ବାରିପଦା, (ସବୁ୍ୟ) : ଲକ୍ଡାଉନ୍ ମଧ୍ୟରାତ୍ରରୁ ହୋଇଥିବା ଚୋରୀ ଘଟଣାର ପର୍ଦ୍ଦାଫାଶ । ବାରିପଦା ସହରର ଶୁନଗଡିଆ ଅଞ୍ଚଳ ଦୁର୍ଦ୍ଦାନ୍ତ ଅପରାଧୀ ଭାବେ ପରିଚିତ ଆକାଶ ମୁଖୀ(୨୦) ଓରଫ୍ ବାଦଲଙ୍କୁ ବାରିପଦା ଟାଉନ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଆକାଶ ବିଭିନ୍ନ ସମୟରେ ବିଭିନ୍ନ ଚୋରି ମାମଲା ସହ ଅପରାଧ ମାମଲାରେ ଜଡିତ ଥିବାବେଳେ ୨୫ତାରିଖ ସହରରେ ଚୋରି କରିଥିବା ନେଇ ବାରିପଦା ଟାଉନଥାନରେ ୧୭୯/୨୦ ମାମାଲ ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଥିଲା । ପୋଲିସ ଉକ୍ତ ଚୋରି ଘଟଣାର ତଦନ୍ତ କରି ଆକାଶଙ୍କୁ ଗିରଫ କରି ଏକ ଏଲସିଡି ଜବତ କରିଥିଲେ । ପୂର୍ବରୁ ଆକାଶଙ୍କ ନାମରେ ବାରିପଦା ଟାଉନଥାନାରେ ୯ଗୋଟି ମାମଲା ରୁଜୁ ହୋଇଥିବା ପୋଲିସ ସୁତ୍ରରୁ ପ୍ରକାଶ ।