Odisha news

ବିଶ୍ୱରେ ଏମିତି ଏକ ଦେଶ ଅଛି ଯାହା ୮ ବର୍ଷ ପଛୁଆ ଚାଲେ

0

suvendra pattanaik: ଜାନୁଆରୀ ୧ ତାରିଖ ୨୦୨୦ ରେ ସାରାବିଶ୍ୱ ନୂଆବର୍ଷ ଆରମ୍ଭ କରିଥିଲା l ସବୁଦେଶ ଏହି ଗୋଟିଏ ଦିନ ନୂଆବର୍ଷ ଅଳ୍ପ କିଛି ଘଣ୍ଟା ବ୍ୟବଧାନରେ ନୁଆବର୍ଷର ସେଲିବ୍ରେସନ କରିଥିଲା ବେଳେ ଇଥୋପୀୟl ୨୦୦୯ ମସିହାର ନୂଆବର୍ଷ ପାଳନ କରିଥିଲା l ଏହି ଦେଶ ଦୁନିଆର ସବୁ ଦେଶଠାରୁ ସାତ ରୁ ଆଠ ବର୍ଷ ପଛରେ ଚାଲିଥାଏ l ଏହା ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ l ସେହି ପରି ଏହି ଦେଶର ନାଗରିକ ମାନେ ପର୍ବ ପର୍ବାଣି ଗୁଡିକୁ ମଧ୍ୟ ଅଲଗାଅଲଗା ଦିନରେ ପାଳନ କରିଥାନ୍ତି l

ଆଫ୍ରିକା ମହାଦେଶର ଗୋଟିଏ ଦେଶ ହେଉଛି ଇଥୋପୀୟl l ଏହା ଗୋଟିଏ ଜନବହୁଳ ଦେଶ ,ଏଠାରେ ନୂଆବର୍ଷର ପାଳନ ଜାନୁଆରୀ ୧ ରେ କରାଯାଏ ନାହିଁ l ଏହା ସେପ୍ଟେମ୍ବର ୧୧ ତାରିଖରେ ପାଳିତ ହୋଇଥାଏ,ସେହିପରି କ୍ରିସମାସ ଡିସେମ୍ବର ୨୫ ପରିବର୍ତେ ଜାନୁଆରୀ ୭ ତାରିଖରେ ପାଳିତ ହୁଏ l ଇଥୋପୀୟl  କ୍ୟାଲେଣ୍ଡରରେ ଗୋଟିଏ ବର୍ଷ ୩୬୫ ଦିନ ,୬ ଘଣ୍ଟା ,୨ ମିନିଟ ,୨୪ ସେକେଣ୍ଡ ଅଟେ l

କଣ ପାଇଁ ୮ ବର୍ଷ ପଛରେ ଚାଲେ ଇଥୋପୀୟl –

ଇଥୋପୀୟl ନାଗରିକ ମାନେ କାପ୍ଟିକ କ୍ୟାଲଣ୍ଡାରକୁ ଫଲୋ କରନ୍ତି l ବିଶେଷଜ୍ଞ ମାନଙ୍କ ମତରେ ସାରା ବିଶ୍ୱ ଗ୍ରେଗେଡିୟାନ କ୍ୟାଲଣ୍ଡାରକୁ ଅନୁସରଣ କରନ୍ତି l ଗ୍ରେଗେଡିୟାନ କ୍ୟାଲେଣ୍ଡର ଅନୁସାରେ ଗୋଟିଏ ବର୍ଷ ୩୬୫ ଦିନ ଓ ଅଧିବର୍ଷ ହୋଇଥିଲେ ୩୬୬ ଦିନ ଅଟେ l ଯେବେକି କାପ୍ଟିକ କ୍ୟାଲଣ୍ଡାର ଅନୁସାରେ  ୩୬୫ ଦିନ ,୬ ଘଣ୍ଟା ,୨ ମିନିଟ ,୨୪ ସେକେଣ୍ଡ ଗୋଟିଏ ବର୍ଷ ହୋଇଥାଏ l ଇଥୋପୀୟl ନିଜର ପରମ୍ପରାକୁ ନେଇ କେବେବି ବିଶ୍ୱର କୌଣସି ଦେଶ ସହିତ ବୁଝାବଣା କରି ନାହିଁ ,ଏହି ଦେଶକୁ କେବେ କୌଣସି ଦେଶ ଶାସନ କରି ନାହାନ୍ତି l ଏହି ଦେଶ ତାର ସ୍ୱତନ୍ତ୍ରତା ପାଇଁ ନିଜର ସଂକୃତିକୁ ସର୍ବଦା ଅନୁସରଣ କରେ l

ଇଥୋପୀୟl କ୍ୟାଲେଣ୍ଡରରେ ବର୍ଷକ ୧୨ ମାସ ପରିବର୍ତେ ୧୩ ମାସ ଅଛି ଏହି କ୍ୟାଲେଣ୍ଡର ଅନୁସାରେ ୬00 ବର୍ଷରେ ୨ ମିନିଟ ୨୪ ସେକେଣ୍ଡ ଗୋଟିଏ ଥର ଅଧିକ ବଢି ଯାଇଥାଏ l ତେଣୁ ସେମାନଙ୍କର କ୍ୟାଲେଣ୍ଡରରେ ଏହି ପ୍ରକାରର ପର୍ବ ପର୍ବାଣି ପାଳନ ଓ ନୂଆବର୍ଷ ପାଳନ ଦେଖାଯାଇଥାଏ l ଏହି ଅଲଗା ପ୍ରକାର ପରମ୍ପରା ଯୋଗୁ ଇଥୋପୀୟl ସାରା ବିଶ୍ୱରେ ନିଜର ଗୋଟିଏ ଅଲଗା ସ୍ଥାନ ରଖିଛି l

Leave A Reply