ଶ୍ରୀନଗର: ପୁରୁଣା ଶ୍ରୀନଗରର କୌଦାରା ଅଞ୍ଚଳରେ ମୁତୟନ ହୋଇଥିବା ସିଆର୍ପିଏଫ୍ ଦଳ ଉପରେ ଶନିବାର ଦିନ ସନ୍ଦିଗ୍ଧ ଆତଙ୍କବାଦୀମାନେ ଗ୍ରେନେଡ୍ ଆକ୍ରମଣ କରିଥିବା ଖବର ମିଳିଛି।
ଗୋଟାଏ ଟ୍ରାନ୍ସ୍ଫର୍ମର୍ ନିକଟରେ ଗ୍ରେନେଡ୍ଟି ଫୁଟିଥିଲା। ଏହି ବିସ୍ଫୋରଣରେ କେହି ମୃତାହତ ହୋଇ ନ ଥିବା କୁହାଯାଉଛି।
ସମ୍ପୃକ୍ତ ଅଞ୍ଚଳକୁ କର୍ଡନ୍ କରାଯାଇ ତଲାସ ଅଭିଯାନ ଆରମ୍ଭ ହୋଇଛି। ଆତଙ୍କବାଦୀ ବୋଲି ବିଶ୍ୱାସ କରାଯାଉଥିବା ଗ୍ରେନେଡ୍ ନିକ୍ଷେପକାରୀଙ୍କୁ ଧରିବାକୁ ଉଦ୍ୟମ ଚାଲିଛି।