଚାର୍ଯ୍ୟ ,ଗ୍ରାହ୍ୟସ୍ଥ ,ବାନପ୍ରୁସ୍ତ ବାର୍ଦ୍ଦକ୍ୟବାନ ପୁସ୍ତକୁ ଛାଡି ଦେଲେ ସବୁଠି ପଂକ୍ତି ଭଜନ ,ଗୋଷ୍ଠୀ ଚଳନୀୟ ଆଦୃତି ଥିଲା । ସମସ୍ତେ ମିଳିମିଶି ହସ ଖୁସିରେ ସମୟ ଅତିବାହିତ କରିବାକୁ ପସନ୍ଦ କରୁଥିଲେ ସହ ଭାଗୀତାର ହାତ ବଢେଇଥିଲେ । ବସୁଧୈବ କୁଟୁମ୍ବକମ ଚିନ୍ତାଧାରାରେ ଅନୁପ୍ରାଣୀତ ହୋଇ ସମାଜରେ ବାନ୍ଧି ହୋଇ ରହିଥିଲେ ।
ଆଜି କିନ୍ତୁ ସମୟର ଡାକରେ ଆମକୁ ଏକା ଏକା ରହିବାକୁ ସିକିବାକୁ ବାଧ୍ୟ କରାଯାଉଛି । ଏଇଟାକୁ ନିସଙ୍ଘ ଜୀବନ କହିଲେ କଷ୍ଟ ହେବ । ବରଂ ଅନ୍ୟଙ୍କ ସଂସ୍ପର୍ଶରେ ନ ଆସି ଅନ୍ତତ ଦର୍ଶନରେ ଆନନ୍ଦ ଲଭିବାକୁ ଗୋଟେ ସୁଯୋଗ ମିଳିଛି ବୋଲି ଆମେ ବିବେଚନା କରିବା । ଏକଥା ସତ ଯେ ଆମକୁ ଅଡୁଆ ଲାଗୁଛି । କାରଣ ଏକା ଚଳିବା ନିଜ କୁ ସମାଜରୁ ଦୂରେଇ ରଖିବା ଏ ସବୁ ଆଗରୁ ଆମେ ଶିକିନଥିଲୁ । ଆବଶ୍ୟକତା ବି ନଥିଲା । ଯଦିଓ ଲାପଟବ ,ମୋବାଇଲ ଆମକୁ ଅନ୍ୟମାନଙ୍କ ଠାରୁ ଅଲଗା ରଖିବାର ଗୋଟେ ଗୋଟେ ମାଧ୍ୟମ ଥିଲା । ଟିକଏ ଫୁରଷତ ମିଳିଲେ ଭୋଜି କ୍ଲବ ,ସେମିନାର ଇତ୍ୟାଦିରେ ଆମ ସଖା ପରିଜନଙ୍କ ଗହଣରେ ନିଜକୁ ହଜାଇ ଦେଇଥିଲୁ । ତେଣୁ ଆଜି ଯେତେବେଳେ ସେସବୁ ସାମାଜିକ ଉସ୍ôବ ମନା, କଷ୍ଟ ହେବା ସ୍ୱଭାବିକ ।
ଆଗରୁ ଯେଉଁମାନେ ଏକା ରହିବା ,ଏକାଚଳିବା ଅସ୍ତିମଜ୍ଜାଗତ କରି ନେଇଛନ୍ତି ସେମାନେ ଆଜି ଅଶାନ୍ତ ହୋଇ ନାହାଁନ୍ତି । ଗତ କାଲି ସେ ପ୍ରକାର ଚଳନି ଆମ ପାଇଁ ଅଲୋଡା ଥିଲା । ଆଜି କିନ୍ତୁ ଆମେ ଅନୁଭବ କରୁଛୁ “ହଁ” ସମୟରେ ପଡିଲେ ଆମକୁ ବି ଏକାନ୍ତ ବାସକୁ ଆପଣେଇବାକୁ ହେବ । ସେଥିପାଇଁ କାଲି ଯାହା ଅଲୋଡା ଥିଲା ତାହା ଆଜି୍ି ପାଇଁ ତାହା ଅପରିହାର୍ଯ୍ୟ ହୋଇ ପଡିଛି । ସେତେବେଳେ ସେ ଦିନର ୨୪ ଘଣ୍ଟାରୁ ୧୮ ଘଣ୍ଟା ପରିଶ୍ରମ କରି କବାଟ କିଳି ପାଠ ପଢି ଏକାନ୍ତ ବାସରେ ବିଦ୍ୟାକୁ ଆୟତ କରିଥିଲେ । ସେତେବେଳେ ହୁଏତ ହଷ୍ଟେଲ ରେ ଅନ୍ୟମାନେ ତାଙ୍କୁ ଏକ ଘରିଆ ଦେଖୁଥିଲେ । ଅନ୍ୟମାନଙ୍କ ପାଇଁ ସେ ଅଲୋଡା ଥିଲେ । ହେଲେ ତାଙ୍କର ସେହି ଅଦମ୍ୟ ଅଧବସାୟ ଆଜି ସମାଜର କେତେ ବା କାମରେ ନ ଲାଗୁଛି ।
