ନୂଆଦିଲ୍ଲୀ : ଲଣ୍ଡନ ରେ ଜଣେ ବ୍ୟକ୍ତିଙ୍କ ଭାଗ୍ୟ ବଦଳାଇ ଦେଇଛି ୯୦ ପଇସା ର ଚାମଚ୍ । ରାସ୍ତା କଡ଼ରେ ବିକ୍ରି ହୋଇଥିବା ଗୋଟିଏ ଚାମଚ୍ ର ମୂଲ୍ୟ ୧୨ ଗୁଣ ଅଧିକ ମୂଲ୍ୟରେ ନିଲାମ ହୋଇଥିଲା ଓ ବ୍ୟକ୍ତି ଜଣଙ୍କ ଲକ୍ଷ ପତି ହୋଇଥିଲା ।
ଉକ୍ତ ବ୍ୟକ୍ତି ୯୦ ପଇସାରେ ଚମଚଟି କିଣି ଥିଲେ । ସେ ଭାବିଥିଲେ ଏହା ଏକ ପ୍ରାଚୀନ ମୂଲ୍ୟବାନ ବସ୍ତୁ ଅଟେ । ପରେ ସେ ଗୋଟିଏ ନିଲାମୀ ସଂସ୍ଥା ସହିତ ରେଜିଷ୍ଟ୍ରେସନ୍ କରାଇ ଥିଲେ । ଏହି ଚାମଚ୍ ଟି କୁ ଯାଞ୍ଚ କରିବାରୁ ଜଣା ପଡିଲା ଯେ ଏହା ୧୩ ବିଂଶ ଶତାବ୍ଦୀର ଅଟେ ।
ସଂସ୍ଥାର ଯାଞ୍ଚ ଅନୁସାରେ ଚାମଚ୍ ର ମୂଲ୍ୟ ୫୧, ୭୧୨ ଟଙ୍କା ଅଟେ ବୋଲି କୁହା ଯାଇଥିଲା । ଏହାପରେ ଚାମଚ୍ ଟି କୁ ଅନଲାଇନ୍ ରେ ବିକ୍ରି ପାଇଁ ରଖା ଯାଇଥିଲା । ନିଲମୀ ଶେଷରେ ଚାମଚ୍ ଟି ୧, ୯୭, ୦୦୦ ଟଙ୍କାରେ ବିକ୍ରି ହୋଇଥିଲା ।
କିଛି ଲୋକଙ୍କର ସଉକ ଥାଏ ପୁରୁଣା ଜିନିଷ ସଂଗ୍ରହ କରିବା ଓ ତାହାକୁ ସଂରକ୍ଷଣ କରି ରଖିବା । ସେହିଭଳି ଲୋକ ମାନେ ଏପରି ପୁରୁଣା ସମୟର ଜିନିଷ କୁ ସଂଗୃହିତ କରି ରଖି ଥାଆନ୍ତି ।
Comments are closed.