ଦୀର୍ଘ ସମୟରୁ ମୁସ୍ଲିମ ବହୁଳ କ୍ଷେତ୍ର ଭାବରେ ଜଣାଶୁଣା ଥିବା କାଶ୍ମୀର କେବେ ଗୋଟିଏ ହଇନୁ ରାଜ୍ୟ ଥିଲା, ପୁଣି ଗୋଟିଏ ଏଭଳି ସମୟ ଆସିଲା ଯାହାକି ସବୁକିଛି ବଦଳାଇ ଦେଇଥିଲା, ବ୍ରାହ୍ମଣ ମାନେ ମଧ୍ୟ ଧର୍ମ ପରିବର୍ତ୍ତନ କରି ଇସ୍ଲାମ ଆପଣାଇ ନେଇଥିଲେ, କାଶ୍ମୀର ର ଶ୍ରୀନଗର ରେ ମଧ୍ୟ ଏଭଳି ଗୋଟିଏ ମନ୍ଦିର ରହିଛି ଯାହା ସନାତନ ଧର୍ମର ଗୁରୁ ଆଦି ଶଙ୍କରାଚାର୍ଯ୍ୟ ଙ୍କୁ ସମର୍ପିତ ଅଟେ, କିନ୍ତୁ ଏଠାକାର ମୁସଲମାନ ଏହାକୁ ‘ ହଜରତ ସୁଲେମାନ ଙ୍କ ତଖତ ‘ ଭାବରେ ଗ୍ରହଣ କରନ୍ତି l ଆସନ୍ତୁ ଜାଣିବା ଏହା ପଛର କାହାଣୀ l
ଆଦି ଶଙ୍କରାଚାର୍ଯ୍ୟ ଭାରତ ରେ ହିନ୍ଦୁ ଧର୍ମର ପୁନର୍ଜୀବିତ କରିବା ପାଇଁ ଜଣାଶୁଣା, ସେ ଜଗତଗୁରୁ ଭାବରେ ଜଣାଶୁଣା, କାହିଁକିନା ଭାରତର କୋଣ ଅନୁକୋଣ ରେ ସନାତନ ଧର୍ମର ପୁନର୍ଜୀବିତ କରିବାରେ ତାଙ୍କର ବଡ଼ ଯୋଗଦାନ ରହିଛି, ଏହି ସମୟରେ ସେ କାଶ୍ମୀର ମଧ୍ୟ ଯାଇଥିଲେ, ଯାହାକି ସେହି ସମୟରେ ଆଧ୍ୟାତ୍ମିକ ଓ ଧାର୍ମିକ ର ମୁଖ୍ୟ କେନ୍ଦ୍ରବିନ୍ଦୁ ଥିଲା, ଏଠାକାର ପର୍ବତ ମାଳା ରେ ପାହାଡ଼ ଉପରେ ଗୋଟିଏ ଶିବ ମନ୍ଦିର ରହିଛି, ଏଠାରେ ଶଙ୍କରାଚାର୍ଯ୍ୟ ତପସ୍ୟା କରିଥିଲେ l ଏବଂ ମନ୍ଦିର ପୂର୍ବରୁ ଜ୍ୟେଷ୍ଟେସ୍ୱର ମନ୍ଦିର ଥିଲା, ଯେତେବେଳେ ଏଠାରେ ଶଙ୍କରାଚାର୍ଯ୍ୟ ତପସ୍ୟା କରିବା ଆରମ୍ଭ କଲେ ସେଠାକାର ବିଦ୍ୱାନ ଓ ପଣ୍ଡିତ ମାନେ ଏହାର ନାମ ଶଙ୍କରାଚାର୍ଯ୍ୟ ମନ୍ଦିର କରିଦେଲେ l
କାହିଁକି ମୁସଲମାନ ଏହାକୁ କୁହନ୍ତି ‘ ତଖତ ଏ ସୁଲେମାନ ‘
ହିନ୍ଦୁ ଧର୍ମର ଲୋକଙ୍କ ପାଇଁ ଏହା ଶଙ୍କରାଚାର୍ଯ୍ୟ ଙ୍କ ତପ ସ୍ଥଳ ହୋଇପାରେ କିନ୍ତୁ ମୁସଲମାନ ଙ୍କ ପାଇଁ ଏହି ସ୍ଥାନ ‘ ତଖତ ଏ ସୁଲେମାନ ‘ l ମୁସଲମାନ ଙ୍କ ଲୋକକଥା ଅନୁସାରେ ଏକଦା ସୁଲେମାନ ପବନ ରେ ଉଡି ଉଡି କାଶ୍ମୀର ଆସିଥିଲେ, ଏବଂ ଏହି ପାହାଡ଼ ଉପରେ ଓଲ୍ହାଇ ଥିଲେ ତେଣୁ ଏହାକୁ ‘ ତଖତ ଏ ସୁଲେମାନ ‘ କୁହାଯାଏ l