Odisha news

କରୋନା ଭୂତାଣୁ ରୋଗ (କୋଭିଡ୍‍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା

0

ଭୁବନେଶ୍ୱର :୧୬ ମଇ,୨୦୨୦ :  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟ ସରକାର ଲକ୍‍ ଡାଉନ୍‍ ସମୟରେ ଓଡ଼ିଶାରେ ଅଟକି ରହିଥିବା ଅତିଥି ଶ୍ରମିକଙ୍କୁ ନିଜ ଲୋକ ପରି ସେବା ଓ ଯନି ଯୋଗାଇ ଦେଉଛନ୍ତିା ସେମାନଙ୍କ ରହିବା ପାଇଁ ସୁବନ୍ଦୋବସ୍ତ କରିବା ସହିତ ସ୍ୱାସ୍ଥ୍ୟ ପରୀକ୍ଷା, ଖାଦ୍ୟପେୟ ଓ ସୁରକ୍ଷିତ ଭାବେ ନିଜ ଅଞ୍ଚଳକୁ ପହଞ୍ଚାଇବା ପାଇଁ ବସ୍‍ର ସୁବ୍ୟବସ୍ଥା କରାଯାଇଛିା

 ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛିା ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ୪ଟି ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁରରେ ସମୁଦ୍ର କୂଳଠାରୁ ୩ କିଲୋମିଟର ମଧ୍ୟରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ଫଳରେ କେନ୍ଦ୍ରରେ ରହୁଥିବା ପ୍ରବାସୀ ଶ୍ରମିକ ସୁରକ୍ଷିତ ସ୍ଥାନରେ ରହିପାରିବୋ ଏହି ସବୁ ଜିଲ୍ଲାମାନଙ୍କରେ ଥିବା ହସ୍‍ପିଟାଲ୍‍ରେ ପର୍ଯ୍ୟାପ୍ତ ପରିମାଣର ଡିଜେଲ୍‍, ଜେନେରେଟର, ଔଷଧ ସାମଗ୍ରୀ, ସାପକାମୁଡା ଔଷଧ, ବ୍ଲିଚିଂ ପାଉଡର ମହଜୁଦ ଅଛିା ପରିସ୍ଥିତି ଉପରେ ଦୃଷ୍ଟି ରଖିବା ନିମନ୍ତେ ସ୍ୱତନ୍ତ୍ର ମେଡିକାଲ୍‍ ଦଳ ଗଠନ କରାଯାଇଛିା

 କୋଭିଡ୍‍-୧୯ ଅସାଧାରଣ ପରିସ୍ଥିତିରେ କ୍ଲାସ୍‍ ବନ୍ଦ ରହିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ୨୦୧୯-୨୦ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ବିଦ୍ୟାର୍ଥୀମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛିା

 ଯେଉଁ ବିଦ୍ୟାଳୟଗୁଡ଼ିକରେ ନବମ ଶ୍ରେଣୀର କେତେକ ବିଷୟରେ ବାର୍ଷିକ ପରୀକ୍ଷା ଶେଷ ହୋଇଯାଇଛି, ସେ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ରଖିଥିବା ନମ୍ବର, ଯେଉଁ ବିଷୟରେ ପରୀକ୍ଷା ହୋଇନାହିଁ, ସେ କ୍ଷେତ୍ରରେ ଷାଣ୍ମାସିକ ପରୀକ୍ଷାରେ ରଖିଥିବା ନମ୍ବରକୁ ବିଚାରକୁ ନେଇ ସେମାନଙ୍କୁ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବା କିନ୍ତୁ ଯେଉଁ ଛାତ୍ରଛାତ୍ରୀମାନେ କୌଣସି ଯଥାର୍ଥ କାରଣ ବଶତଃ ଷାଣ୍ମାସିକ ପରୀକ୍ଷା ଦେଇପାରି ନାହାନ୍ତି ସେ କ୍ଷେତ୍ରରେ ସେମାନେ ସେହି ବର୍ଷ ପୂର୍ବରୁ ଦେଇଥିବାୟୁନିଟ୍‍ ଟେଷ୍ଟ ପରୀକ୍ଷାର ନମ୍ବରକୁ ବିଚାରକୁ ନେଇ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବୋ

 ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସହ ଅନୁବନ୍ଧିତ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକାଦଶ ଶ୍ରେଣୀରେ ଦେଇଥିବା ଷାଣ୍ମାସିକ ପରୀକ୍ଷା ବାୟୁନିଟ୍‍ ଟେଷ୍ଟର ନମ୍ବରକୁ ବିଚାରକୁ ନିଆଯାଇ ଦ୍ୱାଦଶ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବୋ ଯଦି କୌଣସି କାରଣରୁ ଛାତ୍ର ବା ଛାତ୍ରୀ ଷାଣ୍ମାସିକ ବା କୌଣସି ଗୋଟିଏ ବିୟୁନିଟ୍‍ ପରୀକ୍ଷା ସେହି ବର୍ଷ ମଧ୍ୟରେ ଦେଇପାରିନାହାନ୍ତି, ସେ କ୍ଷେତ୍ରରେ ବିଦ୍ୟାଳୟ ଖୋଲିଲେ ସେମାନେ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ପାଇଁ ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବା

 ରାଜ୍ୟ ସରକାରଙ୍କ ଦ୍ୱାରା ହୋମ୍‍ କ୍ୱାରାଣ୍ଟାଇନ୍‍ ଅବଧିକୁ ୧୪ରୁ ୨୮ ଦିନକୁ ବୃଦ୍ଧି କରାଯାଇଛିା ଯେଉଁମାନେ ବିମାନ ଓ ରେଳ ଏବଂ ଅନ୍ୟାନ୍ୟ ମାଧ୍ୟମରେ ଓଡ଼ିଶାକୁ ଫେରୁଛନ୍ତି ସେମାନଙ୍କ ନିମନ୍ତେ ୨୮ ଦିନ ହୋମ୍‍ କ୍ୱାରାଣ୍ଟାଇନ୍‍ରେ ରହିବା ବାଧ୍ୟତାମୂଳକ କରାଯାଇଛିା ସହରାଞ୍ଚଳ ହୋମ୍‍ କ୍ୱାରାଣ୍ଟାଇନ୍‍ ସଂପର୍କିତ ମାର୍ଗଦର୍ଶିକା ସରକାରଙ୍କ ପକ୍ଷରୁ ଜାରି କରାଯାଇଛିା

 ଘରେ ସ୍ୱତନ୍ତ୍ର ଶୌଚାଳୟ ସଲଗ୍ନ ଥିବା କକ୍ଷ ଥିଲେ ହିଁ ଜଣେ ବ୍ୟକ୍ତି ହୋମ୍‍ କ୍ୱାରାଣ୍ଟାଇନ୍‍ରେ ରହିପାରିବା ସଂପୃକ୍ତ ବ୍ୟକ୍ତିଙ୍କ ସହ ତାଙ୍କର ସଂପୂର୍ଣ୍ଣ ପରିବାର ମଧ୍ୟ ଏହି ଅବଧି ପାଇଁ କ୍ୱାରାଣ୍ଟାଇନ୍‍ରେ ରହିବୋ ସଂପୃକ୍ତ ବ୍ୟକ୍ତିଙ୍କ ଗୃହ ସମ୍ମୁଖରେ କ୍ୱାରାଣ୍ଟାଇନ୍‍ ଷ୍ଟିକର ଲଗାଯିବା ପଡ଼ୋଶୀମାନଙ୍କୁ ମଧ୍ୟ ଅବଗତ କରାଯିବା ସେମାନେ ଉକ୍ତ ଗୃହର ବାସିନ୍ଦାମାନଙ୍କ ଉପରେ ନଜର ରଖିବୋ ଯଦି ଏହି କ୍ୱାରାଣ୍ଟାଇନ୍‍ ପରିବାର ସରକାରଙ୍କ ପ୍ରୋଟୋକଲ୍‍ ଅନୁପାଳନ ନକରନ୍ତି, ତେବେ ସ୍ଥାନୀୟ ପଡ଼ୋଶୀମାନେ ତୁରନ୍ତ ସ୍ଥାନୀୟ ଓ୍ୱାର୍ଡ ଅଫିସର/ପୋଲିସ୍‍କୁ ସୂଚନା ଦେବୋ