ମୋଟ ଉପରେ ଆଜି ମୋର ସେହି ଦୋହରେଇବା କଥା କାଲି ଏହି ନିସଙ୍ଗ ଗୋଷ୍ଠୀ ଅର୍ଥାତ ଯେଉଁମାନେ ଏକା ଏକା ନିଜକୁ ରହିବାକୁ ଭଲପାଉଥିଲେ ଅନ୍ୟମାନଙ୍କ ହାନି ଲାଭରେ ଭାଗୀଦାରୀ ହେଉ ନଥିଲେ । ସେମାନଙ୍କୁ ଆମେ ଏକଘରିଆ କରିଦେଉଥିଲୁ । ଅସାମାଜିକ କହି ନାକ ଟେକୁଥିଲୁ । ବେଳେ ବେଳେ ସ୍ୱାର୍ଥପରର ଆଖ୍ୟା ଦେଉଥିଲୁ ।
ଆଜିର କରୋନା ଦିନରେ ବିଡମ୍ବନା ଏତିକି ଯେ ସମସ୍ତେ ଏକା ଏକା ରହିବାର ଆବଶ୍ୟକତା ଅନୁଭବ କରୁଛନ୍ତି । “ଏକା କି ଭକତ ଜୀବନ” ଏଇଟା ବାଧ୍ୟତା ମୂଳକ ହୋଇ ଯାଇଛି । ଏକା ନ ହେଲେ ଉପାୟ ନାହିଁ । ଏକମାତ୍ର ରକ୍ଷା କବଚ ନିଜକୁ ଅନ୍ୟଠାରୁ ଦୂରେଇ ରଖିବା । ଗୋଷ୍ଠୀ କଥା ତ ବହୁତ ଦୂର ଦୁଇଜଣ ଥିଲେ ବି ନିଜ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ନିଜ ପାଇଁ ପରିବାର ପାଇଁ ସାରା ମଣିଷ ସମାଜ ପାଇଁ ଅପରିହାର୍ଯ୍ୟ ହୋଇପଡିଛି ।
ଗତ କାଲି ଏକା ରହିଲେ ଲୋକେ ଆମକୁ ଅସାମାଜିକ ପ୍ରାଣୀ କହୁଥିଲେ । ଯିଏ ଲୋକ କୁହା କୁ ଭୃକ୍ଷେପ ନ କରି ଏକା ଏକା ଚଳିବା ସମୟ ବିତାଇବା ଆଗରୁ ଶିଖିଚି ସେ ଏବେ ସହଜରେ କାଲିର ଏକାନ୍ତ ବାସ ଆହ୍ୱାନ କୁ ସାମ୍ନା କରିପାରୁଛି । ଆଉ ସାମାଜିକ ପ୍ରାଣୀ ହିସାବରେ ସକାଳ ହେଲେ ଯେଉଁମାନେ ଘରୁ ବାହାରିଯାଉଥିଲେ ଯେଉଁମାନଙ୍କର ଖାଇବା ପିଇବା ଶୋଇବାରେ ସ୍ଥାନ କାଳ ପାତ୍ର ର ବାଛ ବିଚାର ନଥିଲା ସେମାନେ ଆଜି ଘରେ ବନ୍ଦି ହୋଇ ଛଟପଠ ହେଉଛନ୍ତି । ବିରୋଧାବାସ ପ୍ରଦର୍ଶନ କରୁଛନ୍ତି ଏକଥା ସମସ୍ତେ ଜାଣୁଛନ୍ତି , ଶୁଣୁଛନ୍ତି ହେଲେ ଉପାୟ ନାହିଁ । ଭିନ୍ନ ପନ୍ଥା ଆପଣାଇଲେ ବିପଦ ହିଁ ବିପଦ ।
