Odisha news

ଔପଦାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଛୁଇଁଲା

0

ଔପଦା : ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକର କରୋନାରେ ସଂକ୍ରମିତ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଣି ସେହି ଗ୍ରାମରୁ ପୁଣିଜଣେ ପଜେଟିଭରେ ଚିହ୍ନଟ ହୋଇଥିବାରୁ ଔପଦା ଅଞ୍ଚଳରେ ଭୟରବାତାବରଣ ଦେଖାଦେଇଛି । ଔପଦା ବ୍ଲକର ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୦ ରେ ପହଞ୍ଚôଲାଣି ।

ଆଜି ପୋଜେଟିଭ ଚିହ୍ନଟ ବ୍ୟକ୍ତି ଜଣକ ଲୋକାଲ କେସ୍ ହୋଇଥିବା ବେଳେ ୨ ରୁ ୩ ଦିନ ପୂର୍ବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଯାଇଥିଲା ।

ବ୍ୟକ୍ତି ଜଣକ ୬୦ ରୁ ଉଦ୍ଧ୍ୱର୍ ବୟସ ହୋଇଥିବା ବେଳେ  ସେ ଔପଦା ବଜାର ସମେତ ବିଭିନ୍ନ ସ୍ଥାନରେ ବୁଲି ଥିବାର ସାଧାରଣରେ ମତପ୍ରକାଶ ପାଉଛି । ଔପଦା ଭଳି ଆଦିବାସୀ ବହୁଳ ଦୁର୍ଗମ ଅଞ୍ଚଳରେ କରୋନା ସଂଖ୍ୟାର ବୃଦ୍ଧିକୁ ନେଇ ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ନିଆନଗଲେ ଏହାର ପରିଣାମ ଗୋଷ୍ଠୀ ସଂକ୍ରମଣର ରୁପ ନେବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Leave A Reply