 ରୋଗ ନିରୀକ୍ଷଣ ଦଳ ପକ୍ଷରୁ ପ୍ରତ୍ୟେକ କ୍ୱାରାଣ୍ଟାଇନ୍‍ ପରିବାରର ସ୍ୱାସ୍ଥ୍ୟ ଉପରେ ଦୃଷ୍ଟି ରଖାଯିବା ଯଦି ସଂପୃକ୍ତ ପରିବାର ପକ୍ଷରୁ ରାସନ୍‍, ଔଷଧ, ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇବାର ଅସୁବିଧା ସୃଷ୍ଟି ହୁଏା ସେ କ୍ଷେତ୍ରରେ ପଡ଼ୋଶୀମାନେ ସହାୟତା କରିବୋ କ୍ୱାରାଣ୍ଟାଇନ୍‍ ପରିବାର ଅନ୍‍ଲାଇନ୍‍ରେ ମଧ୍ୟ ଆବଶ୍ୟକୀୟ ସାମଗ୍ରୀ ମଗାଇ ପାରିବୋ

 ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତିା ଆଜି ୧୭,୮୫୫ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତିା ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୧,୩୩,୨୪୫ ଜଣ ଫେରିଛନ୍ତିା ସେମାନେ ବସ୍‍, ଟ୍ରେନ୍‍ ଓ ଅନ୍ୟ ଯାନବାହନରେ ଆସିଛନ୍ତିା

 କୋଭିଡ୍‍-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‍ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୫,୦୪୩ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛିା ଏଥିରେ ମୋଟ ୬,୬୬,୯୧୫ଶଯ୍ୟାର ବ୍ୟବସ୍ଥା କରାଯାଇଛିା

 ଆଜି ରାଜ୍ୟର ୪୭୩୧ ଗ୍ରାମ ପଞ୍ଚାୟତରେ ୩,୨୭,୪୫୮ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୧୪ ଟି ପୌରାଞ୍ଚଳରେ ୩୦,୨୯୩ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା

 ରାଜ୍ୟରେ କୋଭିଡ୍‍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୧୫ରୁ ମଇ ୧୬ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୪ଟି ମାମଲା ଦାୟର କରାଯାଇଛିା ସେଥିରୁ ୯ଟି ମାମଲା ଲକ୍‍ ଡାଉନ୍‍ ସଂପର୍କିତ ହୋଇଥିବାବେଳେ ୩ଟି ହୋମ୍‍ କ୍ୱାରାଣ୍ଟାଇନ୍‍ ଉଲ୍ଲଂଘନ ପାଇଁ ଏବଂ ୨ଟି ଗୁଜବ ପ୍ରଚାର ପାଇଁ ଅଟୋ ବିଭିନ୍ନ ଅଭିଯୋଗରେ ୫୫ ଜଣଙ୍କୁ ଗିରଫ କରାଯାଇଛି ।

ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୮୬,୧୪୦ଟି ନମୁନା କୋଭିଡ୍‍-୧୯ ପରୀକ୍ଷା କରାଯାଇଛିା
 ବର୍ତ୍ତମାନ ସୁଦ୍ଧା ସମୁଦାୟ ୭୩୭ ଜଣ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତିା
 ୧୯୬ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତିା
୩ ଜଣ କୋଭିଡ୍‍-୧୯ ରୋଗୀଙ୍କର ମୃତୁ୍ୟ ହୋଇଛିା
 ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୫୩୮ ରହିଛିା
୭୧୮ ଜଣ ହସ୍‍ପିଟାଲ୍‍ ଆଇସୋଲେସନ୍‍ରେ ଅଛନ୍ତିା
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୫ ଜଣ କୋଭିଡ-୧୯ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତିା ସେମାନଙ୍କ ମଧ୍ୟରେ ୬୨ ଜଣ କ୍ୱାରାଣ୍ଟାଇନ୍‍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୩ ଜଣ ହୋମ୍‍ କ୍ୱାରାଣ୍ଟାଇନ୍‍ରୁ ଚିହ୍ନଟ ହୋଇଛନ୍ତି ।

Leave A Reply