Odisha news

କରୋନା ଭୂତାଣୁ ରୋଗ (କୋଭିଡ୍‍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍‍ଚୀ ଆଜି ଅପରାର୍ହ୍ନ ରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା ,ଲୋକଙ୍କ କଲ୍ୟାଣ ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍‍ ଘୋଷଣା କରିଛନ୍ତିା

0

 କୋଭିଡ୍‍-୧୯ ସାରା ବିଶ୍ୱ ପାଇଁ ଏକ ସଙ୍କଟ ଭାବରେ ଦେଖାଦେବା ଓ ଏଥିରେ ଗରିବ ଲୋକଙ୍କ ଜୀବନଜୀବିକା ବିଶେଷ ଭାବରେ ପ୍ରଭାବିତ ହୋଇଥିବା ଦୃଷ୍ଟିରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗରିବ ଲୋକଙ୍କ କଲ୍ୟାଣ ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍‍ ଘୋଷଣା କରିଛନ୍ତିା ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ତିନିମାସର ରାସନ୍‍ ଆଗୁଆ ଦେବୋ ସମସ୍ତ ୯୪ ଲକ୍ଷ ପରିବାରଙ୍କୁ ୧୦୦୦ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବା ଏଥିରେ ୯୪୦ କୋଟି ଟଙ୍କା ଖର୍ଚ୍ଚ ହେବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ୪୮ ଲକ୍ଷ ହିତାଧିକାରୀଙ୍କୁ ଆଗୁଆ ଚାରିମାସର ଭତ୍ତା ଦିଆଯିବ ଓ ଏଥିରେ ୯୩୨ କୋଟି ଟଙ୍କା ଖର୍ଚ୍ଚ ହେବା ସେହିପରି ୨୨ ଲକ୍ଷ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ରାଜ୍ୟ ସରକାର ୧୫୦୦ ଟଙ୍କା ଲେଖାଏଁ ସହାୟତା ଯୋଗାଇଦେବୋ ଏଥିରେ ୩୩୦ କୋଟି ଟଙ୍କା ଖର୍ଚ୍ଚ ହେବା
 ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ରାଜ୍ୟରେ ଅଟକି ରହିଥିବା ଓଡ଼ିଆମାନଙ୍କୁ ଆବଶ୍ୟକୀୟ ଖାଦ୍ୟପେୟ ଏବଂ ଔଷଧପତ୍ର ଇତ୍ୟାଦି ଯୋଗାଇ ଦେବାକୁ ଅନୁରୋଧ କରିଥିଲୋ ଏହସବୁ ରାଜ୍ୟରେ ଥିବା ଓଡ଼ିଆ ସଂଗଠନଗୁଡ଼ିକୁ ସମସ୍ତ ଓଡ଼ିଆ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ଅନୁରୋଧ କରିଛନ୍ତିା ଏଥି ପାଇଁ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପା=ିରୁ ଭରଣା କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତିା
 କୋଭିଡ୍‍-୧୯କୁ ରାଜ୍ୟ ସରକାର ବିପର୍ଯ୍ୟୟ ଘୋଷଣା କରିଛନ୍ତିା ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନୁସାରେ ରାଜ୍ୟର ସମସ୍ତ କର୍ତ୍ତୃପକ୍ଷଙ୍କୁ ଏହାର ଆବଶ୍ୟକୀୟ ପରିଚାଳନା ପାଇଁ ନିର୍ଦ୍ଦେଶ ଦିଆଯାଇଛିା
