Odisha news

୩୩ ବର୍ଷ ପରେ ପୁଣିଥରେ ‘ରାମାୟଣ’

0

 

ପୂରା ଦେଶରେ ଲକ୍‌ଡାଉନ୍‌ ସ୍ଥିତି । ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରାଯାଉଛି। ଲୋକଙ୍କ ମନୋରଞ୍ଜନ ତଥା ଦର୍ଶକଙ୍କ ଦାବିକୁ ଦୃଷ୍ଟିରେ ରଖି ୩୩ ବର୍ଷ ପରେ ଦୂରଦର୍ଶନରେ ପୁଣିଥରେ ‘ରାମାୟାଣ’ ମାର୍ଚ୍ଚ ୨୮ ତାରିଖରୁ ପ୍ରସାରିତ ହେବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର୍‌ ଟ୍ୱିଟ୍‌ କରି ଜଣାଇଛନ୍ତି । ଶନିବାର ସକାଳ ୯ଟାରେ ପ୍ରଥମ ଏପିସୋଡ୍‌ ଓ ରାତି ୯ଟାରେ ଦ୍ୱିତୀୟ ଏପିସୋଡ୍‌ ପ୍ରସାରିତ ହେବ । ୧୯୮୭ ଜାନୁଆରୀ ୨୫ରେ ଦୂରଦର୍ଶନରେ ପ୍ରଥମଥର ପାଇଁ ରାମାନନ୍ଦ ସାଗରଙ୍କ ରାମାୟଣ ପ୍ରସାରଣ ଆରମ୍ଭ ହୋଇଥିଲା ଓ ଶେଷ ଏପିସୋଡ୍‌ ୧୯୮୮ଜୁଲାଇ ୩୧ରେ ଦେଖିବାକୁ ମିଳିଥିଲା । ସେ ସମୟରେ ରାମାୟଣ ଥିଲା ସୁପର୍‌ହିଟ୍‌ ଶୋ’ । ପ୍ରତି ରବିବାର ସକାଳବେଳା ଏହାର ପ୍ରସାରଣ
ହେଉଥିଲା । ଏହି ମହାନ କୃତି ଦେଖିବା ପାଇଁ ଲୋକେ ଏତେ ବ୍ୟାକୁଳ ଥିଲେ ଯେ ଟେଲିକାଷ୍ଟ ବେଳେ ରାସ୍ତାଘାଟ କର୍ଫୁ୍ୟ ବା ଲକ୍‌ଡାଉନ୍‌ ଭଳି ଶୂନ୍‌ଶାନ୍‌ ହୋଇଯାଉଥିଲା ।

Leave A Reply