 ବିଭିନ୍ନ ରାଜ୍ୟରୁ ଓଡ଼ିଶାରେ ପହଞ୍ଚିଥିବା ପ୍ରାୟ ୫୫୪୭ ଶ୍ରମଜୀବୀଙ୍କ ପାଇଁ ଲକ୍‍ ଡାଉନ୍‍ ସମୟରେ ୩୬ଟି ଶିବିରରେ ଖାଦ୍ୟପେୟ ଓ ରହଣି ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛିା ଏହି ଶ୍ରମଜୀବୀମାନେ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ରାଜସ୍ଥାନ, କେରଳ, ତେଲେଙ୍ଗାନା, ପଞ୍ଜାବ, ଦିଲ୍ଲୀ, ହରିୟାଣା, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶରୁ ଆସିଛନ୍ତିା
 କୋଭିଡ୍‍-୧୯ ଅସାଧାରଣ ପରିସ୍ଥିତିରେ ରାଜ୍ୟର ଗଣମାଧ୍ୟମ ଅତ୍ୟନ୍ତ ନିଷ୍ଠା ଓ ଦକ୍ଷତାର ସହ ଦାୟିତ୍ୱ ନିର୍ବାହ କରୁଛନ୍ତି ଏବଂ କଠିନ ପରିଶ୍ରମ କରି ଜନସାଧାରଣଙ୍କ ନିକଟରେ ସମସ୍ତ ସମ୍ବାଦକୁ ସଠିକ୍‍ ଭାବରେ ପରିବେଷଣ କରି ନିଜର ଗୁରୁଦାୟିତ୍ୱ ନିର୍ବାହ କରୁଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ
ଶ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମର ଏହି ସହଯୋଗକୁ ପ୍ରଶଂସା କରିବା ସହ ସେମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତିା
ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
 ଆଜି ଦିନ ୧ଟା ସୁଦ୍ଧା ଓଡ଼ିଶାରେ ୨୫୬ଟି ନମୁନା କୋଭିଡ୍‍-୧୯ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ୧୮୯ ନମୁନାର ରିପୋର୍ଟ ହସ୍ତଗତ ହୋଇଛିା ଏହି ରିପୋର୍ଟ ଅନୁଯାୟୀ ଆଉ ଜଣେ କୋଭିଡ୍‍ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତିା ବର୍ତ୍ତମାନ ସୁଦ୍ଧା ସମୁଦାୟ ୩ଟି ପଜିଟିଭ୍‍ ଚିହ୍ନଟ ହୋଇଛନ୍ତିା
 ଓଡ଼ିଶାରେ ପୂର୍ବରୁ ସଂକ୍ରମଣ ଚିହ୍ନଟ ହୋଇଥିବା ୨ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିିର ଅଛିା ଉଭୟ ହସ୍‍ପିଟାଲ୍‍ରେ ଦିଆ ଯାଉଥିବା ଖାଦ୍ୟ ଖାଉଛନ୍ତିା ତୃତୀୟ ପଜିଟିଭ୍‍ ଙ୍କର ଗତକାଲି କୋଭିଡ୍‍-୧୯ ଲକ୍ଷଣ ଦେଖାଦେଇଛି ଏବଂ ସେ ଚିକିତ୍ସାଧୀନ ଅଛନ୍ତିା ସେ ମଧ୍ୟ ସାଧାରଣ ଖାଦ୍ୟ ଖାଉଛନ୍ତିା
 ପ୍ରଥମ ୨ ପଜିଟିଭ୍‍ଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୫୫ ଜଣ ଆସିଥିବା ତଥ୍ୟ ମିଳିଛିା ସମସ୍ତଙ୍କ ସହ ଯୋଗାଯୋଗ ହୋଇସାରିଛିା ତୃତୀୟ ଜଣଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଠାବ କରାଯାଉଛିା
 ଭୁବନେଶ୍ୱରରେ ୧୦ଟି ମନିଟରିଂ ଟିମ୍‍ ସମେତ ସାରା ରାଜ୍ୟରେ ୧୦୦ଟି ମନିଟରିଂ ଟିମ୍‍ ଏଥିପାଇଁ କାର୍ଯ୍ୟ କରୁଛନ୍ତିା
 ବର୍ତ୍ତମାନ ସୁଦ୍ଧା ୪୪୯୫ ଜଣ ୧୦୪ ହେଲ୍‍ପ ଲାଇନ୍‍ ଏବଂ ପୋର୍ଟାଲ୍‍ ଜରିଆରେ ପଞ୍ଜୀକରଣ
କରିଛନ୍ତିା
 କୋଭିଡ୍‍-୧୯ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୩୭ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେସନ୍‍ରେ ରଖାଯାଇଛିା

Leave A Reply